
ନବୀନ ଦାଶ(ବରଗଡ଼): ୧୫/୦୬-ବରଗଡ଼ ଜିଲ୍ଲା ଅତାବିରା ଏନ୍ଏସି ରେ ସରକାରଙ୍କ ଆଲୋକୀ କରଣ ବ୍ୟବସ୍ଥା ଫେଲ ମାରିଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇ ଲୋକେ ଅନ୍ଧାରରେ ଦିନ କାଟୁଛନ୍ତି।
ଅତାବିରା ଏନ୍ଏସି ଦୀର୍ଘ ୯ବର୍ଷ ରୁ ଉର୍ଦ୍ଧ୍ବ ହେବ ୧୨ଟି ୱାର୍ଡ କୁ ନେଇ ଗଠିତ ହୋଇ କୋଟି କୋଟି ଟଙ୍କା ବ୍ୟୟ ବରାଦ ରେ ଅଞ୍ଚଳ ବାସୀ ଙ୍କ ପାଇଁ ଖର୍ଚ୍ଚ ହେଇ ଆସୁଥିଲେ ହେଁ ଏବେ ବି ଲୋକେ ରାସ୍ତା ଘାଟ,ପାନୀୟ ଜଳ,ଶୌଚାଳୟ ସହ ଆଲୋକି କରଣ ଭଳି ମୌଳିକ ସୁବିଧା ରୁ ବଞ୍ଚିତ ରହୁଥିବା ଦେଖିବାକୁ ମିଳିଛି।ଯାହାର କିଞ୍ଚିତ ଉଦାହରଣ ସ୍ୱରୂପ ଅତାବିରା ଏନ୍ଏସି ରେ ସରକାରୀ ଅନୁଦାନରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ଇ ଏସ୍ ଏଲ୍ କମ୍ପାନୀ ଦ୍ଵାରା କେବୁଲ ଟାଣି କିଛି ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ମାନଙ୍କରେ ଏଲ୍ ଇ ଡି ଲାଇଟ୍ ଗୁଡ଼ିକ ଖଞ୍ଜି ଦିଆ ଯାଇଛି।
ଅନେକ ସ୍ଥାନରେ କେବୁଲ ର ଦୁଇ ମୁଣ୍ଡ ଝୁଲି ରହି ଲାଇଟ୍ ର ଚିହ୍ନ ବର୍ଣ୍ଣ ନାହିଁ।ଯାହା କେବୁଲ କେଉଁଠି ଆରମ୍ଭ ଓ କେଉଁଠି ଶେଷ ତାହା କେବଳ ସେଇ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଜଣା ବୋଲି ଲୋକେ କହି ଆସୁଥିବା ବେଳେ କେବୁଲ ଟାଣି ଲାଇଟ୍ ଲାଗିଥିଲେ ସୁଦ୍ଧା ରକ୍ଷଣାବେକ୍ଷଣ ଅଭାବ,ଏନ୍ ଏସି ପ୍ରଶାସନ ର ଅବହେଳା ତଥା ଆନ୍ତରିକତା ଅଭାବ ରୁ ଦିନ ବେଳେ ସୁନ୍ଦର ଚକ୍ ଚକିଆ ଦିଶୁଥିବା ଲାଇଟ୍ ଗୁଡ଼ିକ ରାତିରେ ଜଳିବା ପରିବର୍ତ୍ତେ ଅନ୍ଧାରରେ ନିଜେ ଲୁଚି ଯାଉଛି।

ଯାହା ଦେଖିବାକୁ ମିଳିଛି ଅତାବିରା ଏନ୍ଏସି ୱାର୍ଡ ନଂ ୧୨ କାଣ୍ଡପାଲି ରେ ଦୀର୍ଘ ଦିନ ଧରି ଲାଇଟ୍ ଗୁଡ଼ିକ ନଜଳି ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବା ସହ ଛୋଟ ପିଲା ବୃଦ୍ଧ ବୃଦ୍ଧା ଙ୍କ ପାଇଁ ଚିନ୍ତା ର ବିଷୟ ହୋଇ ପଡ଼ିଛି।ଏନେଇ ୱାର୍ଡ ବାସୀ ଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ହେଁ ଏନ୍ଏସି ପ୍ରଶାସନ ହଁ କରିବା କହି ଦିନ ପରେ ଦିନ ଗଡ଼ାଇ କେହି ଶୁଣିବାକୁ ନାହାନ୍ତି ବୋଲି ଲୋକେ କହନ୍ତି।ତ୍ରୁଟିପୂର୍ଣ୍ଣ ତଥା ନିମ୍ନ ମାନର ଇଏସ୍ ଏଲ୍ କମ୍ପାନୀ ଦ୍ଵାରା ଆଲୋକିକରଣ କାର୍ଯ୍ୟ ହୋଇଥିବାରୁ ୱାର୍ଡ ମାନଙ୍କର ବିଭିନ୍ନ ସ୍ଥାନରେ ଲୋକଙ୍କୁ ଅନ୍ଧାରରେ ଏହି ଦଶା ଭୋଗି ବାକୁ ପଡୁଛି ବୋଲି ଲୋକେ କହନ୍ତି।
ଏନେଇ ଆମେ ଏନ୍ ଏସି ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରି ପ୍ରତି ଉତ୍ତର ସ୍ୱରୂପ ସେଇ ଲାଇଟ୍ ଗୁଡ଼ିକୁ ଜାଳିବାକୁ ହେଲେ ଯେଉଁ ମନିଟର ମେସିନ୍ ରେ ଷ୍ଟାଟ୍ କଲେ ଗୋଟିଏ ସାଉଣ୍ଡ ହେଉଛି।ଯାହା ଆମ ଦ୍ଵାରା ହେବ ନାହିଁ ଇ ଏସ ଏଲ କମ୍ପାନୀ କୁ ଖବର ଦିଆଯାଇଛି ସେମାନେ ଆସିଲେ ତାହା କରିବେ।ତେବେ ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତଥା ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେଇ ଆଲୋକିକରଣ ବ୍ୟବସ୍ଥା କୁ ତ୍ୱରାନ୍ୱିତ କରିବା ପାଇଁ ସାଧାରଣ ରେ ଦାବି ହେଉଛି।



