ନିର୍ବାଚନ ଲଢ଼ିବେନି ବୈଜୟନ୍ତ !

ଭୁବନେଶ୍ୱର(ବାସ୍ତବ ଟିଭି): ଏଥର ରାଜନୀତିର ରଣନୀତିକୁ ଓହ୍ଲାଇବେନି ବୈଜୟନ୍ତ । ବିଜେଡ଼ିର କେନ୍ଦ୍ରାପଡା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ନିର୍ବାଚନ ଲଢ଼ିବା ନେଇ ଆଶା ପୁରା କମ୍ ଥିବା ଶୁଣିବାକୁ ମିଳୁଛି । ବିଜେପିରେ ବୈଜୟନ୍ତ ଯୋଗଦେବାର ମାତ୍ର ୪ଦିନ ପରେ ତାଙ୍କୁ ଉପସଭାପତିର ଦାୟୀତ୍ୱ ଦିଆଯାଇଥିଲା । ତେବେ ସୂଚନା ମୁତାବକ ବୈଜୟନ୍ତଙ୍କ ଦଳ ଗୁରୁ ଦାୟୀତ୍ୱ ଦେଇ ତାଙ୍କର ଟିକଟ ଉପରୁ ମୋହକୁ ତୁଟାଇବାକୁ ପ୍ରୟାଶ କରିଚି ବିଜେପି । ତାଛଡ଼ା ଆସନ୍ତା ନିର୍ବାଚନରେ ବୈଜୟନ୍ତ ଦିଲ୍ଲୀ ଦରବାରରେ ବସି ଦଳ ପାଇଁ ହାଇ ପ୍ରୋଫାଇଲ୍ ନକ୍ସା ତିଆରି କରିବେ ବୋଲି ଜଣାପଡ଼ିଛି ।

ଅନ୍ୟ ପଟେ ବୈଜୟନ୍ତ ବିଜେପିର ଉପସଭାପତିର ଦାୟୀତ୍ୱ ପାଇ ବହୁ ଖୁସି ଥିବାବେଳେ ବୈଜୟନ୍ତଙ୍କ ସମର୍ଥକ ମାନେ ନାହିଁ ନଥିବା ଖୁସି ହେବାର ଦେଖିବାକୁ ମିଳିଛି । ତେବେ ଆରୁ ବାରମ୍ବାର ବୈଜୟନ୍ତଙ୍କ ବିଜେପିରେ ମିଶିବାକୁନେଇ ଗଣ ମାଧ୍ୟମରେ ପ୍ରଚାର ହୋଇ ଆସୁଥିଲେ ମଧ୍ୟ ବୈଜୟନ୍ତ ବିଜେପିରେ ଯୋଗ ଦେଇ ନଥିଲେ । ଏବଂ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନ ଘନ ଓଡ଼ିଶା ଗସ୍ତ ଥିବାବେଳେ ବୈଜୟନ୍ତ ବିଜେପିରେ ମିଶିନଥିଲେ ।

ତେବେ ହଠାତ୍ ବୈଜୟନ୍ତ ବିଜେପି ଆଡ଼କୁ ମୁହାଁଇବା ଯେମିତି ବୈଜୟନ୍ତଙ୍କ ପୂର୍ବ ଦଳରନେତା ଅର୍ଥାତ୍ ବିଜେଡ଼ି ଦଳର ନେତା ଠିକସେ ହଜମ କରିପାରୁନାହାନ୍ତି । ନିଟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଗଣମାଧ୍ୟମ ଆଗରେ ତାଙ୍କର ବିବୃତି ରଖିଥିବା ବେଳେ, କହିଥିଲେ କି ବୈଜୟନ୍ତଙ୍କ ମା’ଙ୍କୁ ବିଜୁବାବୁ ରାଜ୍ୟସଭା ପଠାଇଥିଲେ ଏବଂ ତାଙ୍କୁ ମଧ୍ୟ ବିଜେଡ଼ି ବହୁବାର ସାଂସଦ କରିଛି । ବୈଜୟନ୍ତଙ୍କ ପରିବାର ପ୍ରତି ବିଜୁବାବୁଙ୍କର ବହୁତ ସହଯୋଗ ରହିଥିଲା । ଏସବୁ ସତ୍ତ୍ବେ ବୈଜୟନ୍ତଙ୍କ ଏଭଳି ମିଛ ମୋତେ ବହୁତ ଆଘାତ ଦେଇଛି ବୋଲି ପ୍ରତାପ କହିଥିଲେ । ଅନ୍ୟପଟେ ବିଜେପିରେ ମିଶିବାପରେ ବୈଜୟନ୍ତଙ୍କ ବିଜେଡ଼ି ପ୍ରତି ଯେଇଁ ଅରୁଚିକର ମନ୍ତବ୍ୟ ଯେମିତି ବିଜେଡ଼ିକୁ ଘାଇଲା କରୁଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ହତ୍ୟାକାଣ୍ଡ ପଛରେ କାରଣ ?

Sat Mar 9 , 2019
ଅବସରପ୍ରାପ୍ତ ପୋଲିସ୍ ଇନିସପେକ୍ଟରଙ୍କ ସହ ପତ୍ନୀକୁ ହତ୍ୟା, ହତ୍ୟାକାଣ୍ଡ ପଛରେ କ’ଣ ରହିଛି କାରଣ ? ଏବେବି ରହସ୍ୟ ଘେରରେ ମୃତ ଦମ୍ପତିଙ୍କ ହତ୍ୟା । କୋରାପୁଟ ଜିଲ୍ଲା ଜୟପୁରରେ ଚାଞ୍ଚଲ୍ୟ ଖେଳାଇଛି ଡବଲ ମର୍ଡର ଘଟଣା । ଜୟପୁର ଜୟନଗରରେ ରହୁଥିବା ଅବସରପ୍ରାପ୍ତ ପୋଲିସ ସବ୍ଇନ୍ସପେକ୍ଟର ଏମ୍.କେ. ରହମନ ଓ ତାଙ୍କ ପତ୍ନୀ ହଫିଜ୍ ବିବିଙ୍କୁ ହତ୍ୟା କରାଯାଇଥିବା ପ୍ରଚାର ପରେ ଲୋକ ଜମା ହୋଇଯାଇଥିଲେ । ରାତିରେ […]
hatya

You May Like

Pin It on Pinterest