ଭୁବନେଶ୍ୱର ଡିସିପିଙ୍କ ରାଇମୋହନ ଆତ୍ମହତ୍ୟାକୁ ନେଇ ବଡ ବୟାନ…

ପ୍ରମୋଦ ନାୟକ(ଭୁବନେଶ୍ୱର): ଲୋକପ୍ରିୟ ଖଳନାୟକ ରାଇମୋହନ ପରିଡ଼ା ଗତ ୨୪ ତାରିଖ ଦିନ ଆତ୍ମହତ୍ୟା କରିଥିଲେ। ମୃତ୍ୟୁକୁ ୪ଦିନ ବିତିଯାଇଥିଲେ ବି ରହସ୍ୟ ହୋଇ ରହିଛି ରାଇମୋହନଙ୍କ ମୃତ୍ୟୁ ଘଟଣା । ସେ ଆତ୍ମହତ୍ୟା କରିଥିବା କୁହାଯାଉ ଥିଲେ ବି ପୁଲିସ ମୃତଦେହକୁ ସନ୍ଦେହଜନକ ସ୍ଥିତିରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲା। କାରଣ ପରିବାରର କେହି ବି ଜଣେ ହେଲେ ନଥିବା ବେଳେ ଘର କବାଟ ଖୋଲା ରହିଥିଲା । ମୋବାଇଲ୍‌ ହ୍ବାଟ୍ସଆପ୍‌ରୁ ପରିବାରବର୍ଗଙ୍କୁ ମେସେଜ୍‌ ଯାଇଥିଲା । ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ତାଙ୍କ ସମର୍ଥକଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ଏହାକୁ କେହି ସହଜରେ ହଜମ କରିପାରୁ ନାହାନ୍ତି।ହେଲେ ଭୁବନେଶ୍ୱର ଡିସିପି ରାଇମୋହନଙ୍କ ଆତ୍ମହତ୍ୟାକୁ ନେଇ ଆଜି ବଡ ବୟାନ ଦେଇଛନ୍ତି |

ଡିସିପି କହିଛନ୍ତି ଯେ ଆତ୍ମହତ୍ୟା ପୂର୍ବରୁ ଅଭିନେତା ରାଇମୋହନ ଡିପ୍ରେସନରେ ଥିଲେ | ମଞ୍ଚେଶ୍ୱର ଥାନା ଆଇଆଇସି ବିଭିନ୍ନ ଦିଗରୁ ତଦନ୍ତ କରୁଥିବାବେଳେ ପରିବାର, ପଡୋଶୀ, ଡ୍ରାଇଭର ଓ ପରିଚିତ ଲୋକଙ୍କୁ ପଚରାଉଚୁରା କରାଯାଉଛି | ରାଇମୋହନଙ୍କ ଫୋନ ଜବତ କରାଯାଇଥିବାବେଳେ ସେଥିରୁ କିଛି ସୁରାକ ମିଳିପାରେ | ତଦନ୍ତରୁ ରାଇମୋହନ ମାନସିକ ଅବସାଦରେ ଥିବା ଜଣାପଡିଛି | ତେବେ ମାନସିକ ଅବସାଦ ପଚାର କାରଣ ପରିବାର ଲୋକ ନିର୍ଦ୍ଦିଷ୍ଟ ଭାବରେ କହିପାରୁନାହାନ୍ତି | ମୃତ୍ୟୁର କାରଣ ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ଅଧିକ ସ୍ପଷ୍ଟ ହେବ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବଙ୍କ ଉପରେ ବଳାତ୍କାର ମାମଲା: ଜଣେ ରାଜନେତାଙ୍କ ସହ ମଧ୍ୟ ଯୌନ ସମ୍ପର୍କ ରହିବା ପାଇଁ ବାଧ୍ୟ କରୁଥିଲେ ମାଧବନ...

Tue Jun 28 , 2022
ଏସ୍ ବାସ୍ତବ:କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବ ପିପି ମାଧବନ ବଳାତ୍କାର କରିଥିବା ଅଭିଯୋଗ । ଅଭିଯୁକ୍ତ କହିଛନ୍ତି ଯେ ଅଭିଯୁକ୍ତ ତାଙ୍କଠାରୁ ସତ୍ୟ ଲୁଚାଇ ରଖିଥିଲେ । ମାଧବନଙ୍କ ଫୋନ୍ କଲ ମାଧ୍ୟମରେ ହିଁ ସେ ଜାଣିବାକୁ ପାଇଲେ ଯେ ସେ ବିବାହିତ। ପିପି ମାଧବନ ପୂର୍ବରୁ ନିଜ ସ୍ତ୍ରୀଙ୍କୁ ଛାଡପତ୍ର ଦେଇଥିବା କହିଥିଲେ। ସୂଚନା ଅନୁଯାଇ, କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବ ପିପି […]

You May Like

Pin It on Pinterest