
୧୨/୦୬:- ନବୀନ ଦାଶ (ବାସ୍ତବ ଟିଭି):ଛତିଶଗଡ ର ଏକ ଗରିବ ପରିବାର ବରଗଡ଼ ରେ ମୂଲ ଲାଗି ତାଙ୍କ ପରିବାର ପ୍ରତି ପୋଷଣ କରନ୍ତି। ଗତକାଲି ଏକ ଦୁର୍ଘଟଣା ରେ ୨୬ବର୍ଷୀୟ ଜଣେ ଯୁବକ ଙ୍କ ମୃତ୍ୟୁ ହୁଏ। ଖର୍ଚ୍ଚାନ୍ତ ହୋଇ ମୃତ ଶରୀର ଘର କୁ ନେବା ପରିବର୍ତ୍ତେ ବରଗଡ଼ ରେ ଶବ ସତ୍କାର କରିବାକୁ ସ୍ଥିର କଲେ ପରିବାର ଲୋକେ।
ପୋଲିସ ପ୍ରଶାସନ ପକ୍ଷରୁ ନିଷ୍ଠା ପରିବାର ଖବର ପାଇଲା ପରେ ତୁରନ୍ତ ଘଟଣା ସ୍ଥଳ କୁ ଯାଇ ଶବ ବହାକ ଗାଡ଼ି ରେ ଶବ ଆଣି କାଠ ର ସୁବ୍ୟବସ୍ଥା କରି ସସମ୍ମାନେ ଶବଦାହ କରିଥିଲା ନିଷ୍ଠା ପରିବାର। ମୃତକ ଙ୍କ ଭାଇ ମୁଖାଗ୍ନି ଦେଇଥିଲେ।ପରିବାର ବର୍ଗ ନିଷ୍ଠା ପରିବାର କୁ ହୃଦୟ ରୁ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ମହତ କାମ ରେ ନିଷ୍ଠା ର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ, ଦିଲୀପ ସାବଡିଆ, ସହ ସମ୍ପାଦକ ସଙ୍କେତ ଆଠଘରା, ଚିତ୍ରସେନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।