ସାବଧାନ ହୋଇଯାଆନ୍ତୁ ବେପରୁଆ ଗାଡି ଚାଳକ ମାନେ…

ପ୍ରମୋଦ ନାୟକ(ଭୁବନେଶ୍ୱର): ଟ୍ରାଫିକ ନିୟମ ଉଲ୍ଲଂଘନ କରି, ଗାଡ଼ିଚାଳକମାନେ ବେପରୁଆ ଓ ଦ୍ରୁତଗତିରେ ଗାଡ଼ ଚଳାଉଥିଲେ ଆଉ ନିସ୍ତାର ନାହିଁ । ରାଜ୍ୟରେ ଖୁବଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି ସଫ୍ଟୱେର ଆଧାରିତ ରାଡାର ଇଣ୍ଟରସେପ୍ଟର ବ୍ୟବସ୍ଥା ।

ଏହି ସଫ୍ଟୱେର ପ୍ରସ୍ତୁତ କରିବା ପାଇଁ ଆଇଆଇଟି ଭୁବନେଶ୍ୱର ସ୍କୁଲ ଅଫ୍ ଇଲେକ୍ଟ୍ରିକାଲ ସାଇନ୍ସକୁ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଆସନ୍ତା ସପ୍ତାହରୁ ଏହାର ପରୀକ୍ଷଣ ଆରମ୍ଭ ହେବ । ଏଥିପାଇଁ ୨୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି ।ଏହି ସଫ୍ଟୱେରର ଲ୍ୟାବ୍ ପରୀକ୍ଷଣ ପରେ ରାସ୍ତାରେ ପରୀକ୍ଷଣ କରାଯିବ ।

ତେବେ ସଫ୍ଟୱେର ଆଧାରିତ ଇଣ୍ଟରସେପ୍ଟରର ରିପୋର୍ଟ ଶତ ପ୍ରତିଶତ ସଠିକ୍ ରହିବ । ବର୍ତ୍ତମାନ ଜାତୀୟ ରାଜପଥରେ ନିୟୋଜିତ ଥିବା ଇଣ୍ଟରରସେପ୍ଟର ଗାଡ଼ିର ରିପୋର୍ଟକୁ ନେଇ ନାନା ଅଭିଯୋଗ ଆସୁଛି । ଗାଡ଼ିର ସଠିକ୍ ଗତି ମାପିବା ଓ ଫଟୋ ଉତ୍ତୋଳନ କରିବାରେ ତ୍ରୁଟି ରହୁଥିବା କୁହାଯାଉଛି ।ତେବେ ପରିବହନ ବିଭାଗ ଅନୁଯାୟୀ, ସଫ୍ଟୱେର ଆଧାରିତ ଇଣ୍ଟରସେପ୍ଟର ରାଡାର ବ୍ୟବସ୍ଥା ଦ୍ରୁତ ଗାଡ଼ି ଚାଳକଙ୍କୁ ଧରିବାରେ ସକ୍ଷମ ହେବ ।

ଏହି ବ୍ୟବସ୍ଥା ମାଧ୍ୟମରେ ଗାଡ଼ିର ବେଗ ମାପିବା ସହ ଫଟୋ ଉତ୍ତୋଳନ କରାଯାଇ ପାରିବ । ସୂଚନାଯୋଗ୍ୟ ଦିନକୁ ଦିନ ରାଜ୍ୟରେ ସଡ଼କ ଦୁର୍ଘଟଣା ଓ ମୃତ୍ୟୁ ବଢ଼ିଚାଲିଥିବା ବେଳେ ଏନେଇ ବିଭିନ୍ନ ସମୟରେ ସରକାରଙ୍କ ତରଫରୁ ନୂଆ ନୂଆ ପଦକ୍ଷେପ ନିଆଯାଇଥାଏ । ଗତ ୨୦୨୧ରେ ଘଟିଥିବା ମୋଟ ସଡ଼କ ଦୁର୍ଘଟଣା ମଧ୍ୟରୁ ୬୯ ପ୍ରତିଶତ କେବଳ ଦ୍ରୁତ ଗାଡ଼ି ଚାଳନା କାରଣରୁ ଘଟିଥିବା ଜଣାପଡ଼ିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନକଲି ଡାକ୍ତରଙ୍କ ନାଁ ରେ ଦାଖଲ ହେଲା ଚାର୍ଜସିଟ୍...

Tue Jun 14 , 2022
ପ୍ରମୋଦ ନାୟକ(ଭୁବନେଶ୍ୱର):ବହୁ ମହିଳାଙ୍କୁ ବିବାହ କରି ଠକିଥିବା ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ନାଁରେ ଆଜି ଚାର୍ଜସିଟ୍ ଦାଖଲ ହୋଇଛି। ରମେଶର ଭଉଣୀ ରଶ୍ମିତା, ଦ୍ୱିତୀୟ ପତ୍ନୀ କମଳା, ଦୁଇ ସହଯୋଗୀ ବିଶ୍ୱଜିତ ଓ ଚିତ୍ତରଞ୍ଜନ ନାଁରେ ମଧ୍ୟ ଚାର୍ଜସିଟ୍ ଦାଖଲ ହୋଇଛି। ଏଥିରେ ୧୦୨ ଜଣ ସାକ୍ଷୀ ଓ ସେମାନଙ୍କ ବୟାନ ରେକର୍ଡ ହୋଇଥିବା ନେଇ ଉଲ୍ଲେଖ ରହିଛି।ଭୁବନେଶ୍ୱର ମହିଳା ଥାନା ପକ୍ଷରୁ ୯୪୦ ପୃଷ୍ଠାର ଏହି ଚାର୍ଜସିଟ୍ […]

You May Like

Pin It on Pinterest