ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ କଂଗେସରେ ଝଡ଼…

  • ମୁଁ ସୋନିଆ ଗାନ୍ଧୀଙ୍କୁ ପ୍ରସ୍ତାବ ଦେଉଛି ଯେ ଦ୍ରୌପଦୀଙ୍କୁ ନିର୍ଦ୍ବନ୍ଦରେ ନିର୍ବାଚିତ କରିବା ପାଇଁ ନିଷ୍ପତ୍ତି ନିଅନ୍ତୁ -ସୁରେଶରାଉତରା ସୁର ରାଉତରାୟଙ୍କ ବ୍ୟକ୍ତିଗତ ମତ। ବିଜେପି ପ୍ରାର୍ଥୀଙ୍କୁ ଆମେ କାହିଁକି ସମର୍ଥନ କରିବୁ ?- ଶରତ ପଟ୍ଟନାୟକ
  • ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ ଦଳ ସମର୍ଥନ କରିବ ନାହିଁ -ନରସିଂହ ମିଶ୍ର

ପ୍ରମୋଦ ନାୟକ(ଭୁବନେଶ୍ବରu) :ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନେଇ କଂଗେସରେ ଝଡ଼ ।ଗୋଟିଏ ପଟେ ପାର୍ଟି ଅନ୍ୟପଟେ ମାଟିର ଲଢେଇ । ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀକୁ ନେଇ ଅଡୁଆରେ ରାଜ୍ୟ କଂଗ୍ରେସ। କଂଗ୍ରେସ ଦଳ ତାଙ୍କୁ ସମର୍ଥନ ଦେବ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରି ଥିଲେ ମଧ୍ୟ, ଆଜି ବିଧାୟକ ସୁରେଶ ରାଉତରାୟ ପାର୍ଟି ଲାଇନ୍‌ରୁ ହଟି ଦ୍ରୌପଦୀଙ୍କୁ ସମର୍ଥନ ସପକ୍ଷରେ ମତ ରଖିଛନ୍ତି। ଯାହାକୁ ନେଇ କଂଗ୍ରେସରେ ଝଡ଼ ସୃଷ୍ଟି ହୋଇଛି।

ଅନ୍ୟପକ୍ଷେ ପାର୍ଟି ବଡ଼ ନା ମାଟି ଏହାକୁ ନେଇ ରାଜ୍ୟ କଂଗ୍ରେସ ଅଡ଼ୁଆରେ ପଡ଼ିଛି। ସର୍ବଭାରତୀୟ ସ୍ତରରେ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦୌପ୍ରଦୀ ମୁର୍ମୁ ଙ୍କ ବିପକ୍ଷରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନେ ମିଶି ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛନ୍ତି। ଅପରପକ୍ଷରେ ଏନ୍‌ଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହେବା ପରେ ରାଜ୍ୟ କଂଗ୍ରେସ କାହାକୁ ଭୋଟ୍ ଦେବ ତାହାକୁ ନେଇ ଜୋରଦାର ଆଲୋଚନା ଆରମ୍ଭ ହେଉଛି।

କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ଯେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ସୁନିଶ୍ଚିତ। ଓଡ଼ିଆ ହିସାବରେ ମୁଁ ବହୁତ ଖୁସି, ଗର୍ବିତ। ତାଙ୍କୁ ଓଡ଼ିଶା ଭବନରେ ଭେଟି ଅଭିନନ୍ଦନ ଜଣାଇ ସାରିଛି। ମୁଁ ଓଡ଼ିଆ ବୋଲି ସିନା ଓଡ଼ିଆ ଝିଅଙ୍କ ପାଇଁ ଗର୍ବିତ, ହେଲେ ମୋ ସୁପ୍ରିମୋ ହେଉଛନ୍ତି ସୋନିଆ ଗାନ୍ଧୀ। ମୁଁ କଂଗ୍ରେସ କ୍ୟାଡର। ତେଣୁ ଦଳ ଯାହା ନାଁ ପ୍ରସ୍ତାବ ଦେବ ତାଙ୍କୁ ହିଁ ଭୋଟ୍ ଦେବୁ। ମୁଁ ସୋନିଆ ଗାନ୍ଧୀଙ୍କୁ ପ୍ରସ୍ତାବ ଦେଉଛି ଯେ ଦ୍ରୌପଦୀଙ୍କୁ ନିର୍ଦ୍ବନ୍ଦରେ ନିର୍ବାଚିତ କରିବା ପାଇଁ ନିଷ୍ପତ୍ତି ନିଅନ୍ତୁ। ଯଦି ଉପରୁ ଅର୍ଡର ଆସିବ ଯଶୱନ୍ତ ସିହ୍ନା ଆମ ପ୍ରାର୍ଥୀ ମୋ ଭୋଟ ତାଙ୍କୁ ଯିବ ।

ଅପରପକ୍ଷରେ ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ ଏହା ସୁର ରାଉତରାୟଙ୍କ ବ୍ୟକ୍ତିଗତ ମତ। ବିଜେପି ପ୍ରାର୍ଥୀଙ୍କୁ ଆମେ କାହିଁକି ସମର୍ଥନ କରିବୁ। ପୂର୍ବରୁ ନିଷ୍ପତ୍ତି ଜଣାଇ ସାରିଛୁ, ହାଇକମାଣ୍ଡଙ୍କ ନିର୍ଦେଶ ପାଳନ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଆପଣମାନେ ଜାଣିଥିବେ ଯେ, ଦୁଇଦିନ ତଳେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ ଦଳ ସମର୍ଥନ କରିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ଯେହେତୁ ସେ ଏନ୍‌ଡିଏର ପ୍ରାର୍ଥୀ, ତେଣୁ ବିରୋଧୀ ଦଳଙ୍କ ପକ୍ଷରୁ ଦିଆଯାଇଥିବା ପ୍ରାର୍ଥୀଙ୍କୁ ଦଳ ସମର୍ଥନ କରିବ ବୋଲି କହିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

'ପ୍ରତିଯୋଗିତାରୁ ଓହରିଯିବାର ପ୍ରଶ୍ନ ଉଠୁନି 'ପୁଅ ରାଜଧର୍ମ ଏବଂ ମୁଁ ରାଷ୍ଟ୍ର ଧର୍ମ ପାଳନ କରିବୁ- ୟଶୱନ୍ତ ସିହ୍ନା

Mon Jun 27 , 2022
ନୂଆଦିଲ୍ଲୀ: ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନା ରବିବାର କହିଛନ୍ତି ଯେ ଆସନ୍ତା ମାସରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଏକ ବ୍ୟକ୍ତିଗତ ପ୍ରତିଯୋଗିତାଠାରୁ ଅଧିକ ଏବଂ ସରକାରଙ୍କ କ୍ଷମତାସୀନ ପ୍ରବୃତ୍ତିକୁ ପ୍ରତିହତ କରିବା ଦିଗରେ ଏକ ପଦକ୍ଷେପ। ଯଶବନ୍ତ ସିହ୍ନା କହିଛନ୍ତି ଯେ ତାଙ୍କ ପୁଅ ତଥା ଭାରତୀୟ ଜନତା ପାର୍ଟି ସାଂସଦ ଜୟନ୍ତ ସିହ୍ନାଙ୍କ ସମର୍ଥନ ନ ପାଇ ସେ କୌଣସି ଧର୍ମସଙ୍କଟରେ ନାହାଁନ୍ତି। ସେ […]

You May Like

Pin It on Pinterest