ଆଜିର ଖାସ୍ ଖବର

୧-ଆଜି ଫଗୁ ଦଶମୀ, ଦୋଳଯାତ୍ରା ଆରମ୍ଭ,ସୁଦଶା ବ୍ରତ ଓ ପଞ୍ଚାୟତରାଜ ଦିବସ।

୨-ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 104 ତମ ଜନ୍ମ ଜୟନ୍ତୀ, ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି।

୩-ପୃଥିବୀ ଆଡକୁ ମାଡି ଆସୁଛି ମାଉଣ୍ଟ ଏଭରେଷ୍ଟଠୁ ବଡ ବିଶାଳକାୟ ଉଲକା ପିଣ୍ଡ ।ଘଣ୍ଟା ପ୍ରତି ୩୧,୩୧୯ କିଲୋମିଟର ବେଗରେ ଆସୁଥିବା ଏହି ଉଲକା ପିଣ୍ଡକୁ ୫୨୭୬୮(1998 OR 2)ର ନାମ ଦିଆଯାଇଛି।

୪-ନୂଆ ଦିଲ୍ଲୀ:ଚିନ୍ତା ବଢ଼ାଇଲା କରୋନା, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୨୯।

୫-ପ୍ରିୟଙ୍କା ରାଣୀ, ସୁଚିତ୍ରାଙ୍କ ପରେ ଅଙ୍ଗ ଦାନ କରିବେ ରାଜଲକ୍ଷ୍ମୀ।SCBରେ ହେବ ୧୬୪ତମ କିଡନୀ ପ୍ରତିରୋପଣ।

୬-ଇରାନ: କରୋନା ଭୟରେ ୫୪୦୦୦ ହଜାର କଏଦୀଙ୍କୁ ଜେଲ୍‌ରୁ ଦିଆଗଲା ମୁକ୍ତି।

୭-ପାଣିପାଗ:ବର୍ଷା ଆହୁରି ତିନି ଦିନ,କୁଆପଥର, ଘୂର୍ଣ୍ଣିଝଡ ସହିତ ଘଡଘଡି ହେବା ଆଶଙ୍କା।

୮-ପୁଣି ବର୍ଷାରେ ଭିଜିଲା ,ଭୁବନେଶ୍ବର, କୋହଲା ପାଗ ଅନୁଭୂତ, କିଛି ସ୍ଥାନରେ ଘୂର୍ଣ୍ଣିଝଡରେ ଉଡ଼ିଲା ଛାତ।

୯-ପୁରୀ:ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି: ମନ୍ଦିର ପରିସରରେ ପାନଛେପ ପକାଇଲେ ୫୦୦ ଟଙ୍କା ଫାଇନ୍। ପହିଲାରୁ ପଲିଥିନ ନିଷେଧ।

୧୦-ନିର୍ଭୟା ମାମଲା, ଆଜି ଦିନ 2ଟାରେ ଘୋଷଣା ହୋଇପାରେ ଫାଶୀ ପାଇଁ ଶେଷ ଡେଥ ୱାରେଣ୍ଟ।

୧୧-ବିଶ୍ୱବିଦ୍ୟାଳୟରେ ପରିଣତ ହେଲା କଟକର ମଧୂସୁଦନ ଆଇନ ମହାବିଦ୍ୟାଳୟ

୧୨-ବିଦ୍ୟୁତ ତାର ଗ୍ରୀଡ ମରାମତି କାରଣରୁ ଆଜି ରାଜଧାନୀରେ କିଛି ଅଞ୍ଚଳରେ ଆଠ ଘଣ୍ଟା ଧରି ବନ୍ଦ ରହିବ ବିଦ୍ୟୁତ ସେବା ।

୧୩-ଚିଟ୍‌ଫଣ୍ଡ ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ଶେଷ , ଶୁଣାଣି ବନ୍ଦ : ସରକାରଙ୍କୁ ଘେରିଲେ ବିରୋଧୀ, ରାଜ୍ୟସାରା ଆନ୍ଦୋଳନ ଧମକ ଦେଲା ଚିଟ୍‌ଫଣ୍ଡ ଜମାକାରୀ କ୍ଷତିଗ୍ରସ୍ତ ମଞ୍ଚ।

୧୪-ବିଜୁ ଜୟନ୍ତୀରୁ ଆରମ୍ଭ, ମାର୍ଚ୍ଚ ୩୧ ସୁଦ୍ଧା ହିତାଧିକାରୀଙ୍କୁ ବିଜୁ ପକ୍କା ଘର ଯୋଗ୍ୟତା କାର୍ଡ ବାଣ୍ଟିବେ ସରକାର।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Fri Mar 6 , 2020
୧-ମହିଳା ଟ୍ବେଣ୍ଟି-୨୦ ବିଶ୍ଵକପ : ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ। ୨-ଓଡିଶା ଆଶ୍ଵସ୍ଥ – ଏସସିବିରେ ସନ୍ଦିଗ୍ଧ କରୋନା ସଂକ୍ରମଣଙ୍କ ରକ୍ତ ନମୁନା ନେଗେଟିଭ। ୩-ଦିଲ୍ଲୀ ହିଂସା: ମୃତ୍ୟୁ ସଂଖ୍ୟା ୫୩କୁ ବୃଦ୍ଧି, ତାହିର ହୁସେନ୍ ଗିରଫ, ୬୫୪ ମାମଲା ରୁଜ୍ଜୁ, ୧୮୨୦ ଗିରଫ। ୪-ଓଡ଼ିଶାର ଦୌଡ଼ରାଣୀ, ଗୋଲଡେନ୍‌ ଗାର୍ଲ ଦୂତି ଚାନ୍ଦଙ୍କୁ ମିଳିଲା ଟାଇମ୍ସ ଅଫ୍‌ ଇଣ୍ଡିଆ କ୍ରୀଡ଼ା ପୁରସ୍କାର ଅନ୍ତର୍ଗତ ଦେଶର ଶ୍ରେଷ୍ଠ ମହିଳା ଆଥ୍‌ଲେଟ୍‌ ପୁରସ୍କାର। ୫-କରୋନା ପାଇଁ […]

You May Like

Pin It on Pinterest