ଜନ ଆନ୍ଦୋଳନର ୩୭ ବର୍ଷ ପୁର୍ତ୍ତି ଉତ୍ସବ ଉପଲକ୍ଷେ ବନ୍ଦର ବିରୋଧୀ ସମାବେଶ

ପ୍ରଶାନ୍ତ କୁମାର ଦାସ(ବାଲିଆପାଳ): ବାଲିଆପାଳରେ ଘାଟୀ ଆନ୍ଦୋଳନର ୩୭ ବର୍ଷ ପୂର୍ତ୍ତି ଉତ୍ସବ ଉପଲକ୍ଷେ ଆଜି ବେତଗଡିଆ ପଞ୍ଚାୟତର ନହରାଛକ ଠାରେ ଉପକୂଳ ଭିଟାମାଟି ସୁରକ୍ଷା କମିଟି ତରଫରୁ ଏକ ଉତ୍ସବ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଅଛି।

ସୂଚନାରୁ ପ୍ରକାଶ ୩୭ ବର୍ଷ ପୂର୍ବେ ଦକ୍ଷିଣ ବାଲିଆପାଳର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ କ୍ଷେପଣାସ୍ତ୍ର ଘାଟୀ ହେବାର ଯୋଜନା କରି ସେତେବେଳର କେନ୍ଦ୍ର ଓ ରାଜ୍ୟ ସରକାର ଉପକୂଳବର୍ତ୍ତୀ ଅଞ୍ଚଳରୁ ଲୋକମାନଙ୍କୁ ଭିଟାମାଟି ଛାଡ଼ିବା ପାଇଁ ବାଧ୍ୟ କରିବାରୁ ଏହାକୁ ସେତେବେଳେ ଦକ୍ଷିଣ ବାଲିଆପାଳର ଛଟି ପଞ୍ଚାୟତର ଜନସାଧାରଣ ଏହାକୁ ତୀବ୍ର ବିରୋଧ କରିବାରୁ ସରକାର କ୍ଷେପଣାସ୍ତ୍ର ଘାଟିର ପ୍ରକଳ୍ପରୁ ଆଜିର ଦିନରେ ଉହୁରି ଜାଇଥିଲେ ।ଫଳରେ ଉପକୂଳ ଭିଟାମାଟି ସୁରକ୍ଷା କମିଟିର ବିଜୟ ହୋଇଥିଲା।

ଏହି ପ୍ରକଳ୍ପ କୁ ବିରୋଧକରି ବହୁ ଲୋକଙ୍କୁ ସ୍ଥାନୀୟ ପ୍ରଶାସନର ଅକ୍ରୋଶର ଶିକାର ହୋଇଥିଲେ ବହୁ ଆନ୍ଦୋଳନ ବିରୋଧୀ।ବହୁ ଆନ୍ଦୋଳନ କାରୀକୁ ଜେଲ୍ କୁ ମଧ୍ୟ ପଠାଇଥିଲେ। ତେବେ ଶେଷରେ ଆଜିର ଦିନରେ ଆନ୍ଦୋଳନ କାରୀଙ୍କ ବିଜୟ ହୋଇଥିଲା ଓ ସରକାର ପ୍ରକଳ୍ପ କୁ ଫେରାଇ ନେବାକୁ ବାଧ୍ୟ ହୋଇଥିଲେ।

କିନ୍ତୁ ସରକାର ଏଥିରୁ କିଛି ଶିକ୍ଷା ନନେଇ ପୁଣି ସେହି ସ୍ଥାନରେ ବନ୍ଦର କରିବାକୁ ୨୦୦୯ ମସିହାରୁ ଜିଦ୍ ଧରି ବସିଛନ୍ତି।ଫଳରେ ଦକ୍ଷିଣ ବାଲିଆପାଳର ୬ଟି ପଞ୍ଚାୟତର ଲୋକେ ଭିଟାମାଟି,ଜିବିକା ହରାଇବା ଭୟରେ ପ୍ରତିବାଦ ଜାରି ରଖିଛନ୍ତି। ତେବେ ଆଜି ଉପକୂଳ ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ୩୭ ବର୍ଷ ତଳେ ଐତିହାସିକ ବିଜୟ ଓ ବନ୍ଦର ପାଇଁ ପୁଣି ଦେଖାଦେଇଥିବା ପ୍ରତିବାଦ ବାବଦରେ ଆଜିର ସମାବେଶ ଅନୁଷ୍ଠିତ ହୋଇଥିବା ବେଳେ ଏହି ସମାବେଶରେ ହଜାର ହଜାର ଦକ୍ଷିଣ ବାଲିଆପାଳ ଜନସାଧାରଣ ଯୋଗଦାନ କରି ପ୍ରତିବାଦକୁ ସମର୍ଥନ ଜଣାଇଛନ୍ତି।

ତେବେ ଆଜିର ସମାବେଶରେ ପ୍ରଖ୍ୟାତ ସମାଜସେବୀ,ନର୍ମଦା ବଞ୍ଚାଅ ଆନ୍ଦୋଳନର ନେତ୍ରୀ ମେଧା ପାଟେକର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟନାୟକ, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୋନଗୋ, ପୂର୍ବତନ ବିଧାୟକ ପ୍ରଦୀପ ପଣ୍ଡା, ଚିତ୍ତରଞ୍ଜନ ଷଡ଼ଙ୍ଗୀ, କିଶୋର ଦାସ୍, ମନୋଜ୍ ନାୟକ,ଜୟନ୍ତ ଦାସ,ଛବି ମହାନ୍ତି, ସୁଦର୍ଶନ ପ୍ରଧାନ, ନିଶିକାନ୍ତ ମହାପାତ୍ର,ବିଜନ ନାୟକ, ବ୍ଲକ୍ ଅଦ୍ଧକ୍ଷା ରଞ୍ଜିତା ନାୟକ ରାଜେଶ ଚୌଧୁରୀ, ବାବାଜୀ ଦେହୁରୀ ପ୍ରମୁଖ ଯୋଗଦାନ କରି ନିଜ ନିଜର ବକ୍ତବ୍ୟ ରଖିଥିଲେ।

ତେବେ ଉପକୂଳ ଭିଟାମାଟି ସୁରକ୍ଷା କମିଟିର ବନ୍ଦର ବିରୋଧରେ ରଣହୁଙ୍କାର କୁ ଉପସ୍ଥିତ ଥିବା ହଜାର ହଜାର ମହିଳା ଓ ପୁରୁଷ ନୈତିକ ସମର୍ଥନ ଜଣାଇଥିବାର ଦେଖାଯାଇଥିଲା।ମହିଳା ମାନେ ସଂଖ ଧ୍ବନିରେ ସଭାସ୍ଥଳ ପ୍ରକମ୍ପିତ ହୋଇଥିଲା।
ତେବେ ଦେଖିବାକୁ ବାକି ରହିଲା ଆଜିର ଜନସଭା ରାଜ୍ୟ ସରକାରଙ୍କ ଉପରେ କେତେ ପ୍ରଭାବ ପକାଉଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଟକ କମିଶନରେଟ୍ ପୋଲିସ୍ ପକ୍ଷରୁ ପୁରୀଘାଟ ଥାନା ଅଞ୍ଚଳରେ ଶାନ୍ତି ଶୋଭାଯାତ୍ରାର ଫ୍ଲାଗ୍ ମାର୍ଚ୍ଚ

Thu Jun 9 , 2022
ସଞ୍ଜୟ ଶତପଥୀ(କଟକ): କଟକ କମିଶନରେଟ୍ ପୋଲିସ୍ ପକ୍ଷରୁ କଟକ କମିଶନରେଟ୍ ପୋଲିସ୍ ର ଆରକ୍ଷୀ ଉପ-ଆୟୁକ୍ତ ଶ୍ରୀ ପିନାକୀ ମିଶ୍ରଙ୍କ ନିର୍ଦ୍ଦେଶ ରେ ପୁରୀଘାଟ ଥାନା ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ଶ୍ରୀ ଜିତେନ୍ କୁମାର ସେଠୀଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନ ରେ ପୁରୀଘାଟ ଥାନା ଅଂଚଳରେ ପୋଲିସ୍ ବାହିନୀ ପକ୍ଷରୁ ଶାନ୍ତି ର ବାର୍ତ୍ତା ପ୍ରଚାର କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ପୁରୀଘାଟ ଥାନାର ବରିଷ୍ଠ ପୋଲିସ୍ ଅଧୀକାରୀ ଶ୍ରୀ ସମୀର ରଞ୍ଜନ […]

You May Like

Pin It on Pinterest