
ବରଗଡ଼(ନବୀନ ଦାଶ)-ବରଗଡ଼ ଜିଲ୍ଲା ଅତାବିରା ଏନ୍ ଏସି ମଧ୍ୟ ଦେଇ ଅସମ୍ପୂର୍ଣ୍ଣ ତଥା ତ୍ରୁଟି ପୂର୍ଣ୍ଣ ୫୩ନଂ ଚାରି ଥାକିଆ ଜାତୀୟ ରାଜପଥ ଭେଦ କରି ଯାଇଥିବା ବେଳେ ସର୍ଭିସ୍ ରାସ୍ତା କଡ଼ରେ ଥିବା ଡ୍ରେନ ଗୁଡ଼ିକ ଅଧା ପନ୍ତରିଆ ଭାବେ ଦୀର୍ଘ ବର୍ଷ ହେବ ମୁକୁଳା ରେ ପଡ଼ି ରହି ଦୁର୍ଘଟଣା କୁ ନିମନ୍ତ୍ରଣ କରୁଛି।
ଯଦ୍ୱାରା ଗାଈ ଗୋରୁ,ଯିବା ଆସିବା ଲୋକେ ତଥା ସ୍କୁଲ ପିଲା ନୀଇତି ଛୋଟ ମୋଟ ଦୁର୍ଘଟଣା ର ଶିକାର ହେଉଥିବା ଅଞ୍ଚଳରେ ବେଶ୍ ନଜିର ରହିଛି।ଡ୍ରେନ ଟି ନିର୍ମାଣ ହୋଇଛି ସତ,ହେଲେ ଡ୍ରେନ ର ଆରମ୍ଭ ଓ ଶେଷ କେଉଁଠି କାହାରିକୁ ଜଣା ନାହିଁ।ଡ୍ରେନ୍ ର ଡ୍ରେନେଜ୍ ବ୍ୟବସ୍ଥା ନଥିବା ଯୋଗୁଁ ମୁକୁଳା ଡ୍ରେନ ରେ ଦୀର୍ଘ ବର୍ଷରୁ ଜମି ରହିଥିବା ଅଳିଆ ଆବର୍ଜନା ର ପଚା ଷଢା ଗନ୍ଦ ରେ ନାକ ଫାଟି ଯାଉଛି।ସାମାନ୍ୟ୍ ବର୍ଷା ହେଲେ ବର୍ଷା ଜଳ ଡ୍ରେନେଜ୍ ହୋଇ ନପାରି ପାଣି ରେ ନୂଆଁ ଧରଣର ପୋକ ଜୋକ ରାସ୍ତା ରେ ବହି ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଘରେ ପଶୁଛି।

ଯାହାର କିଞ୍ଚିତ ଉଦାହରଣ ସ୍ୱରୂପ ଦୂର୍ଗା ମନ୍ଦିର ନିକଟରେ ଥିବା ଡ୍ରେନ ରୁ ଅଳିଆ ଆବର୍ଜନା ପାଣି ବାହାରି ଦୂର୍ଗା ମନ୍ଦିର ସାମ୍ନା ଦେଇ ଦୂର୍ଗା ମନ୍ଦିର ଗଲି ପଡ଼ା ରେ ଥିବା ଘର ମାନଙ୍କୁ ପଶି ମଶା ମାଛି ଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବା ସହ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇ ଅଞ୍ଚଳ ପାଇଁ ଏବେ ମୁଣ୍ଡ ବ୍ୟଥା ର କାରଣ ସାଜିଛି।ଆଗକୁ ବର୍ଷା ଦିନ ଏହି ଡ୍ରେନ ପାଣି ମହାମାରୀ ରୂପ ନ ନେବ କିଏ କହିବ।ତେବେ ଏଥିପ୍ରତି ତୁରନ୍ତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଡ୍ରେନ କୁ ସମ୍ପୂର୍ଣ୍ଣ କରିବା ସହ ଡ୍ରେନେଜ ବ୍ୟବସ୍ଥା କରିବା ପାଇଁ ସାଧାରଣ ରେ ଦାବି ହେଉଛି।




