
ନମୋଗୁରୁ ହୋତା(ସୋନପୁର)୦୧/୦୭ :ଭକ୍ତଙ୍କ ଗହଳି ଆନନ୍ଦ ଉଲ୍ଲାସରେ ସୁବର୍ଣ୍ଣପୁରର ପାତାଳୀ ଶ୍ରୀକ୍ଷତ୍ରରେ ଏଥର ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଳିତ ହୋଇଛି।ନିର୍ଦ୍ଧାରିତ ସମୟରେ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସହ କୋଟସମଲାଇର ଛଳିଆ ପାହଡ଼ର ଶ୍ରୀମନ୍ଦିରରୁ, ପ୍ରାୟ ୨୦୦ଫୁଟ ତଳକୁ ଧାଡ଼ିହଣ୍ଡିରେ ବିଗ୍ରହମାନେ ଆସି ରଥାରୁଢ ହୋଇଥିଲେ।ଏହି ଅନନ୍ୟ ରଥଯାତ୍ରାର ରଥାରୁଢ଼ ବାମନ ଭଗବାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ବେଶ ଭିଡ ଦେଖିବାକୁ ମିଳିଥିଲା।
ଶ୍ରୀ ପାତାଳୀ କ୍ଷେତ୍ରରେ ମହାପ୍ରଭୁ ୧୪୪ ବର୍ଷ ପାତାଳୀ ହୋଇଥିଲେ। ଗତ ୧୨ ବର୍ଷ ତଳେ ପୁରୀ ଶ୍ରୀମନ୍ଦିର ଦେଇଥିବା ତିନି ବିଗ୍ରହଙ୍କୁ ଛଳିଆ ପାହଡର ପାତାଳି ଶ୍ରୀକ୍ଷେତ୍ରର ଛଳିଆ ପାହଡରେ ପ୍ରତିଷ୍ଠା କରାଯାଇଥିଲା।ପୁରୀ ଗଜପତି ଦିବ୍ୟସିଂହ ଦେବ ସାମିଲ ହୋଇଥିଲେ ଶ୍ରୀଜଗନ୍ନାଥଙ୍କ ପ୍ରତିଷ୍ଠା ଉତ୍ସବରେ।ସେହିଦିନ ଠାରୁ ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଇର ପାତଳି ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ରୀତି ନୀତିରେ ଏହି ରଥଯାତ୍ରା ପାଳନ କରାଯାଉଛି।
ପାତାଳି ଶ୍ରୀକ୍ଷେତ୍ର ରଥଯାତ୍ରା କମିଟି ପକ୍ଷରୁ ଜିଲ୍ଲାପ୍ରଶାସନର ସହାୟତାରେ ଏହି ରଥଯାତ୍ରା ପାଳିତ ହେଉଛି । ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁଁ ଏଠାରେ କେବଳ ରିତୀ ନିତୀରେ ଏହି ରଥଯାତ୍ରା ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ରଥଯାତ୍ରା ପାଳିତ ହେଉଥିବାରୁ ଭକ୍ତମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି ।