
ନବୀନ ଦାଶ(ବରଗଡ଼):ଓଡ଼ିଶାର ଭାତହାଣ୍ଡି ଭାବେ ବେଶ୍ ପରିଚିତ ଥିବା ବରଗଡ଼ ଜିଲ୍ଲାରେ ଉନ୍ନତ ମାନର ଧାନ ଚାଷ ହେଉଥିବାରୁ ଯଥେଷ୍ଟ ପରିମାଣ ରେ ସାର ର ଆବଶ୍ୟକତା ରହିଛି | ବିଗତ ରବି ଋତୁରେ ଆବଶ୍ୟକ ମୁତାବକ ସାର ସରକାରୀ ମୂଲ୍ୟରେ ନ ପାଇ ଚଢ଼ା ଦରରେ ସାର କିଣି ଭିଟାମିନ ବାଧ୍ୟତା ହେବା ସହ ଚାଷୀ ଶୋଷଣ ର ଶିକାର ହୋଇଥିବା ବେଳେ, ଚାଷ କାର୍ଯ୍ୟ ରେ ବାଧା ପ୍ରାପ୍ତ ହେବା ଓ ଫସଲ ଉତ୍ପାଦନ ରେ ମଧ୍ୟ ପ୍ରଭାବ ଦେଖି ବାକୁ ମିଳିଥିଲା |
ଏଣୁ ଚଳିତ ଖରିଫ ଋତୁ ପାଇଁ ଚାଷୀ ଙ୍କୁ ଉପଯୁକ୍ତ ପରିମାଣ ରେ ସାର ଯୋଗାଇବା ସହ ଅନେକ ଗୁଡ଼ିଏ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ର ସଭାପତି ଶଢାନନ ଭୋଇ ଙ୍କ ସଭାପତିତ୍ବ ରେ ଚାଷୀ ମାନଙ୍କ ସମସ୍ୟା ଉପରେ ଆଲୋଚନା କରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି |

ଜିଲ୍ଲା ରୁ ବ୍ଲକ ପର୍ଯ୍ୟନ୍ତ ପ୍ରତ୍ୟେକ ଲାଇସେନ୍ସ ପ୍ରାପ୍ତ ସାର ଦୋକାନ ରେ ସବୁ ପ୍ରକାର ସାର ର ଦର ତାଲିକା ଓ ସାର ଷ୍ଟକ୍ ର ପରିମାଣ ଉଲ୍ଲେଖ କରିବା ଓ ସାର ର ସରକାରୀ ମୂଲ୍ୟ ଠାରୁ ଅଧିକ ନେଉଥିବା ବିକ୍ରେତା ଙ୍କୁ ତାଗିଦ୍ କରିବା ସହ ସେ ମାନଙ୍କ ଲାଇସେନ୍ସ ରଦ୍ଦ କରି ଦୃଢ଼ ପଦକ୍ଷେପ ଗ୍ରହଣ କରିବା ଭଳି ଚାଷୀ ସମସ୍ୟା ର ସମାଧାନ କରିବା ପାଇଁ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଦାବୀ ଜଣାଇଛନ୍ତି |
ନଚେତ ଚଳିତ ଖରିଫ ଋତୁ ରେ ଯଦି ସାର ର କୌଣସି ପ୍ରକାର ଅସୁବିଧା,କି ଅପ୍ରୀତିକର ପରିବେଶ ଘଟେ ତେବେ କୌଣସି ମୁହୂର୍ତ୍ତ ରେ ମଧ୍ୟ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଆନ୍ଦୋଳନ ମୁହାଁ ହେବ ବୋଲି ସଂଗଠନ ର ସଂପାଦକ ଚେତାବନୀ ଦେଇଛନ୍ତି | ଏଥିରେ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ର ବ୍ଲକ ସଭାପତି ହାରାଦନ ପ୍ରଧାନ,ମହାଦେବ ମହାପାତ୍ର, ବସନ୍ତ ବାରିକ୍ ସଦସ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ |



