ଆଜିର ଖାସ୍ ଖବର

୧-ଆସନ୍ତାକାଲି ଆନ୍ତର୍ଜାତୀୟ ମହିଳା ଦିବସ ରେ ମୋ ବସ ରେ ମହିଳାଙ୍କୁ ମାଗଣା ଯାତ୍ରା ସୁବିଧା।

୨-ମଧ୍ୟପ୍ରଦେଶ ସରକାର ରେ ରାଜନୈତିକ ସଙ୍କଟ , ଘଡିକେ ଘୋଡା ଛୁଟୁଛି।

୩-ଆଜି ଜଷ୍ଟିସ ଅରଜିତ ପସାୟତ ଙ୍କ ଅଧ୍ୟକ୍ଷତା ରେ କଳାଧନ ସଂକ୍ରାନ୍ତୀୟ ଏସଆଇଟି ର କଟକ ରେ ବୈଠକ ।

୪-ଆଜି ବର୍ଷା ଝଡ଼ ତୋଫାନ ପାଇଁ ୧୩ ଜିଲ୍ଲା କୁ ୱାର୍ଣ୍ଣିଙ୍ଗ । ଗତକାଲି ଲୋଇସିଙ୍ଗା , ଆଗଲପୁର, କଣ୍ଟାମାଲ ରେ ଝଡ଼ ତୋଫାନ କୁଆପଥର ମାଡ଼ ରେ ବ୍ୟାପକ କ୍ଷୟକ୍ଷତି।

୫-କମିଲା ବସ ଭଡା – ସାଧାରଣ ବସ ରୁ ଡିଲକ୍ସ ଯାଏଁ କିଲୋମିଟର ପିଛା ୧ ରୁ ୨ ପଇସା କମିଲା ।

୬-ନବରଙ୍ଗପୁର ଆର୍ଟିଓ ଗଣେଶ୍ୱର କହଁର ଙ୍କ ଅଫିସ ସମେତ ୬ ଟି ସ୍ଥାନ ତଥା କୁଚିଣ୍ଡା ଏନଏସି ଇଓ ଜିତେନ୍ଦ୍ର ମହାପାତ୍ର ଙ୍କ ୬ ଟି ସ୍ଥାନ ରେ ଭିଜିଲାନ୍ସ ଚଢ଼ାଉ।

୭-ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁର ଙ୍କ ଘରେ ଇଡି ର ଚଢ଼ାଉ , ଲୁକଆଉଟ ନୋଟିସ।

୮- ଅନାମ ଙ୍କୁ ତ୍ରାହି ନାହିଁ – ଭବାନୀପାଟଣା ର ପୂର୍ବ ବିଧାୟକ ଅନାମ ନାଏକ ଙ୍କୁ ମନି ଲଣ୍ଡରିଂ ମାମଲା ର ଜେରା କରିବ ପ୍ରବର୍ତନ ନିର୍ଦେଶାଳୟ । ଏବେ ଏବେ ଜାମିନ ରେ ମୁକୁଳିଛନ୍ତି।

୯-ଭୁବନେଶ୍ୱର RMRC ରେ ଖୁବ ଶୀଘ୍ର କରୋନା ଟେଷ୍ଟ ହେବ। ଦେଶ ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୩୧ । ୩୦ ବିମାନ ବନ୍ଦର ରେ କରୋନା ସ୍କ୍ରିନିଂ ବାଧ୍ୟତା ମୂଳକ।

୧୦-ୟେସ ବ୍ୟାଙ୍କ ରେ ଶ୍ରୀମନ୍ଦିର ର ୫୪୫ କୋଟି ଟଙ୍କା ଜମା ନେଇ ତୁମ୍ବୀ ତୋଫାନ। ଆଇନ ମନ୍ତ୍ରୀ କହିଲେ ଠିକଣା ବେଳେ ଟଙ୍କା ଉଠାହେବ। ଜଗନ୍ନାଥ ସେନା ର ତଦନ୍ତ ଦାବି।

୧୧-କେନ୍ଦ୍ର ର ଭୁଲ ଆର୍ଥିକ ପଲିସି ପାଇଁ ଆଗକୁ ଆହୁରି ଅନେକ ବ୍ୟାଙ୍କ ବନ୍ଦ ହେବା ଆଶଙ୍କା କଲେ ସାଂସଦ ସଞ୍ଜୟ ସିଂ।

୧୨-ରାଜ୍ୟ ର ପ୍ରତ୍ୟେକ ଥାନା ରେ ୫୦ % ମହିଳା କର୍ମଚାରୀ ନିଯୁକ୍ତି ପାଇଁ ପ୍ରସ୍ତାବ ଥିବା କହିଲେ ପୋଲିସ ଡିଜି ଅଭୟ ।

୧୩-କରୋନା ପାଇଁ ଫିକା ପଡିଲା ରଙ୍ଗ ବଜାର । ହୋଲି-ଅବିରର ପସରା ମେଲିଛି ହେଲେ ବିକ୍ରି ହେଉନି । ଭାଇରସ ଭୟରେ ରଙ୍ଗ ଦୋକାନରେ ଲୋକଙ୍କ ପାଦ ବି ପଡୁନି।

୧୪-ରାଜ୍ୟରେ କମିଲା ଘରୋଇ ବସର ଭଡା । ସାଧାରଣ ବସରେ କିଲୋମିଟର ପିଛା ୧ ପଇସା ଏବଂ ଏସି, ଡିଲକ୍ସରେ ୨ ପଇସା କମାଇଲେ ମାଲିକ ସଂଘ।

୧୫-ଓଡ଼ିଶାରେ କରୋନା ଆତଙ୍କ : SCBରୁ ଫେରାର ସନ୍ଦିଗ୍ଧ ଘରୋଇ ହୋଟେଲରୁ ଠାବ, ଝାରସୁଗୁଡା ମେଡିକାଲରେ ଜଣେ ଆଉ ଜଣେ ଭର୍ତ୍ତି।

୧୬-ୟେସ୍‌ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଫେରିବା ଅନିଶ୍ଚିତ, ଅଧିକ ସୁଧ ଲୋଭରେ ବୁଡିବ ମୁଳପୁଞ୍ଜି।

୧୭-କରୋନା ଆତଙ୍କ: ସ୍କୁଲ ପିଲାଙ୍କୁ ସତର୍କ କରାଇବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ।

୧୮-କରୋନା ପାଇଁ ବାୟୋମେଟ୍ରିକ ଉପସ୍ଥାନ ଉପରେ ଲାଗିଲା ରୋକ୍ । ଆସନ୍ତା ୩୧ ଯାଏଁ ସମସ୍ତ ସରକାରୀ ଅଫିସରେ ବାୟୋମେଟ୍ରିକ୍ ଉପସ୍ଥାନ ବନ୍ଦ ରଖିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ।

୧୯-ଜାରି ହେଲା ରାଜ୍ୟସଭା ନିର୍ବାଚନ ବିଜ୍ଞପ୍ତି: ୧୭ରାଜ୍ୟର ୫୫ଆସନ-ଓଡ଼ିଶାରେ ୪, ୧୩ରେ ନାମାଙ୍କନ ଶେଷ, ୨୬ରେ ଭୋଟ୍।

୨୦-YES ବ୍ୟାଙ୍କକୁ ଟ୍ରାକକୁ ଆଣିବା ପାଇଁ ଯୋଜନା, SBI କିଣିବ ବଡ଼ ଅଂଶ।ଅଚଳ ହେଲା ‘ଫୋନପେ’ ! ୟେସ୍ ବ୍ୟାଙ୍କର ସ୍ଥିତି ଶୋଚନୀୟ ପରେ ପ୍ରଭାବିତ ଡିଜିଟାଲ୍ କାରବାର।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସଚେତନତା ହିଁ କରୋନା ର...ପ୍ରତିକାର

Sat Mar 7 , 2020
2003- SARS ଭୂତାଣୁ,ମୃତ୍ୟୁ ହାର 10%,26 ଦେଶ ପ୍ରଭାବିତ 2009-Swine flu ଭୂତାଣୁ,ମୃତ୍ୟୁ ହାର 4.5%,6 କୋଟି ଲୋକ ପ୍ରଭାବିତ 2014- EBOLA,ମୃତ୍ୟୁ ହାର 25%, 12000 ମୃତ୍ୟ 2020- Corona Virus , 80 ଦିନ ରେ 3200 ମୃତ୍ୟୁ, ମୃତ୍ୟୁ ହାର 3% ରୁ କମ୍ 4 ଟି ମଧ୍ୟରୁ Corona Virus COVID19 ଯୋଗୁଁ ମୃତ୍ୟୁ ହାର ସବୁଠାରୁ କମ୍,କିନ୍ତୁ ଏବେ ଏହି ରୋଗ ପାଇଁ […]

You May Like

Pin It on Pinterest