ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ସର୍ବୋଚ୍ଚ ପଦବୀକୁ ନିର୍ବାଚିତ କରିବା ପାଇଁ ସର୍ବସମ୍ମତି କ୍ରମେ ସମର୍ଥନ କରନ୍ତୁ – ମୁଖ୍ୟମନ୍ତ୍ରୀ

ପ୍ରମୋଦ ନାୟକ(ଭୁବନେଶ୍ବର): ଗତ ମଙ୍ଗଳବାର ଏନ୍‌ଡିଏ ନିଜର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମା ଘୋଷଣା କରିଛି। ଏନ୍‌ଡିଏ ପକ୍ଷରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ଦ୍ରୌପଦୀ ମୁର୍ମୁଙ୍କ ନାମ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଘୋଷଣା କରିଥିଲେ। ଏହି ଘୋଷଣା ପ୍ରତେକ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ ହୋଇଚି । ଏହି ଖୁସିର ମୁହୁର୍ତରେ ଇଟାଲି ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି ।

ଟ୍ବିଟରେ ମୁଖ୍ୟମନ୍ତ୍ରୀ ଲେକହିଛନ୍ତିଯେ ଯେ, ଓଡ଼ିଶା ବିଧାନସଭାର ସମସ୍ତ ସଦସ୍ୟଙ୍କୁ ଅପିଲ କରୁଛି ଯେ, ଦଳମତ ନିର୍ବିଶେଷରେ ସମସ୍ତେ ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ସର୍ବୋଚ୍ଚ ପଦବୀକୁ ନିର୍ବାଚିତ କରିବା ପାଇଁ ସର୍ବସମ୍ମତି କ୍ରମେ ସମର୍ଥନ କରନ୍ତୁ।

ଏହା ପୂର୍ବରୁ ଦ୍ରୌପଦୀ ମୁର୍ମୁଙ୍କ ନାମ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଶୁଭେଚ୍ଛା ଜଣାଇଥିଲେ। ନବୀନ ଟୁଇଟ୍ କରିଥିଲେ ଯେ ଦେଶର ସର୍ବୋଚ୍ଚ ପଦବୀ ପାଇଁ ଏନ୍‌ଡିଏର ପ୍ରାର୍ଥୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ। ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ପ୍ରସ୍ତାବ ନେଇ ମୋ ସହ ଆଲୋଚନା କରିଥିଲେ ମୁଁ ବହୁତ ଖୁସି ହୋଇଥିଲି। ବାସ୍ତବରେ ଓଡ଼ିଶାବାସୀଙ୍କ ପାଇଁ ଏହା ଗର୍ବର ମୁହୂର୍ତ୍ତ। ଦେଶରେ ମହିଳା ସଶକ୍ତୀକରଣ କ୍ଷେତ୍ରରେ ଶ୍ରୀମତୀ ମୁର୍ମୁ ଏକ ଉଦାହରଣ ସୃଷ୍ଟି କରିବେ ବୋଲି ମୁଁ ନିଶ୍ଚିତ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଆ ଜାତିକୁ ଏହା ସର୍ବଶ୍ରେଷ୍ଠ ପୁରସ୍କାର - ସମୀର ମହାନ୍ତି...

Thu Jun 23 , 2022
ପ୍ରମୋଦ ନାୟକ(ଭୁବନେଶ୍ୱର) : ଦ୍ରୌପଦୀ ମୁର୍ମୁଙ୍କୁ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଓଡ଼ିଆ ଜାତିକୁ ପ୍ରଧାନମନ୍ତ୍ରୀଙ୍କର ଏହା ସର୍ବଶ୍ରେଷ୍ଠ ପୁରସ୍କାର ବୋଲି ମଧ୍ୟ ଶ୍ରୀ ମହାନ୍ତି କହିଛନ୍ତି । ବୁଧବାର ଦିନ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଜୀବନ ସଂଗ୍ରାମରେ ବହୁ ଝଡ଼ଝଞ୍ଜାକୁ ପ୍ରତିହିତ କରି ଶ୍ରୀମତୀ […]

You May Like

Pin It on Pinterest