ଶୀକ୍ଷୟତ୍ରୀ ଙ୍କୁ ମିଳିଲା ରାଷ୍ଟ୍ରସେବକ ସମ୍ମାନ…

ବରଗଡ଼ ୧୫/୬:-(ସ୍ଵତନ୍ତ୍ର ପ୍ରତିନିଧି,ନବୀନ ଦାଶ):ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଟୋପ ର ବିଜ୍ଞାନ ଶିକ୍ଷୟିତ୍ରୀ ଅନୁସୂୟା ଦେବତାଙ୍କୁ ଅନ୍ତରାଷ୍ଟ୍ରୀୟ ବସୁନ୍ଧରା ପରିବାର ପକ୍ଷରୁ ରାଷ୍ଟ୍ରସେବକ ସମ୍ମାନ ରେ ସମ୍ମାନିତ କରାଯାଇଛି।

ଶ୍ରୀକ୍ଷେତ୍ର ର ପବିତ୍ର ମାଟି ରେ ଅନ୍ତଃରାଷ୍ଟ୍ରୀୟ ବସୁନ୍ଧରା ପରିବାର ର ପ୍ରଥମ ବାହ୍ୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମୁଦ୍ର ବେଳାଭୂମି ର ଅନତି ଦୂର ରେ ଅବସ୍ଥିତ ରୁମାନୀ ହୋଟେଲ ରେ ଅଖିଳ ଭାରତୀୟ ମାତୃଶକ୍ତି ପ୍ରମୁଖ ମମତା ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା।ଏହି ଅବସରରେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ, ବସୁନ୍ଧରା ପରିବାରର ସଂସ୍ଥାପକ ପୂଜ୍ୟ ଗୁରୁଜୀ ଆଶୁତୋଷ ଅଭିଲେଖ,ବସୁନ୍ଧରା ପରିବାର ର ଅଖିଳ ଭାରତୀୟ ସଂରକ୍ଷକ ଜଗନ୍ନାଥ ସିଂ (ଭାରତର ଉତ୍ତରପ୍ରଦେଶ ର ସର୍ବଶ୍ରେଷ୍ଠ ପୂର୍ବ ପ୍ରସାଶନିକ ଅଧିକାରୀ) କାଉନସିଲର ପୁରୀ ର ଦିନମଣି ଦେବୀ, ସାକ୍ଷୀଗୋପାଳ କାଉନସିଲର ଦେବଦତ୍ତ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।

ଓଡ଼ିଶାର ବିଭିନ୍ନ ପ୍ରାନ୍ତର ସମାଜ ସଂଗଠକ,ସମାଜ ସେବୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଭାରତ ର ବିଭିନ୍ନ ପ୍ରାନ୍ତ ରୁ ଓ ଉତ୍କଳ ପ୍ରଦେଶ ର କାର୍ଯ୍ୟକର୍ତ୍ତା ଓ ଅଧିକାରୀ ମାନେ ଉପସ୍ଥିତ ଥିଲେ।ହରିହରlନନ୍ଦ ଆଶ୍ରମ (ପ୍ରଜ୍ଞାନ ମିଶନ ) ର ପ୍ରାକୃତିକ ପରିବେଶ ରେ ବାହ୍ୟ ପ୍ରଶିକ୍ଷଣ ହୋଇଅଛି ଏବଂ ସମୁଦ୍ର ତଟ, କୋଣାର୍କ,ଚନ୍ଦ୍ରଭାଗା ଓ ସାତପଡ଼ା ରେ ନୌକା ବିହାର ରେ ବନ୍ଦେମାତରମ କାର୍ଯ୍ୟକ୍ରମ ହୋଇଅଛି।ଷଷ୍ଠ ଦିବସୀୟ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମ ଆଜି ମlନ୍ୟଗଣ୍ୟ ବ୍ୟକ୍ତି ଓ ଆଶ୍ରମ ର ସାଧୁ ସନ୍ଥ ଙ୍କ ଉପସ୍ଥିତି ଏବଂ ହରିହରl ନନ୍ଦ ବାଳାଶ୍ରମ ର ଛାତ୍ରଛାତ୍ରୀ ଙ୍କ ଉପସ୍ଥିତି ରେ ସମାପନ ହୋଇଯାଇଅଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ଦେଶରେ ଥିବା ସମସ୍ତ ରାଜଭବନ ଘେରାଉ କରିବ କଂଗ୍ରେସ...

Thu Jun 16 , 2022
ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ ପିଛା ଛାଡ଼ିବା ମୁଡରେ ନାହିଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ନ୍ୟାଶନାଲ ହେରାଲ୍ଡ ମାମଲାରେ ଫସିଛନ୍ତି ରାହୁଲ ଗାନ୍ଧି। କ୍ରମାଗତ ତୃତୀୟ ଦିନକୁ ମିଶାଇ ୨୯ ଘଣ୍ଟା ରାହୁଲଙ୍କୁ ଜେରା କରିଥିଲେ ମଧ୍ୟ ଇଡି ଆହୁରି କିଛି ଜାଣିବାକୁ ଚାହୁଁଛି । ସେଥିପାଇଁ ପୁଣି ଶୁକ୍ରବାର ଦିନ ୧୧ଟା ବେଳକୁ ଦିଲ୍ଲୀ ସ୍ଥିତ ମୁଖ୍ୟାଳୟରେ ରାହୁଲଙ୍କୁ ହାଜର ହେବାକୁ ନୋଟିସ କରିଛି ଇଡି। ନ୍ୟାଶନାଲ […]

You May Like

Pin It on Pinterest