
ପ୍ରମୋଦ ନାୟକ(ଭୁବନେଶ୍ୱର): ଭୁବନେଶ୍ୱରର ସର୍ବପୁରାତନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ମିଳନୀ ‘ ତାର 50ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆଜି ସ୍ଥାନୀୟ ଜୟଦେବ ଭବନ ଠାରେ ମହା ଆଡମ୍ବରରେ ପାଳିତ ହୋଇଯାଇଅଛି l
ଏହି ସମାରୋହକୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସଵକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ସର୍ବପ୍ରଥମେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ବସବାସ କରୁଥିବା ଭଦ୍ରକ ଜିଲ୍ଲାର ଲୋକଙ୍କୁ ନେଇ, ‘ ମିଳନୀ ‘ ଭଳି ଏକ ସ୍ବନାମଧନ୍ୟ ସାଂସ୍କୃତିକ ଅନୁଷ୍ଠାନ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ ହରେକୃଷ୍ଣ ମହତାବ ଗଢ଼ିବା ସହ ସେ ଏହାର ପ୍ରଥମ ସଭାପତି ରହିଥିଲେ l ରାଜ୍ୟପାଳ ମହତାବଙ୍କ ଫୋଟଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରି ସମାରୋହକୁ ଉଦଘାଟନ କରିଥିଲେ l ପ୍ରାରମ୍ଭରେ ମିଳନୀର କାର୍ଯ୍ୟକାରୀ ସଭାପତି ଦିଗାମ୍ବର ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ସାଧାରଣ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ଦାସ ମିଳନୀର ବାର୍ଷିକ ବିବରଣୀ ପାଠ କରିଥିଲେ l ଏହି ଅବସରରେ ମୁଖ୍ୟ ଅତିଥି ରାଜ୍ୟପାଳ ମିଳନୀର ସୁବର୍ଣ୍ଣ ଜୟନ୍ତୀ ସ୍ମରଣିକା ଶୁଭ ଉନ୍ମୋଚନ କରିବା ସହ ମିଳନୀର ବର୍ତମାନ ସଭାପତି ତଥା ଓଡିଶାର ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ଦ୍ୱାରା ଲିଖିତ ” ମୋ ଜୀବନର ସଂଘର୍ଷମୟ କାହାଣୀ ‘ ଓ ‘ଆବର୍ଜନାର ଫୁଲ ‘ ଦୁଇଟି ପୁସ୍ତକକୁ ଉନ୍ମୋଚନ କରିଥିଲେ l
ରାଜ୍ୟପାଳ ତାଙ୍କ ଅଭିଭାଷଣରେ ବିଗତ 50 ବର୍ଷରେ lରାଜଧାନୀରେ ରହୁଥିବା ଭଦ୍ରକବାସୀଙ୍କ ମଧ୍ୟରେ ସମନ୍ୱୟ, ଭାଇଚାରା ଓ ସାଂସ୍କୃତିକ ପରମ୍ପରାକୁ ବଜାୟ ରଖିଥିବାରୁ ସେ ଏହାର ଉଚ୍ଚ ପ୍ରଂଶସା କରିଥିଲେ l ଏହାର ମୁଖ୍ୟ ପୁରୋଧା ଡ଼ ହରେକୃଷ୍ଣ. ମହତାବ ତାଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମ ପାଇଁ କେବଳ ଭଦ୍ରକ କାହଁକି ସାରା ଓଡ଼ିଶାର ଜନମାନସରେ ମନେରହିବେ l ମିଳନୀର ସଭାପତି ତାଙ୍କ ଅଭିଭାଷଣରେ ଭୁବନେଶ୍ୱରର ସର୍ବପୁରାତନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ହୋଇଥିଲେ ମଧ୍ୟ ଏହାର ଏକ ସ୍ଥାୟୀ କାର୍ଯ୍ୟାଳୟ ପାଇଁ ସରକାରଙ୍କ ପକ୍ଷରୁ ଖଣ୍ଡିଏ ଜାଗା ଯୋଗାଇ ଦିୟା ଯାଇନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ l ସମ୍ମାନିତ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ତଥା ବର୍ତମାନଇ ଭଣ୍ଡାରିପୋଖରୀ ପ୍ରଫୁଲ୍ଲ ସାମଲ, ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠି ଯୋଗ ଦେଇ “ମିଳନୀ ‘ ର ଉନ୍ନତି କାମନା ସହ ସୁବର୍ଣ୍ଣ ଜୟନ୍ତୀ ଅବସରରେ ସମ୍ମାନିତ ହୋଇଥିବା ବ୍ୟକ୍ତି ବିଶେଷଙ୍କୁ ଶୁଭେଚ୍ଛା ଜଣାଇବା ସଙ୍ଗେ ସଙ୍ଗେ ‘ମିଳନୀ’ ରାଜଧାନୀରେ ଅବସ୍ଥିତ ହୋଇ ମଧ୍ୟ ଭଦ୍ରକର କଳା, ସଂସ୍କୃତି ଓ ପରମ୍ପରାକୁ କେବଳ ଓଡିଶା ନୁହେଁ, ସର୍ବଭାରୀତୀୟ ସ୍ତରରେ ବିକଶିତ କରି ପାରିଥିବାରରୁ ଖୁସି ବ୍ୟକ୍ତ କରିବା ସହ ମିଳନୀର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ଳ
ଶେଷରେ ଗୁରୁ ଜଗନ୍ନାଥ କୁଅଁରଙ୍କ ନିର୍ଦେଶନାରେ ପ୍ରତିଷ୍ଠିତ କଳାକାରମାନଙ୍କ ଦ୍ୱାରା ନୃତ୍ୟ, ସଂଗୀତ ଓ ରଜ ଦୋଳି ନୃତ୍ୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା l ଏହି ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ପୁରୁଷୋତ୍ତମ ବଳ, ନିରୋଦ ନାରାୟଣ ମହାନ୍ତି ଓ ଭାସ୍କର ଚନ୍ଦ୍ର ଜେନା ପରିଚାଳନା କରିଥିଲେ l



