ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଜୁଲାଇ ୪ରୁ ଆରମ୍ଭ …

ଭୁବନେଶ୍ବର :ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଜୁଲାଇ ୪ରୁ ଆରମ୍ଭ ହେବ ।ଏହି ପରୀକ୍ଷା ୩ଟି ସିଫ୍ଟରେ କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମାଧ୍ୟମରେ କରାଯିବ ଏବଂ ୫ ଦିନ ଧରି ଚାଲିବ । ପ୍ରଥମ ସିଫ୍ଟ ପରୀକ୍ଷା ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ଦ୍ବିତୀୟ ସିଫ୍ଟ ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ୨ଟା ୩୦, ତୃତୀୟ ସିଫ୍ଟ ଅପରାହ୍ନ ୪ଟାରୁ ୬ଟା‌ ମଧ୍ୟରେ ଅନୁଷ୍ଠିତ ହେବ।

ଜୁଲାଇ ୪ରେ ତିନୋଟି ଯାକ ସିଫ୍ଟରେ କେବଳ ଲାଟେରାଲ ଏଣ୍ଟ୍ରି ଟେକ୍ନୋଲୋଜି(ଡିପ୍ଲୋମା) ପରୀକ୍ଷା ହେବାକୁ ଥିବା ବେଳେ ୫ ତାରିଖରେ ପ୍ରଥମ ଓ ଦ୍ବିତୀୟ ସିଫ୍ଟରେ ଏମ୍‌ସିଏ/ଏସ୍‌ଏସ୍‌ସି(କମ୍ପ୍ୟୁଟର ସାଇନ୍ସ), ତୃତୀୟ ସିଫ୍ଟରେ ଏମ୍‌.ଟେକ୍‌, ଏମ୍‌.ଆର୍କିଟେକ୍‌, ଏମ୍‌.ପ୍ଲାନ, ଏମ୍‌.ଫାର୍ମା, ବି.କାଟ୍‌ ପରୀକ୍ଷା ରହିଛି। ୬ ତାରିଖରେ ପ୍ରଥମ ଓ ଦ୍ବିତୀୟ ସିଫ୍ଟରେ ଏମ୍‌ବିଏ ଓ ତୃତୀୟ ସିଫ୍ଟରେ ଲାଟେରାଲ ଏଣ୍ଟ୍ରି ଫାର୍ମା, ଲାଟେରାଲ ଏଣ୍ଟ୍ରି(ବିଏସ୍‌ସି) ଓ ବି.କାଟ୍‌(ଫିଲ୍ମ ଏଡିଟିଂ) ବିଷୟ ପାଇଁ ପରୀକ୍ଷା କରାଯିବ। ୭ ତାରିଖରେ ପ୍ରଥମ ସିଟିଂରେ ହିଁ କେବଳ ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ ଓ ଲାଟେରାଲ ଏଣ୍ଟ୍ରି ଟେକ୍ନୋଲୋଜି(ଡିପ୍ଲୋମା) ବିଷୟର ପରୀକ୍ଷା ରହିଛି। ୮ ତାରିଖରେ ୩ଟି ଯାକ ସିଫ୍ଟରେ ବି.ଫାର୍ମା ବିଷୟରେ ନାମଲେଖା ଲାଗି ପ୍ରବେଶିକା‌ ପରୀକ୍ଷା କରାଯିବ ।

ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ କହିଛନ୍ତି ଯେ ପରୀକ୍ଷାର୍ଥୀଙ୍କ ପାଇଁ ଓଜେଇଇ ୱେବସାଇଟ୍‌ www.ojee.nic.in ଓ www.odishajee.com ରେ ଆଡମିଟ୍‌ କାର୍ଡ ଉପଲବ୍ଧ ହୋଇଛି। ଛାତ୍ରଛାତ୍ରୀମାନେ ନିଜର ଆପ୍ଲିକେସନ ନମ୍ବର ଓ ଜନ୍ମ ତାରିଖ ଦାଖଲ କରି ୱେବସାଇଟ୍‌ରୁ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ। ଓଜେଇଇ ଦେବାକୁ ଏଥର ପ୍ରାୟ ୬୫ ହଜାର ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ପରୀକ୍ଷାର୍ଥୀଙ୍କ ସୁବିଧା ଲାଗି ଓଜେଇଇ ୱେବସାଇଟ୍‌ରେ ‘ମକ୍‌ ଟେଷ୍ଟ-ଓଜେଇଇ ୨୦୨୨’ ଉପଲବ୍ଧ କରାଯାଇଛି। ଏହା ମାଧ୍ୟମରେ ପରୀକ୍ଷାର୍ଥୀ ପ୍ରାକ୍ଟିସ୍‌ କରିପାରିବେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମହାରାଷ୍ଟ୍ରରେ ବିଜେପିର ଚୌକା , ଠାକରେଙ୍କ ଠାରୁ ଶେଷ ସୁଯୋଗ ଛଡାଇନେଲା ; ସିନ୍ଦେଙ୍କୁ ଆଜି ମୁମ୍ବାଇ ଆସିବା ମନା...

Thu Jun 30 , 2022
ଏସ ବାସ୍ତବ: ଶିବସେନା ବିଧାୟକଙ୍କ ବିଦ୍ରୋହୀ ମନୋଭାବ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଇସ୍ତଫା ହୁଏତ ରାଜ୍ୟରେ କ୍ଷମତାକୁ ଫେରିବା ପାଇଁ ବିଜେପିର ରାସ୍ତାକୁ ସହଜ କରିଥାଇପାରେ, କିନ୍ତୁ ବିଜେପି ପ୍ରତ୍ୟେକ ପଦକ୍ଷେପ ଭାବିଚିନ୍ତି ନେଉଛନ୍ତି। ସେଥିପାଇଁ ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଦ୍ରୋହୀ ଶିବସେନା ବିଧାୟକମାନଙ୍କୁ ଶପଥ ଗ୍ରହଣ ଦିନ ମୁମ୍ବାଇ ଆସିବାକୁ ଅନୁରୋଧ କରିଛନ୍ତି। ଆସାମରେ ଆଠ ଦିନ ବିତାଇବା […]

You May Like

Pin It on Pinterest