ସ୍ତ୍ରୀ’ ଜାତିକୁ ବଦନାମ୍ କରି ଗଣମାଧ୍ୟମରେ ଫେମୋସ୍ ହେଉଛି ଟୁଙ୍ଗୁରୁ ଭୋଳ,ପ୍ରସାରଣ ବନ୍ଦ ପାଇଁ ଥାନାରେ ଏତଲା…

ପ୍ରମୋଦ ନାୟକ(ଭୁବନେଶ୍ୱର): କିଛିଦିନ ହେବ ରାଜ୍ୟରେ ‘ଟୁଙ୍ଗୁରୁ ଭୋଳର ପ୍ରେମକାହାଣୀ’କୁ ନେଇ ଆଲୋଚନା ଜୋର୍ ଧରିଛି । ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ୱେବପୋର୍ଟାଲ ଠାରୁ ଆରମ୍ଭ କରି ଟିଭି ଚ୍ୟାନେଲରେ ଟୁଙ୍ଗୁରୁଙ୍କ କାହାଣୀ ମହାମାରୀ ପରି ବ୍ୟାପିବାରେ ଲାଗିଛି । ଏହି ଖବର ମଧ୍ୟ ଲକ୍ଷଲକ୍ଷ ଦର୍ଶକ ଦେଖୁଛନ୍ତି । ସେଥିଲାଗି ଗଣମାଧ୍ୟମ ସଂସ୍ଥାମାନେ ଟୁଙ୍ଗୁରୁଙ୍କ ଉପରେ ଫୋକସ୍ ଦେଉଛନ୍ତି ।ଟୁଙ୍ଗୁରୁ ବର୍ଷାଙ୍କୁ କାହିଁକି ଛାଡ଼ିଲେ, ଟୁଙ୍ଗୁରୁ ଏବେ କେମିତି ଅଛନ୍ତି, ଭାଉଜ ପ୍ରେମ ମିଠା ନା ଖଟା, ଏଭଳି ଶିରୋନାମା ଦିଆଯାଇ ଟୁଙ୍ଗୁରୁଙ୍କୁ ଉପସ୍ଥାପିତ କରାଯାଉଛି ।

ଏହି ସମୟରେ ବର୍ଷାଙ୍କ ବିରୋଧରେ ଟୁଙ୍ଗୁରୁ ବିଭିନ୍ନ କଥା ବଖାଣୁଛନ୍ତି ।ଏମିତିକି ବର୍ଷା ତାଙ୍କୁ ଫସାଇଥିଲେ, ତାଙ୍କୁ ଗାମୁଛା ପିନ୍ଧାଇ ୮ଦିନ ରଖିଥିଲେ, ବର୍ଷା ଓ ତାଙ୍କର କିଛି ସମ୍ପର୍କ ନାହିଁ ବୋଲି ଟୁଙ୍ଗୁରୁ କହିଆସୁଛନ୍ତି । ହେଲେ ସୋମବାର ବର୍ଷା ଏକ ଗଣମାଧ୍ୟମ ଆଗରେ ଟୁଙ୍ଗୁରୁଙ୍କୁ ଫୋନ୍ କରି ପ୍ରେମସମ୍ପର୍କ ବାବଦରେ ପଚାରିଥିଲେ । ଏହି ସମୟରେ ଟୁଙ୍ଗୁରୁ ତାଙ୍କୁ ବାହାହେବାକୁ କଥା ଦେଇଛନ୍ତି । ଏଥିସହ ବର୍ଷା କେବଳ ଟୁଙ୍ଗୁରୁର ବୋଲି ଦାବି କରିଛନ୍ତି । ଖାଲି ଏତିକି ନୁହେଁ, ଏଇ ଓଡ଼ିଶା ଦେଖିବ ବର୍ଷା ଓ ଟୁଙ୍ଗୁରୁ ପ୍ରେମ କାହାଣୀ ବୋଲି ଗପ ମାରିଛନ୍ତି । ଏହାକୁ ନେଇ ଟୁଙ୍ଗୁରୁଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପ୍ରତ୍ୟେକ ଦିନ ଗଣମାଧ୍ୟମ ଆଗରେ ବର୍ଷାଙ୍କ ବିରୋଧରେ ଖରାପ କଥା ବଖାଣୁଥିବା ଟୁଙ୍ଗୁରୁ ହଠାତ୍ ବାହାହେବେ ବୋଲି କହିବା ଘଟଣା ତାଙ୍କୁ ଏବେ ଅଡୁଆରେ ପକାଇଛି । କମ୍‌ଦିନରେ ଚର୍ଚ୍ଚିତ ହୋଇଯାଇଥିବାରୁ ଟୁଙ୍ଗୁରୁ ଏବେ ନିଜକୁ ହିରୋ ଭାବୁଛନ୍ତି । ଏମିତିକି ଫେମସ୍ ହେବା ପାଇଁ ବର୍ଷାଙ୍କୁ ଅସ୍ତ୍ର କରି ଗଣମାଧ୍ୟମର ବ୍ୟବହାର କରୁଛନ୍ତି । ହେଲେ ସେ ଭୁଲିଯାଉଛନ୍ତି ଏହାଦ୍ୱାରା ବର୍ଷାଙ୍କ ଇଜ୍ଜତ ତଳେ ପଡୁଛି। ଟୁଙ୍ଗୁରୁଙ୍କ ପାଇଁ ବର୍ଷା ଏବେ ରାସ୍ତାରେ ମୁହଁ ଟେକି ଚାଲିପାରୁନଥିବାବେଳେ ଟୁଙ୍ଗୁରୁ ମ୍ୟୁଜିକ ଭିଡ଼ିଓରେ ଅଭିନୟ କରୁଛନ୍ତି । ଏହିସବୁ ଘଟଣା ବର୍ଷାଙ୍କୁ ଆଘାତ ଦେଇଛି ।

ଜଣେ ମହିଳାଙ୍କୁ ବଦନାମ୍ କରି ନିଜକୁ ଫେମସ୍ କରିବା ଘଟଣାକୁ ମହିଳାମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି । ତେଣୁ ଟୁଙ୍ଗୁରୁ ଭୋଳ ଜଣେ ୪୨୦ ବୋଲି ଚର୍ଚ୍ଚାହେଉଛି । ଜଣେ ବିବାହିତା ମହିଳାଙ୍କୁ ବାହାହେବାକୁ କଥାଦେଇ ପରେ ତାଙ୍କୁ ଠକି ଏବେ ଖୁଲାମ୍‌ଖୁଲା ବୁଲୁଛନ୍ତି ଟୁଙ୍ଗୁରୁ । ଏମିତିକି ସେହି ମହିଳାଙ୍କ ନାଁ ବ୍ୟବହାର କରି ନିଜେ ଫେମସ୍ ହେଉଛନ୍ତି । ଆଉ ହିରୋ ହେବାର ସ୍ୱପ୍ନ ଦେଖୁଛନ୍ତି । ଏହାରି ଭିତରେ ଟୁଙ୍ଗୁରୁଙ୍କ ନାଁରେ ୩ରୁ ୪ଟି ଗୀତ ରିଲିଜ୍ ହୋଇସାରିଛି । ଏମିତିକି ଏକ ମ୍ୟୁଜିକ ଭିଡ଼ିଓରେ ଟୁଙ୍ଗୁରୁ ଅଭିନୟ ମଧ୍ୟ କରିଛନ୍ତି ।ଏହିସବୁ ସମ୍ପୃକ୍ତ ମହିଳା(ବର୍ଷା)ଙ୍କ ପାଇଁ ସମ୍ଭବ ହୋଇଥିବାବେଳେ ଟୁଙ୍ଗୁରୁ ତାଙ୍କ ବିରୋଧରେ ପ୍ରତ୍ୟେକଦିନ ନାନାଦି କଥା ବଖାଣୁଛନ୍ତି ।କେହି କାହା ସହ ସମ୍ପର୍କ ରଖିବେ ନାହିଁ, ଅଲଗା ହୋଇ ରହିବେ, କେହି କାହାଘରକୁ ଯିବେ ନାହିଁ ବୋଲି ଭରତପୁର ଥାନାରେ ଚୁକ୍ତି କରିଥିଲେ ।

ହେଲେ ସେହି ଚୁକ୍ତିକୁ ଟୁଙ୍ଗୁରୁ ଭୁଲିଯାଇ ଏବେ ବର୍ଷାଙ୍କୁ ଫୋନ୍ କରି ବାହାହେବାକୁ କହୁଛନ୍ତି । ଆଉ ଗଣମାଧ୍ୟମକୁ ବ୍ୟବହାର କରି ହିରୋ ସାଜୁଛନ୍ତି । ତେଣୁ ଏହି ଟୁଙ୍ଗୁରୁକୁ ଫୋକସ୍ ନକରି ଗଣମାଧ୍ୟମ ଓ ୱେବ ଚ୍ୟାନେଲ ସଂସ୍ଥାମାନେ ଅନ୍ୟ ପ୍ରସଙ୍ଗକୁ ନେଇ ଖବର ପରିବେଷଣ କରନ୍ତୁ ବୋଲି ରାଜଧାନୀର ବୁଦ୍ଧୀଜୀବୀ,ବରିଷ୍ଠ ନାଗରିକ, ଯୁବବର୍ଗ ମାନେ ମତ ଦେଇଛନ୍ତି ।ବିଶ୍ୱାସ ନାମକ ଏକ ସାମାଜିକ ସଂଗଠନର ସଦସ୍ୟମାନେ ଆଜି ନିଶ୍ଚିନ୍ତକୋଇଲି ଥାନା ଅଧିକାରୀଙ୍କୁ ଏ ନେଇ ଏକ ଦାବିପତ୍ର ଦେଇଛନ୍ତି ।ସୋସିଆଲ ମିଡିଆରେ ଏହି ଖବରକୁ ଯେଭଳି ଭାବେ ଦର୍ଶା ଯାଉଛି ତାହା ସମାଜ ଉପରେ ଖରାପ ପ୍ରଭାବ ପକାଉଛି ବୋଲି ଏହି ଦାବିପତ୍ରରେ ଲେଖା ଯାଇଛି । ଏଭଳି ଅଯଥା ଖବରରୁ ଗଣମାଧ୍ୟମ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଜୁଲାଇ ୪ରୁ ଆରମ୍ଭ ...

Thu Jun 30 , 2022
ଭୁବନେଶ୍ବର :ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଜୁଲାଇ ୪ରୁ ଆରମ୍ଭ ହେବ ।ଏହି ପରୀକ୍ଷା ୩ଟି ସିଫ୍ଟରେ କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମାଧ୍ୟମରେ କରାଯିବ ଏବଂ ୫ ଦିନ ଧରି ଚାଲିବ । ପ୍ରଥମ ସିଫ୍ଟ ପରୀକ୍ଷା ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ଦ୍ବିତୀୟ ସିଫ୍ଟ ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ୨ଟା ୩୦, ତୃତୀୟ ସିଫ୍ଟ ଅପରାହ୍ନ ୪ଟାରୁ ୬ଟା‌ ମଧ୍ୟରେ ଅନୁଷ୍ଠିତ ହେବ। […]

You May Like

Pin It on Pinterest