ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ,ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା…

ଭୁବନେଶ୍ୱର,୨୪/୦୬:ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ, ଜୁନ ଶେଷ ଆଡ଼କୁ ଏହି ଲଘୁଚାପ ଓଡ଼ିଶା ନିକଟବର୍ତ୍ତୀ ହେବାର ସମ୍ଭାବନା । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆକଳନ ଅନୁଯାଇ,ଏହା ଉତ୍ତର-ପଶ୍ଚିମ ଦିଗରେ ମୁହାଁଇବ । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧ରୁ ୭ ତାରିଖ ଭିତରେ ରାଜ୍ୟରେ ଭଲ ବର୍ଷା ହୋଇପାରେ

ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ହେବ ବୋଲି, ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ମଧ୍ୟ ପୂର୍ବାନୁମାନ କରିଛି । କିଛି ଅଂଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି କୁହାଯାଇଛି । ସେହିଭଳି ଆସନ୍ତା ୨୪ରୁ ୩୦ ତାରିଖ ଯାଏ ରାଜ୍ୟରେ ସ୍ୱାଭାବିକ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି । ୨୬ ତାରିଖ ଯାଏ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ସେପଟେ ୨୮ ତାରିଖ ଯାଏ ରାଜ୍ୟରେ ବର୍ଷା ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ କହିିଛନ୍ତି । ୨୪ ଓ ୨୫ରେ କାଁ ଭାଁ ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ଜୁନ୍‌ ମାସରେ ନିଅଣ୍ଟିଆ ବର୍ଷା ରହିବ । ତେବେ ଜୁଲାଇ ପ୍ରଥମ ସପ୍ତାହରେ ସ୍ୱାଭାବିକ ବର୍ଷା ହେବ ବୋଲି ସେ କହିଛନ୍ତି ।

୨୯ରୁ ମୌସୁମୀ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପାଇଁ ଅନୁକୂଳ ସ୍ଥିତି ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ଭଲ ବର୍ଷା ହେବ । ଜୁଲାଇ ୧ରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ତଥ୍ୟ ଅନୁସାରେ, ଜୁନ୍‌ ୧ରୁ ୨୩ ଯାଏ ୯୨.୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏହି ସମୟରେ ୧୬୬.୯ ମିମି ସ୍ୱାଭାବିକ ବର୍ଷା ହେବା କଥା । ଏଣୁ ଚଳିତ ମାସରେ ଅତ୍ୟଧିକ ନିଅଣ୍ଟିଆ ବର୍ଷା ହୋଇଛି । କେବଳ ବୌଦ୍ଧ ଜିଲ୍ଲାରେ ସ୍ୱାଭାବିକଠାରୁ ୩୫% ଅଧିକ ବର୍ଷା ହୋଇଛି । ଅନୁଗୁଳ, ଢେଙ୍କାନାଳ, ନୂଆପଡ଼ା ଓ ନୟାଗଡ଼ରେ ସ୍ୱାଭାବିକ ବର୍ଷା ହୋଇଛି । ଭଦ୍ରକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, ଗଜପତି, ମାଲକାନଗିରି, ନବରଙ୍ଗପୁର ଓ ସୁନ୍ଦରଗଡ଼ରେ ଅତି ନିଅଣ୍ଟିଆ ବର୍ଷା ହୋଇଛି । ଏହି ସବୁ ଜିଲ୍ଲାରେ ପ୍ରାୟ -୫୯% କମ୍‌ ବର୍ଷା ହୋଇଛି ଏବଂ ବାକି ୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭାଇରାଲ୍ ହେଉଛି ନବୀନ ଓ ଦ୍ରୌପଦୀଙ୍କ ସଂପର୍କର ଫଟୋ,କଣ ଏଇ ସମ୍ପର୍କ ?

Fri Jun 24 , 2022
ଏସ ବାସ୍ତବ(ଭୁବନେଶ୍ଵର):ଓଡିଶା ମାଟିର ଗର୍ବ,ଓଡିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ।ଶାସକ ଭାରତୀୟ ଜନତା ପାର୍ଟି ବିରୋଧୀଙ୍କୁ ଚକମା ଦେବା ପାଇଁ ଗୋଟି ଚାଳନାରେ ବିରୋଧୀ ଧରାଶାୟୀ ହେବାର ସମ୍ଭାବନା ଉଜ୍ଜଳ । ରାଷ୍ଟ୍ରପତି ନିର୍ବାଚନରେ ମୁର୍ମୁଙ୍କ ବିଜୟ ସମ୍ଭାବନା ଅଧିକ । ଦ୍ରୌପଦୀଙ୍କ ପ୍ରାର୍ଥୀତ୍ଵକୁ ପ୍ରଥମେ ସମର୍ଥନ କରିଛି ଶାସକ ବିଜୁ ଜନତା ଦଳ। ଏପରିକି ଦଳର ଦୁଇ ମନ୍ତ୍ରୀ ପ୍ରସ୍ତାବକ ସାଜିବେ ବୋଲି କହିଛନ୍ତି […]

You May Like

Pin It on Pinterest