ଭାରତୀୟ ଯୁବ ଫୁଟବଲ ଦଳକୁ ୩ -୦ଗୋଲରେ ହରାଇ ସିଏଜି ଫୁଟବଲ ଦଳ ବିଜୟୀ…


ଭୁବନେଶ୍ୱର : ଭାରତର ମହାଲେଖା ନିୟନ୍ତ୍ରକ ଓ ମହାପରୀକ୍ଷକ (ସିଏଜି ) ଆନୁକୂଲ୍ୟରେ ଓ ଭାରତୀୟ ଫୁଟବଲ ମହାସଂଘ ସହଯୋଗରେ ସିଏଜି ଓ ଭାରତୀୟ ଯୁବ ଫୁଟବଲ ଦଳ ମଧ୍ୟରେ ଏକ ବନ୍ଧୁତାପୂର୍ଣ୍ଣ ଦିବା ରାତ୍ର ଫୁଟବଲ ମ୍ୟାଚ ସ୍ଥାନୀୟ 3 ନମ୍ବର କ୍ୟାପିଟାଲ ହାଇସ୍କୁଲ ପଡିଆ ଠାରେ ଅନୁଷ୍ଠିତ ହୋଇ ଯାଇଅଛି l

ଏହି ମ୍ୟାଚକୁ ପ୍ରଧାନ ମହାଲେଖାକାର ରାଜ କୁମାର ମୁଖ୍ୟ ଅତିଥି, ମହାଲେଖାକାର ବିଶ୍ୱନାଥ ସିଂହ ଜାଡୋନ, ଭାରତୀୟ ଫୁଟବଲ ମହାସଂଘର ବୈସୟିକ ନିର୍ଦେଶକ ଦୀପଙ୍କର ବିଶ୍ୱାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଟୁର୍ନାମେଣ୍ଟକୁ ଉଦଘାଟନ କରିଥିଲେ l ସିଏଜି ଦଳରେ ଓଡିଶା ଏ. ଜି ର ଅର୍ପଣ ଲାକ୍ରା ଓ ଗୌରବ ନେଗୀ ରକ୍ଷଣ ଭାଗ ଖେଳାଳି ଭାବେ ପ୍ରତିନିଧିତ୍ବ କରୁଛନ୍ତି l ଖେଳର ପ୍ରଥମାର୍ଦ୍ଧରେ ଗୋଲ ଶୂନ୍ୟ ରହିଥିଲା l ଖେଳର ଦ୍ୱିତୀୟାର୍ଦ୍ଧରେ ସିଏଜି ଦଳ 3ଟି ଗୋଲ ଦେଇ ବିଜୟୀ ହୋଇଥିଲେ l ଓଡିଶା ଏ. ଜି ତଥା ସିଏଜି ଦଳର ସ୍ଥାନୀୟ ପରିଚାଳକ ବରୁଣ ପ୍ରସନ୍ନ ମାଝି ଖେଳ ପରିଚାଳନା କରିଥିଲେ l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନିଷ୍ଠା ପରିବାରର୧୩ ତମ ପ୍ରତିଷ୍ଠା ଦିବସ ଓ ବିଶ୍ଵ ରକ୍ତଦାନ ଦିବସ ପାଳନ...

Thu Jun 16 , 2022
ବରଗଡ଼(ନବୀନ ଦାଶ):-ବରଗଡ଼ ଜିଲ୍ଲା ର ଅଗ୍ରଣୀ ସାମାଜିକ ସଂଗଠନ ନିଷ୍ଠା ପରିବାର ର ୧୩ତମ ପ୍ରତିଷ୍ଠା ଦିବସ ତଥା ବିଶ୍ବ ରକ୍ତଦାତା ଦିବସ ମହାସମାରୋହରେ ପାଳନ ହୋଇଯାଇଛି।ଏହି ଅବସର ରେ ଆୟୋଜିତ ରକ୍ତଦନ ଶିବିର ରେ ବରଗଡ଼ ରକ୍ତ ଭଣ୍ଡାର ଦ୍ବାରା ମୋଟ ୬୬ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଆୟୋଜିତ ସାଧାରଣ ସଭା ତଥା ସମ୍ମାନିତ ସଭାରେ ସମାଜ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବଲପୁର ର ସମ୍ବଳ […]

You May Like

Pin It on Pinterest