ଜୁନ୍‌ ୩୦ ପର୍ଯ୍ୟନ୍ତ ହାଇସ୍କୁଲର ଶିକ୍ଷକ ଓ ପ୍ରଧାନ ଶିକ୍ଷକମାନେ ବଦଳି ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିପା‌ରିବେ…

ଭୁବନେଶ୍ବର :ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ, ସରକାରୀ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକଙ୍କ ବଦଳି ନେଇ କ୍ୟାଲେଣ୍ଡର୍‌ ପ୍ରକାଶ କରାଯାଇଛି। ଜୁନ୍‌ ୩୦ ପର୍ଯ୍ୟନ୍ତ ହାଇସ୍କୁଲର ଶିକ୍ଷକ ଓ ପ୍ରଧାନ ଶିକ୍ଷକମାନେ ବଦଳି ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିପା‌ରିବେ। ୨୭ ତାରିଖ ପର୍ଯ୍ୟନ୍ତ ଶିକ୍ଷକମାନଙ୍କ ପ୍ରୋଫାଇଲ୍‌ ଖୋଲା ରହିବ ଏବଂ ତା’ ପରେ ବନ୍ଦ କରାଯିବ। ଜୁଲାଇ ୧ରୁ ୭ ମଧ୍ୟରେ ଜିଲ୍ଲା ଓ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ ସ୍ତରରେ ଡକ୍ୟୁମେଣ୍ଟ ଯାଞ୍ଚ ହେବ। ୮ରୁ ୧୨ ତାରିଖ ମଧ୍ୟରେ ମେଡିକାଲ ମାମଲାଗୁଡ଼ିକ ମେଡିକାଲ ବୋର୍ଡକୁ ପଠାଯିବ।

ଜିଲ୍ଲାପାଳ ଓ ନିର୍ଦ୍ଦେଶକଙ୍କ ସୁପାରିସ ଅନୁଯାୟୀ, ୧୨ ତାରିଖରେ ପ୍ରଶାସନିକ ବଦଳି ଚୂଡ଼ାନ୍ତ ହେବ। ଜୁଲାଇ ୧୩ରୁ ୨୦ ମଧ୍ୟରେ ମେଡିକାଲ ପରୀକ୍ଷା ଓ ରିପୋର୍ଟକୁ ଗ୍ରହଣ କରାଯିବ। ୨୧ ଓ ୨୨ ତାରିଖରେ ମେଡିକାଲ ରିପୋର୍ଟ ଅପ୍‌ଲୋଡ୍‌ ହେବ। ୨୩ରୁ ୨୮ ତାରିଖ ମଧ୍ୟରେ ଯୋଗ୍ୟ ପ୍ରାର୍ଥୀମାନେ ଚଏସ୍‌ ଲକିଂ କରିପାରିବେ ଏବଂ ଜୁଲାଇ ୨୯ରୁ ଅଗଷ୍ଟ ୧ ମଧ୍ୟରେ ଡିଏଲ୍‌ଟିସି/ଏସ୍‌ଏଲ୍‌ଟିସିଙ୍କ ବୈଠକ ହେବ। ଅଗଷ୍ଟ ୪ରେ ବଦଳି ନିର୍ଦ୍ଦେଶ ଜାରି କରାଯିବ। ଅଗଷ୍ଟ ୧୦ ସୁଦ୍ଧା ରିଲିଭ୍‌ ଓ ଯୋଗଦେବା କାର୍ଯ୍ୟ ବନ୍ଦ ହେବ। ଅଗଷ୍ଟ ୧୦ରୁ ୧୭ ଯାଏ ଶିକ୍ଷକମାନଙ୍କ ପ୍ରୋଫାଇଲ୍‌ ପୁଣିଥରେ ଖୋଲାଯିବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାସ୍ତାରେ ବହୁଛି ନର୍ଦ୍ଦମା ପାଣି ଡ୍ରେନ୍ କାମ ଅଧାରେ ପଡ଼ିଛି, ମହାମାରୀର ଆଶଙ୍କା...

Sat Jun 18 , 2022
ବରଗଡ଼(ନବୀନ ଦାଶ)-ବରଗଡ଼ ଜିଲ୍ଲା ଅତାବିରା ଏନ୍ ଏସି ମଧ୍ୟ ଦେଇ ଅସମ୍ପୂର୍ଣ୍ଣ ତଥା ତ୍ରୁଟି ପୂର୍ଣ୍ଣ ୫୩ନଂ ଚାରି ଥାକିଆ ଜାତୀୟ ରାଜପଥ ଭେଦ କରି ଯାଇଥିବା ବେଳେ ସର୍ଭିସ୍ ରାସ୍ତା କଡ଼ରେ ଥିବା ଡ୍ରେନ ଗୁଡ଼ିକ ଅଧା ପନ୍ତରିଆ ଭାବେ ଦୀର୍ଘ ବର୍ଷ ହେବ ମୁକୁଳା ରେ ପଡ଼ି ରହି ଦୁର୍ଘଟଣା କୁ ନିମନ୍ତ୍ରଣ କରୁଛି। ଯଦ୍ୱାରା ଗାଈ ଗୋରୁ,ଯିବା ଆସିବା ଲୋକେ ତଥା ସ୍କୁଲ ପିଲା ନୀଇତି […]

You May Like

Pin It on Pinterest