ଭାଇରାଲ୍ ହେଉଛି ନବୀନ ଓ ଦ୍ରୌପଦୀଙ୍କ ସଂପର୍କର ଫଟୋ,କଣ ଏଇ ସମ୍ପର୍କ ?

ଏସ ବାସ୍ତବ(ଭୁବନେଶ୍ଵର):ଓଡିଶା ମାଟିର ଗର୍ବ,ଓଡିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ।ଶାସକ ଭାରତୀୟ ଜନତା ପାର୍ଟି ବିରୋଧୀଙ୍କୁ ଚକମା ଦେବା ପାଇଁ ଗୋଟି ଚାଳନାରେ ବିରୋଧୀ ଧରାଶାୟୀ ହେବାର ସମ୍ଭାବନା ଉଜ୍ଜଳ । ରାଷ୍ଟ୍ରପତି ନିର୍ବାଚନରେ ମୁର୍ମୁଙ୍କ ବିଜୟ ସମ୍ଭାବନା ଅଧିକ । ଦ୍ରୌପଦୀଙ୍କ ପ୍ରାର୍ଥୀତ୍ଵକୁ ପ୍ରଥମେ ସମର୍ଥନ କରିଛି ଶାସକ ବିଜୁ ଜନତା ଦଳ। ଏପରିକି ଦଳର ଦୁଇ ମନ୍ତ୍ରୀ ପ୍ରସ୍ତାବକ ସାଜିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କକୁ ନେଇ ଏକ ପୁରୁଣା ଫଟୋ ଭାଇରାଲ ହେବାର ଲାଗିଛି । ଇଣ୍ଡିଆ ଟୁଡେରେ ଏହି ଫଟୋ ୨୦୦୦ ମସିହାରେ ପ୍ରକାଶ ପାଇଥିଲା। ଫୋଟୋ କାହିଁକି ଏତେ ଚର୍ଚ୍ଚାର ବିଷୟ ସାଜିଛି ?

ସୂଚନାଯୋଗ୍ୟ, ୨୦୦୦ ମସିହାରେ ରାଜ୍ୟରେ ବିଜେଡି ବିଜେପି ମେଣ୍ଟ ସରକାରରେ ରାଇରଙ୍ଗପୁରରୁ ପ୍ରଥମ ବିଧାନସଭା ନିର୍ବାଚନ ଜିତିଥିଲେ ଦୌପ୍ରଦୀ ମୁର୍ମୁ। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ପରେ ତାଙ୍କୁ ମତ୍ସ୍ୟ ଓ ପଶୁପାଳନ ବିଭାଗ ଦାୟିତ୍ଵ ଦେଇଥିଲେ ମୁଖ୍ୟମନ୍ତ୍ରୀ ।ନବୀନ ଏବଂ ଦ୍ରୌପଦୀଙ୍କ ମଧ୍ୟରେ ବହୁତ ଭଲ ସଂପର୍କ ରହିଛି। ଦ୍ରୌପଦୀ ମୁର୍ମୁ ନବୀନ ପଟ୍ଟନାୟକଙ୍କୁ ସର୍ବଦା ବଡ ଭାଇର ସମ୍ମାନ ଦେଇ ଆସିଛନ୍ତି।

ରାଷ୍ଟ୍ରପତି ନିର୍ବାଚନ ସମୟରେ ଦୈନିକ ଇଂରାଜୀ ଖବର କାଗଜ ଇଣ୍ଡିଆ ଟୁଡେରେ ୨୦୦୦ ମସିହାରେ ଏକ ଫଟୋ ପ୍ରକାଶ ପାଇଥିଲା। ସେଥିରେ ମୁର୍ମୁ ନବୀନଙ୍କୁ ରାକ୍ଷୀ ବାନ୍ଧୁଛନ୍ତି। ମୁର୍ମୁଙ୍କୁ ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ କରିବା ପରେ ଏହି ଫଟୋ ସଂପ୍ରତି ଭାଇରାଲ୍ ହୋଇଛି। କାରଣ ମୁଖ୍ୟମନ୍ତ୍ରୀ ବିଜେପିକୁ ପ୍ରସ୍ତାବ ଦେଇଥିଲେ, ଯଦି ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ କରେ ତେବେ ବିଜେଡି ପୂର୍ଣ୍ଣ ସମର୍ଥନ ଦେବ।

ବିଜେପି ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ମାତ୍ରେ ଏହାକୁ ପ୍ରଥମେ ଖୋଲା ହୃଦୟରେ ସ୍ଵାଗତ କରିଥିଲେ ମୁଖ୍ୟମନ୍ତ୍ରୀ । ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳଗୁଡିକ ପକ୍ଷରୁ ପ୍ରାର୍ଥୀ ଯଶଓ୍ଵନ୍ତ ସିହ୍ନାଙ୍କଠୁ ଢେର ଆଗରେ ରହିଛନ୍ତି ଦ୍ରୌପଦୀ ମୁର୍ମୁ। ତେବେ ବିଜେଡି ଏବଂ ଆନ୍ଧ୍ର ପ୍ରଦେଶର ଶାସକ ଦଳ ଓ୍ଵାଇଏସଆର ସମର୍ଥନ ମିଳିଲେ ଦ୍ରୌପଦୀଙ୍କ ବିଜୟ ସୁନିଶ୍ଚିତ ହୋଇଯିବ।ଭଉଣୀର ରାକ୍ଷୀର ପଣ ବିଜେଡି ରଖିବାର ପୂର୍ଣ୍ଣ ପ୍ରତିଶୁତିବଦ୍ଧ ହେଲେ ଦେଖିବାକୁ ବାକି ରହିଲା ଓ୍ଵାଇଏସଆର ଓ ଝାଡ଼ଖଣ୍ଡ କେବେ ଖୋଲା ହୃଦୟରେ ସଂମତି ଜଣାଉଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆତ୍ମହତ୍ୟା କରିଛନ୍ତି ବରିଷ୍ଠ ଅଭିନେତା ରାଇମୋହନ ପରିଡା...

Fri Jun 24 , 2022
ଭୁବନେଶ୍ୱର ୨୪/୦୬: ସ୍ତବ୍ଧ ହୋଇଯାଇଛି ଓଲିଉଡ । ଆତ୍ମହତ୍ୟା କରିଛନ୍ତି ବରିଷ୍ଠ ଅଭିନେତା ରାଇମୋହନ ପରିଡା । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା । ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା । ସେପଟେ ରାଇମୋହନ ପରିଡାଙ୍କ ମୃତ୍ୟୁ ପରେ ପୁରା ଓଲିଉଡରେ ଶୋକର ଛାୟା, ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା କାହିଁକି ରାହିମୋହନ […]

You May Like

Pin It on Pinterest