ମହିଳା ମାନଙ୍କ ଦ୍ୱାରା ଚାଳିତ ପଣ୍ୟବାହୀ ଟ୍ରେନ

ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳନ ଅଭିଯାନକୁ ସ୍ମରଣୀୟ କରିବା ପାଇଁ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପକ୍ଷରୁ କେବଳ ମହିଳା ଲୋକୋ ପାଇଲଟ, ସହାୟକ ଲୋକୋ ପାଇଲଟ ଏବଂ ଟ୍ରେନ ଗାର୍ଡ ମାନଙ୍କୁ ନେଇ ସ୍ୱତନ୍ତ୍ର ପଣ୍ୟବାହୀ ଟ୍ରେନ ଖୋର୍ଦ୍ଧା ରୋଡ଼ ଠାରୁ ପଲାସା ମଧ୍ୟରେ ଚଳାଚଳ I

ସଶକ୍ତ ମହିଳା ମାନଦଣ୍ଡ ଠାରୁ ମଧ୍ୟ ଶକ୍ତିଶାଳୀ ଏବଂ ବର୍ଣ୍ଣନା ଠାରୁ ସୁନ୍ଦର ଅଟନ୍ତି I ପୁରୁଷ ମାନଙ୍କ ଦ୍ୱାରା କାର୍ଯ୍ୟ କରାଯାଉଥିବା ସମସ୍ତ କ୍ଷେତ୍ରରେ ମଧ୍ୟ ସମ ଭାଗିଦାରୀ ଅଟନ୍ତି I “ସମାନତା ପାଇଁ ପ୍ରତ୍ୟକ” ବିଷୟବସ୍ତୁ ପାଇଁ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପକ୍ଷରୁ ମାର୍ଚ୍ଚ ମାସ ପହିଲା ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଅଭିଯାନ ପାଳନ କରାଯାଉଅଛି I

ମହିଳା ସଶକ୍ତିକରଣକୁ ସ୍ମରଣୀୟ କରିବା ପାଇଁ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପକ୍ଷରୁ ଗତକାଲି ଖୋର୍ଦ୍ଧା ରୋଡ଼ ଠାରୁ ପଲାସା ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ପଣ୍ୟବାହୀ ଟ୍ରେନ ଚଳାଚଳ କରାଯାଇଥିଲା ଯେଉଁଥିରେ କେବଳ ମହିଳା କର୍ମଚାରୀ ମାନେ ଯଥା ମହିଳା ଲୋକୋ ପାଇଲଟ, ସହାୟକ ଲୋକୋ ପାଇଲଟ ଏବଂ ଟ୍ରେନ ଗାର୍ଡ ମାନଙ୍କ ଦ୍ୱାରା ପରିଚାଳିତ କରାଯାଇଥିଲା I ଏହି ଟ୍ରେନ ଖୋର୍ଦ୍ଧା ରୋଡ଼ ଠାରୁ ପୂର୍ବାହ୍ନ ୧୦ଘ.୩୦ମି.ରେ ଛାଡି ପଲାସା ଠାରେ ସଂଧ୍ୟା ୫ଘ.୩୦ମି.ରେ ପହଞ୍ଚିଥିଲା I ଫେରିବା ପଥରେ ମହିଳା ମାନଙ୍କ ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ପଣ୍ୟବାହୀ ଟ୍ରେନ ଆଜି ପଲାସା ଠାରୁ ସକାଳ ୫ଘ.୪୫ମି.ରେ ଖୋର୍ଦ୍ଧା ରୋଡ଼ ଅଭିମୁଖେ ଯାତ୍ରା କରିଥିଲା I

ମହିଳା ମାନଙ୍କ ଦ୍ୱାରା ପରିଚାଳିତ ଏହି ସ୍ୱତନ୍ତ୍ର ପଣ୍ୟବାହୀ ଟ୍ରେନରେ ମହିଳା ଲୋକୋ ପାଇଲଟ ଶ୍ରୀମତୀ ମୁନ୍ନି ଟିଗା, ସହାୟକ ଲୋକୋ ପାଇଲଟ ରାଜେଶ୍ୱରୀ ବିଶ୍ୱାଳ ଏବଂ ଟ୍ରେନ ଗାର୍ଡ ଶ୍ରୀମତୀ ରେବତୀ ସିଂହ ପରିଚାଳନା କରିଥିଲେ I ମହିଳା ଟ୍ରେନ କର୍ମଚାରୀମାନଙ୍କ ପାଇଁ ପଲାସା ଠାରେ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପକ୍ଷରୁ ପଲାସା ଷ୍ଟେସନ ଠାରେ ରନିଙ୍ଗ ରୁମ ର ବ୍ୟବସ୍ଥା କରାଯାଇଥିଲା I ମହିଳା ଟ୍ରେନ କର୍ମଚାରୀ ମାନଙ୍କ ବିଶ୍ରାମ ନେବା ପାଇଁ ରେଳମଣ୍ଡଳ ପକ୍ଷରୁ ବିଭିନ୍ନ ଷ୍ଟେସନ ଠାରେ ରନିଙ୍ଗ ରୁମ ର ବ୍ୟବସ୍ଥା ମଧ୍ୟ କରାଯାଇଅଛି I

ଏହି ମହିଳା କର୍ମଚାରୀ ମାନେ ରେଳମଣ୍ଡଳ ର ଗୌରବ ଅଟନ୍ତି ଏବଂ ସମାଜ ପ୍ରତି ପ୍ରେରଣା ମଧ୍ୟ ଯୋଗାଇଛନ୍ତି I

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Mon Mar 9 , 2020
୧-କରୋନା ସଂକ୍ରମଣ – ଏକ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ।ତିନିହଜାର ୪୮୪ ଜଣଙ୍କର ମୃତ୍ୟୁ:ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୨-୧୦ରୁ ଲଗାତର ତିନିଦିନ ଯାଏଁ ଘଡଘଡି ସହ ବର୍ଷା ସମ୍ଭାବନା। ୩-ହକି ଇଣ୍ଡିଆ ବାର୍ଷିକ ପୁରସ୍କାର : ଓଡ଼ିଶାକୁ ହକି ଇଣ୍ଡିଆ ପ୍ରେସିଡେଣ୍ଟର୍ସ ଟ୍ରଫି, ଦୀପ୍‌ଗ୍ରେସ ସମ୍ମାନୀତ। ୪-ନବୀନଙ୍କ ମହିଳା ଦିବସ ଭେଟି:ମିଶନ ଶକ୍ତି ଏବେ ସ୍ବତନ୍ତ୍ର ବିଭାଗ, ଶ୍ରେଷ୍ଠ ଅଙ୍ଗନବାଡ଼ି କେନ୍ଦ୍ର,SHG ଓ ବ୍ୟାଙ୍କକୁ ପୁରସ୍କାର। ୫-କନ୍ଧମାଳ:MGNREGS ଟଙ୍କା ଉଠାଇ […]

You May Like

Pin It on Pinterest