ବିଜେପି ଯୁବ ଓ କୃଷକ ମୋର୍ଚ୍ଚା ପକ୍ଷରୁ ତହସିଲ କାର୍ଯ୍ୟାଳୟ ଅଗରେ ପ୍ରତିବାଦ ସଭା…

ଦେବକାନ୍ତ ମହାନ୍ତ(ଚାନ୍ଦବାଲି):୧୩/୦୬/୦୨୨ ଚାନ୍ଦବାଲିରେ ବିଜେପି ଯୁବ ମୋର୍ଚ୍ଚା ଓ କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ଚାନ୍ଦବାଲି ତହସିଲ କାର୍ଯ୍ୟାଳୟ ଅଗରେ ନାରାବାଜି କରିବା ସହ ପ୍ରତିବାଦ ସଭା କରାଯାଇଛି । ବିଜେପି ଦଳ ପକ୍ଷରୁ ଶତାଧିକ କର୍ମୀ ଓ ନେତା ଏକ ଶୋଭାଯାତ୍ରାରେ ଆସି ତହସିଲ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ସଭା କରିବା ସହ ତହସିଲଦାରଙ୍କୁ ଗିରଫ ଦାବୀ କରିଥିଲେ ।

ଚାନ୍ଦବାଲି ବ୍ଲକ ଜଳେଶ୍ଵରପୁର ପଂଚାୟତର ଜଣେ ଦଳିତ ବ୍ୟକ୍ତିଙ୍କୁ ଚାନ୍ଦବାଲି ତହସିଲଦାର ଅସମ୍ମାନ କରିବା ସହ ତାଙ୍କୁ ମାଡ଼ ମାରିବା ଘଟଣାରେ ୨ ଟି ଅଭିଯୋଗ ହୋଇଥିଲେ ମଧ୍ୟ ଆଜି ଯାଏ ପୋଲିସ ପ୍ରଶାସନ ପକ୍ଷରୁ ତହସିଲଦାରଙ୍କ ବିରୁଦ୍ଧରେ କୈଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରା ଯାଇ ନଥିବାରୁ ଏହାର ପ୍ରତିବାଦ କରି ଯୁବ ମୋର୍ଚ୍ଚା ଓ କୃଷକ ମୋର୍ଚ୍ଚାର କର୍ମୀ ମାନେ ପ୍ରତିବାଦ ସଭା କରିଥିଲେ , ପୁଣି ୭ ଦିନ ମଧ୍ୟରେ ଯଦି ପୋଲିସ କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରେ ତେବେ ବିଜେପି ଦଳ ଚାନ୍ଦବାଲିରେ (ଅଖ ଚକ) ବନ୍ଦ ଡ଼ାକରା ଦେବ ବୋଲି ଚେତାବନୀ ଦେଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ...

Tue Jun 14 , 2022
ପୁରୀ : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ। ଏଥିପାଇଁ ରତ୍ନ ସିଂହାସନ ଛାଡ଼ି ସ୍ନାନବେଦୀରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ନିର୍ଦ୍ଧାରିତ ସମୟରେ ଚାଲିଛି ସମସ୍ତ ନୀତିକାନ୍ତି। ଶ୍ରୀଜିଉଙ୍କ ସ୍ନାନଯାତ୍ରା,ଦେବସ୍ନାନ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର।ରାତି ସାଢ଼େ ୩ଟାରେ ଡୋରଲାଗି ଓ ପୁଷ୍ପାଞ୍ଜଳି ପରେ ଭୋରରୁ ରତ୍ନବେଦୀ ଛାଡି ଧାଡି ପହଣ୍ଡିରେ ଆସି ସ୍ନାନବେଦିରେ ବିଜେ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ସକାଳ […]

You May Like

Pin It on Pinterest