ନିଷ୍ଠା ପରିବାରର୧୩ ତମ ପ୍ରତିଷ୍ଠା ଦିବସ ଓ ବିଶ୍ଵ ରକ୍ତଦାନ ଦିବସ ପାଳନ…


ବରଗଡ଼(ନବୀନ ଦାଶ):-ବରଗଡ଼ ଜିଲ୍ଲା ର ଅଗ୍ରଣୀ ସାମାଜିକ ସଂଗଠନ ନିଷ୍ଠା ପରିବାର ର ୧୩ତମ ପ୍ରତିଷ୍ଠା ଦିବସ ତଥା ବିଶ୍ବ ରକ୍ତଦାତା ଦିବସ ମହାସମାରୋହରେ ପାଳନ ହୋଇଯାଇଛି।ଏହି ଅବସର ରେ ଆୟୋଜିତ ରକ୍ତଦନ ଶିବିର ରେ ବରଗଡ଼ ରକ୍ତ ଭଣ୍ଡାର ଦ୍ବାରା ମୋଟ ୬୬ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

ଆୟୋଜିତ ସାଧାରଣ ସଭା ତଥା ସମ୍ମାନିତ ସଭାରେ ସମାଜ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବଲପୁର ର ସମ୍ବଳ ପରିବାର, ପରିଚୟ ପରିବାର,ଏବିସିଡି ଚେରି ଟେବୁଲ ଟ୍ରଷ୍ଟ ,ରେମଣ୍ଡା ର ଶପଥ ପରିବାର ଓ ନୂଆପଡାର ରଜତ କୁମାର ପାଣିଗ୍ରାହୀ,୬୦ ଯୋଡା ରକ୍ତଦାତା ଦମ୍ପତି,ହାସ୍ୟ ବ୍ୟଙ୍ଗ କବି ସଚୀ ପଣ୍ଡା, ସୁଶୀଲ ମିଶ୍ର,ଅଚ୍ୟୁତ ପୁରୋହିତ,ନୀତିଶ ଆଚାର୍ଯ୍ୟ ଓ ଦେବେନ୍ଦ୍ର ସାହୁ ପ୍ରମୁଖ ଙ୍କୁ ସମ୍ମାନିତ କରାଯାଇଥିଲା।

ମୁଖ୍ୟ ଅତିଥି ସଭାରେ ନିଷ୍ଠା ର ଅନବରତ ସମାଜ ସେବାକୁ ଭୂର୍ୟସୀ ପ୍ରଶଂସା କରିବା ସହ ନିଷ୍ଠା ର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ଏବଂ ପ୍ରସ୍ତାବିତ ନିଷ୍ଠା ବୃଦ୍ଧାଶ୍ରମ ର ନିର୍ମାଣ ରେ ସମ୍ପୂର୍ଣ ସହଯୋଗ କରିବା ପାଇଁ ନିର୍ଭର ପ୍ରତିଶୃତି ପ୍ରଦାନ କରିଥିଲେ। ସଭା ଶେଷ ରେ ସମ୍ବଲପୁରୀ ହାସ୍ୟ ବ୍ୟଙ୍ଗ କବି ସମ୍ମଳନୀ ର ଆୟୋଜନ କରାଯାଇ ଥିଲା।ସମସ୍ତ ରକ୍ତ ଦାତା,ସହଯୋଗୀ ଓ ନିଷ୍ଠା କୁ ଭଲ ପାଉଥିବା ସମସ୍ତ ଙ୍କୁ ବହୁତ ବହୁତ ଧନ୍ୟବାଦ।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁ୍ଖ୍ୟ ଅତିଥି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ,ସମ୍ମାନିତ ଅତିଥି ଉମେଶ ପଣ୍ଡା ଓ ସ୍ବପ୍ନାରାଣୀ ଗୋଚ୍ଛାୟତ ଯୋଗଦନ କରିଥିବାବେଳେ ନିଷ୍ଠା ର ସଭାପତି ରକ୍ଷପାଳ ସାହୁ, ସଂପାଦକ ଲୋକନାଥ ସାହୁ ମଞ୍ଚାସୀନ ରହିଥିଲେ।ଉପଦେଷ୍ଟା ଅଶ୍ବିନୀ ତ୍ରିପାଠୀ ବିବରଣୀ ପଠନ କରିଥିବା ବେଳେ ମଦନ ମୋହନ ଦାଶ ମଞ୍ଚ ସଂଯୋଜନା କରି ଥିଲେ।ପରି ଶେଷରେ କ୍ଷୀରୋଦ ସାହୁ ଧନ୍ୟବାଦ ଅର୍ପଣ ଓ କୋଷାଧ୍ଯକ୍ଷ ଶ୍ୟାମ ସୁନ୍ଦର ସାହୁ,ମହିଲା ଶାଖା ସଂଯୋଜିକା ତ୍ରିପୁରା ସୁହୁଲା ଓ ନିଷ୍ଠା ର ସମସ୍ତ ସଦସ୍ୟ ପରିଚାଳନା ରେ ସହଯୋଗ କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଦିଲ୍ଲୀ ପୁଲିସର ଦମନଲୀଳାକୁ ଓଡ଼ିଶା କଂଗ୍ରେସର ଦୃଢ଼ ନିନ୍ଦା ଓ ବିକ୍ଷୋଭ ନିଷ୍ପତି...

Thu Jun 16 , 2022
ପ୍ରମୋଦ ନାୟକ(ଭୁବନେଶ୍ୱର): କେନ୍ଦ୍ରର ମୋଦୀ ସରକାରଙ୍କର ଏକଛତ୍ରବାଦ ନୀତି ଓ ପୁଲିସ୍‌ର ଦମନଲୀଳା ବିରୁଦ୍ଧରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦୃଢ଼ ନିନ୍ଦା କରୁଛି । ଏହା ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାର ପରିପନ୍ଥି ବୋଲି ପ୍ରଦେଶ କଂଗ୍ରେସର ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ କହିଛନ୍ତି । ଗଣମାଧ୍ୟମକୁ ସମ୍ବୋଦ୍ଧିତ କରି ସେ କହିଲେ ଯେ ଯେଉଁଭଳି ଭାବରେ ୨୪ ଆକବର ରୋଡ଼, ଦିଲ୍ଲୀ ସ୍ଥିତ ଅଖିଳ […]

You May Like

Pin It on Pinterest