
କାନପୁର: ୧୯।୦୬ – ଆମ୍ବୁଲାନ୍ସ ଚାଳକଙ୍କ ଆତ୍ମହତ୍ୟାର କାରଣ ଖୋଜୁଛି ପୋଲିସ। କଟକ ଜିଲ୍ଲା କାନପୁର ଥାନା ରାସ୍ତାରେ ଏପରି ଘଟଣା ଦେଖିବାକୁ ମିଳିଛି । ମୃତକ କାବୁଲି ସେନାପତି,ତିଗିରିଆ ଥାନା ବିନ୍ଧାଣିମା ଗାଁର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।
ସୂଚନା ଅନୁଯାଇ,କାବୁଲି ସେନାପତି କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନନୀ ରୋଗୀ ବାହକର ଚାଳକ ଥିଲେ। କିନ୍ତୁ ହଠାତ୍ ସେ ଏବେ ଆତ୍ମହତ୍ୟା କରିଛନ୍ତି । କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଏକ ରାସ୍ତା କଡ଼ରେ ଆମ୍ବୁଲାନ୍ସ ରଖି ତେନ୍ତୁଳି ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି କାବୁଲି। ତେବେ ଯୁବକ ଜଣଙ୍କ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରିଛନ୍ତି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।ଘଟଣାର ପୁଙ୍ଖଅଣୁ ପୁଙ୍ଖ ତଦନ୍ତ ଜାରି ରଖିଛି କାନପୁର ଥାନା ପୋଲିସ ।



