
ସଞ୍ଜୟ ଶତପଥୀ(କଟକ): କଟକ କମିଶନରେଟ୍ ପୋଲିସ୍ ପକ୍ଷରୁ କଟକ କମିଶନରେଟ୍ ପୋଲିସ୍ ର ଆରକ୍ଷୀ ଉପ-ଆୟୁକ୍ତ ଶ୍ରୀ ପିନାକୀ ମିଶ୍ରଙ୍କ ନିର୍ଦ୍ଦେଶ ରେ ପୁରୀଘାଟ ଥାନା ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ଶ୍ରୀ ଜିତେନ୍ କୁମାର ସେଠୀଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନ ରେ ପୁରୀଘାଟ ଥାନା ଅଂଚଳରେ ପୋଲିସ୍ ବାହିନୀ ପକ୍ଷରୁ ଶାନ୍ତି ର ବାର୍ତ୍ତା ପ୍ରଚାର କରାଯାଇଥିଲା।
ଏହି ପରିପ୍ରେକ୍ଷୀରେ ପୁରୀଘାଟ ଥାନାର ବରିଷ୍ଠ ପୋଲିସ୍ ଅଧୀକାରୀ ଶ୍ରୀ ସମୀର ରଞ୍ଜନ ପଟ୍ଟନାୟକ,ଶ୍ରୀ ବିଭୁତି ଭୂଷଣ ଦାସ ଓ ଶ୍ରୀ ପ୍ରକାଶ ଟେଟେ ଏହି ଫ୍ଲାଗମାର୍ଚ୍ଚ ରେ ସାମିଲ୍ ଥୂବାବେଳେ ଟାଟାର ୧୦୬ ପୋଲିସ୍ ବାଟାଲିୟନର ଡେପୁଟି କମାଣ୍ଡାଣ୍ଟ ଶ୍ରୀ ବିଶ୍ବରଞ୍ଜନ ଓ “ବଜ୍ର” କମାଣ୍ଡୋବାହିନୀ ସାମିଲ୍ ହୋଇ ଭାଇଚାରାର ସହର କଟକରେ ଶାନ୍ତି ବଜାୟ ରଖୂବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥୂଲେ।

ଏହି ଶାନ୍ତି ବାର୍ତ୍ତା ଫ୍ଲାଗମାର୍ଚ୍ଚ ପୁରୀଘାଟ ଥାନାରୁ ବାହାରି ତେଲେଙ୍ଗା ବଜାର, ବଙ୍ଗାଳୀ ସାହି, ଭଗତପୁର, ଝୋଲ୍ହାସାହି, ସେମିନାରୀଛକ, କାଠଗଡାସାହି, ଚୌଧୁରୀ ବଜାର, ଟାଉନ୍ ହଲ୍ ରାେଡ୍ ଓ ଉପର ତେଲେଙ୍ଗା ବଜାର ପରିକ୍ରମା କରି ପୁରୀଘାଟ ଥାନାରେ ପହଞ୍ଚି ଥୂଲା। ଭାଇଚାରାର ସହର କଟକରେ ପୋଲିସ୍ ବିଭାଗ ପକ୍ଷରୁ କରାଯାଇଥିବା ଏହି କାର୍ଯ୍ୟକ୍ରମ ଲାଗି କଟକ କମିଶନରେଟ୍ ପୋଲିସ୍ ର ଉପ-ଆୟୁକ୍ତ ଓ ପୁରୀଘାଟ ଥାନା ଆରକ୍ଷୀ ନିରୀକ୍ଷକ ଙ୍କୁ ଜନସାଧାରଣଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି।