ଦିଲ୍ଲୀ ପୁଲିସର ଦମନଲୀଳାକୁ ଓଡ଼ିଶା କଂଗ୍ରେସର ଦୃଢ଼ ନିନ୍ଦା ଓ ବିକ୍ଷୋଭ ନିଷ୍ପତି…

ପ୍ରମୋଦ ନାୟକ(ଭୁବନେଶ୍ୱର): କେନ୍ଦ୍ରର ମୋଦୀ ସରକାରଙ୍କର ଏକଛତ୍ରବାଦ ନୀତି ଓ ପୁଲିସ୍‌ର ଦମନଲୀଳା ବିରୁଦ୍ଧରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦୃଢ଼ ନିନ୍ଦା କରୁଛି । ଏହା ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାର ପରିପନ୍ଥି ବୋଲି ପ୍ରଦେଶ କଂଗ୍ରେସର ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ କହିଛନ୍ତି ।

ଗଣମାଧ୍ୟମକୁ ସମ୍ବୋଦ୍ଧିତ କରି ସେ କହିଲେ ଯେ ଯେଉଁଭଳି ଭାବରେ ୨୪ ଆକବର ରୋଡ଼, ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ କଂଗ୍ରେସ କାର୍ଯ୍ୟାଳୟ ଭିତରେ ପ୍ରବେଶ କରି ଏବଂ ଭାରତୀୟ ଜାତୀୟ କଂଗ୍ରେସର ବିଭିନ୍ନ କାର୍ଯ୍ୟକର୍ତା ଓ କର୍ମୀମାନଙ୍କୁ କାର୍ଯ୍ୟାଳୟ ଭିତରକୁ ନ ଛାଡ଼ିବା ଏହା ସ୍ୱାଧୀନ ଭାରତ ବର୍ଷରେ କେବେ ଦେଖାଯାଇନଥିଲା । କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ୧୪୪ ଧାରା ଜାରି କରି ଦିଲ୍ଲୀ ପୁଲିସ୍‌,କର୍ମକର୍ତାମାନଙ୍କୁ କାର୍ଯ୍ୟାଳୟ ପରିସର ମଧ୍ୟକୁ ପ୍ରବେଶ କରିବାକୁ ଦେଲା ନାହିଁ ଏବଂ ଯେଉଁମାନେ ପ୍ରତିବାଦ କଲେ ସେମାନଙ୍କ ଉପରେ ଲାଠିମାଡ଼ କଲା । କାହା ନିର୍ଦ୍ଦେଶରେ ଏଭଳି କାମ କରୁଛି ବୋଲି ପି.ସି.ସି. ସଭାପତି ପ୍ରଶ୍ନ କରିଛନ୍ତି ।

ଜାତୀୟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଏବଂ ବର୍ତମାନ ସାଂସଦ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କୁ ଲଗାତାର ୩ ଦିନ ଧରି ଇ.ଡ଼ି. ପଚରା ଉଚରା ପାଇଁ ଡାକୁଛନ୍ତି, ଯେଉଁଥିରେ ମନି ଲଣ୍ଡରିଙ୍ଗ ହୋଇଥିବାର ସାମାନ୍ୟତମ ଯଥାର୍ଥତା ନାହିଁ । କଂଗ୍ରେସ ଓ ଗାନ୍ଧୀ ପରିବାରକୁ ଜନମାନସରେ ନିନ୍ଦିତ କରିବା ପାଇଁ ଏକଛତ୍ରବାଦୀ ନରେନ୍ଦ୍ର ମୋଦୀଙ୍କ ବି.ଜେ.ପି ସରକାର ସି.ବି.ଆଇ., ଆଇ.ଟି. ଓ ଇ.ଡ଼ି. ଆଦି ସଂସ୍ଥାକୁ ହାତ ବାରିଶ୍ କରି ବିରୋଧି ବିଶେଷ କରି କଂଗ୍ରେସର ନେତାମାନଙ୍କୁ ଶିକାର କରୁଛନ୍ତି । କଂଗ୍ରେସ ଏହାର ଦୃଢ଼ ନିନ୍ଦା କରୁଛି ।

ଦୀଲ୍ଲି ପୁଲିସ୍‌ର ବର୍ବରତା ପ୍ରତିବାଦରେ ୧୬.୦୬.୨୦୨୨ (ଗୁରୁବାର) ପି.ସି.ସି. ତରଫରୁ ରାଜ ଭବନ ସମ୍ମୁଖରେ ଓ ଜୁନ ୧୭ ତାରିଖରେ ସମସ୍ତ ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲା ସଦର ମହକୁମାରେ ଥିବା କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯିବାର ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି । ପ୍ରଦେଶ କଂଗ୍ରେସର ଏହି ବିକ୍ଷୋଭ କାର୍ଯ୍ୟକ୍ରମକୁ ପୂର୍ଣ୍ଣ ସହଯୋଗ କରିବାକୁ ଶ୍ରୀ ପଟ୍ଟନାୟକ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ।

କଂଗ୍ରେସ ବିଧାୟକ ଦଳର ନେତା ଶ୍ରୀଯୁକ୍ତ ନରସିଂହ ମିଶ୍ର ଗଣମାଧ୍ୟମକୁ ସମ୍ବୋଧିତ କରି କହିଲେ ଯେ ଦେଶର ଦୁର୍ଭାଗ୍ୟ ଯେଉଁ ଦଳ ଭାରତ ବର୍ଷର ସ୍ୱାଧୀନତା ଆନ୍ଦୋଳନକୁ ବିରୋଧ କରୁଥିଲେ, ନାଥୁରାମ ଗଡ଼୍‌ସେ ଙ୍କ ଚିନ୍ତାଧାରାରେ ଅନୁପ୍ରାଣିତ ଓ ଦୀର୍ଘ ୫୨ ବର୍ଷ ଧରି ଜାତୀୟ ପତାକା ନଉଡ଼ାଇ କଳା ପତାକା ଉଡ଼ାଉଥିଲେ ସେମାନେ ଏବେ ଦେଶର ଶାସନ କର୍ତା ହୋଇଛନ୍ତି । ବର୍ତମାନର ପ୍ରଧାନମନ୍ତ୍ରୀ କଂଗ୍ରେସ ମୁକ୍ତ ଭାରତ ବର୍ଷର ସ୍ୱପ୍ନ ଦେଖିଥିଲେ, ତାହା କାର୍ଯ୍ୟକାରୀ କରିବା ପାଇଁ ଯେପରି ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ ପନ୍ଥା ଅନୁସରଣ କରୁଛନ୍ତି ତାହା ତାଙ୍କ ସରକାରର ଅକାଳ ପତନକୁ ଡାକିଆଣିବ ବୋଲି ଚେତାବନୀ ଦେଇଛନ୍ତି । ଶ୍ରୀ ମିଶ୍ର ଦୃଢୋ଼କ୍ତି କରି କହିିଛନ୍ତି ଯେ , କଂଗ୍ରେସ ଭାରତର ଅତୀତ, ବର୍ତମାନ ଓ ଭବିଷ୍ୟତ ।

ଏହି ସାମ୍ବାଦିକ ସମ୍ମିଳନୀକୁ ପୂର୍ବତନ ମନ୍ତ୍ରୀ ତଥା ପି.ସି.ସି ଗଣମାଧ୍ୟମ ଅଧ୍ୟକ୍ଷ ଶ୍ରୀଯୁକ୍ତ ଗଣେଶ୍ୱର ବେହେରା ପୌରହିତ୍ୟ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପି.ସି.ସି. ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ, ବିଧାୟକ ସୁରେଶ କୁମାର ରାଉତରାୟ, ବିଧାୟକ ଦାଶରଥି ଗମାଙ୍ଗୋ, ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନ୍‌ଗୋ, ଯୁଦ୍ଧିଷ୍ଟିର ଜେନା, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ବରିଷ୍ଠ କଂଗ୍ରେସ ନେତା, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ସୁରେଶ ମହାପାତ୍ର, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାସ, ପୂର୍ବତନ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥି, ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା, ଛାତ୍ର କଂଗ୍ରେସ ସଭାପତି ୟାସିର୍ ନୱାଜ, ମୁଖପାତ୍ର ରଜନୀ କୁମାର ମହାନ୍ତି, ନିଶିକାନ୍ତ ମିଶ୍ର୍ର ପ୍ରମୁଖ ଉପସ୍ଥିତ ଥିବାବେଳେ ପିସିସି ଗଣମାଧ୍ୟମ ବିଭାଗର ଆବାହକ ଶ୍ରୀ ସତ୍ୟପ୍ରକାଶ ନାୟକ ଉପସ୍ଥିତ ସମସ୍ତ ଗଣମାଧ୍ୟମର ପ୍ରତିନିଧି ଓ କଂଗ୍ରେସର ନେତୃବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ପ୍ରକାଶ କରିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି,କଟକ-ଭୁବନେଶ୍ୱର-କଟକ-ବହ୍ମପୁରରେ ନୂଆ କମିଶନର....

Thu Jun 16 , 2022
ଭୁବନେଶ୍ୱର: ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ବରିଷ୍ଠ ଆଇଏଏସ ଅଫିସର ପ୍ରେମଚାନ୍ଦ ଚୌଧୁରୀ କୃଷି ନିର୍ଦ୍ଦେଶକ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଆଦର୍ଶ ବିଦ୍ୟାଳୟର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଏହାସହ ତିନି ମହାନଗର କମିଶନରଙ୍କୁ ମଧ୍ୟ ବଦଳି କରିଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱର ମହାନଗର କମିଶନର ହୋଇଛନ୍ତି ବିଜୟ ଅମୃତା କୁଲାଙ୍ଗେ । କଟକ […]

You May Like

Pin It on Pinterest