ବାଚସ୍ପତି ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ମୋ ନାଁ ପ୍ରସ୍ତାବ କରିଥିବାରୁ ତାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି-ବିକ୍ରମ କେଶରୀ ଆରୁଖ…

ପ୍ରମୋଦ ନାୟକ(ଭୁବନେଶ୍ବର): ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ମୋ ନାଁ ପ୍ରସ୍ତାବ କରିଥିବାରୁ ତାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି । ବରିଷ୍ଠ ବିଧାୟକ ବିକ୍ରମ କେଶରୀ ଆରୁଖ ଆଜି ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ପରେ ଏ କଥା କହିଛନ୍ତି ।
ଆଜି ବିଧାନସଭା ସଚିବଙ୍କ ନିକଟରେ ସେ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ତାଙ୍କ ସହ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସମୀର ରଂଜନ ଦାଶ, ବିଧାୟକ ଭୂପିନ୍ଦର ସିଂ,ରାଜେନ୍ଦ୍ର ସାହୁ ଓ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ।ଶ୍ରୀ ଆରୁଖ କହିଛନ୍ତି କି, ବିଧାନସଭାର ପରମ୍ପରା ଓ ଗାରିମା ରକ୍ଷା ପାଇଁ ଉଦ୍ୟମ ଜାରି ରଖିବି।

ସୂଚନାଯୋଗ୍ୟ ଯେ, ଶ୍ରୀ ଆରୁଖ ୧୯୯୫ ମସିହାରୁ ଲଗାତାର ଭାବେ ଭଞ୍ଜନଗରରୁ ଜିତି ଆସୁଛନ୍ତି । ୨୦୦୮ ମସିହାରେ ସରକାରୀ ଦଳର ମୁଖ୍ୟ ସଚେତକ ଦାୟିତ୍ବ ତୁଲାଇଥିଲେ। ଏହା ପରେ ୨୦୦୯ ମସିହାରୁ ଲଗାତାର ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ଆସୁଛନ୍ତି। ସେ ବିଭିନ୍ନ ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବରେ ରହି ଆସିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବରଗଡ଼ ଜିଲ୍ଲାରେ ବିଷ ବେପାରରେ କୃଷି ବିଭାଗ,ଏଫ୍.ଏମ୍.ସି ଘରୋଇ କୀଟନାଶକ କମ୍ପାନୀକୁ ଏତେ ଅନୁକମ୍ପା କାହିଁକି ?

Fri Jun 10 , 2022
ନବୀନ ଦାଶ(ବାଶଗଡ଼):ବରଗଡ଼ ଜିଲ୍ଲା କୃଷି ବିଭାଗ ଅଧିନସ୍ଥ ଅତାବିରା ବ୍ଲକ ଅନ୍ତର୍ଗତ କୁଳୁଣ୍ଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ଜୁନ ୭ତାରିଖ ମଙ୍ଗଳ ବାର ଦିନ ୧୦ଘଣ୍ଟା ସମୟରେ ପରିବେଶ ଦିବସ ଅବସରରେ ଦୁଇ/ଚାରିଟା ଆମ୍ବ ଓ ପିଜୁଳି ଗଛ ଲଗାଇ ଦେଇ ଚାଷୀ ତଥା ଅଙ୍ଗନ୍ ବାଡି ପିଲାଙ୍କୁ ନେଇ ଏଫ୍.ଏମ୍.ସି ନାମକ ଏକ ଘରୋଇ କୀଟନାଶକ କମ୍ପାନୀ ର କର୍ମଚାରୀ ନିଜ କମ୍ପାନୀ ଦ୍ଵାରା ପ୍ରସ୍ତୁତ କୀଟ ନାଶକ […]

You May Like

Pin It on Pinterest