ପଦ୍ମଶ୍ରୀ ହଳଧର ନାଗଙ୍କ ଚଣା ତରକାରୀ-ରଥଯାତ୍ରାରେ ୧୨ହଜାର ଟଙ୍କାର ବେପାର….

ନବୀନ ଦାଶ(ବରଗଡ଼):ପଦ୍ମଶ୍ରୀ ହଳଧର ନାଗଙ୍କ ଚଣା ତରକାରୀ ଯିଏ ଠାରେ ଖାଇଛି ସେ ଜୁରିଛି ।ଏ ବର୍ଷ ପବିତ୍ର ରଥଯାତ୍ରା ଦିନ ପଦ୍ମଶ୍ରୀ ହଳଧର ନାଗ ପୁଣିଥରେ ଲୋକଙ୍କୁ ନିଜ ହାତରନ୍ଧା ଚଣା ତରକାରି ଚଖେଇଛନ୍ତି। ଏହି ତରକାରି ଖାଇବାକୁ କବି କୁଟୀରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।ଶ୍ରୀ ନାଗଙ୍କ କହିବାନୁଯାଇ, ୧୨ହଜାର ଟଙ୍କାର ଚଣା ତରକାରି ବିକ୍ରି ହୋଇଛି ।

ଗତ ଦୁଇବର୍ଷ ହେଲା କରୋନା ପାଇଁ ଚଣା ତରକାରି ବିକ୍ରିକରି ପାରି ନ ଥିଲେ ପଦ୍ମଶ୍ରୀ ହଳଧର। ସେ ରଥ ଯାତ୍ରାରେ ବେପାର ଭଲ ହେବାର ଲକ୍ଷ୍ୟରେ ୨୨ କିଲୋ ମଟର ଚଣା କିଣି ତରକାରି ପ୍ରସ୍ତୁତ କରିଥିଲେ। ଚଳିତଥର ଲୋକେ ତାଙ୍କ ହାତରନ୍ଧା ସୁଆଦିଆ ତରକାରି ଖାଇଛନ୍ତି।

ଶ୍ରୀ ନାଗ କହିଛନ୍ତି, ‘ସପୂର୍ଣ୍ଣ ଦେଶୀ ପଦ୍ଧତିରେ ତରକାରୀ ତିଆରି କରେ। ବଟା ମସଲା ବ୍ୟବହାର କରେ। ଗଣ୍ଠି ହଳଦୀକୁ ବାଟି ମସଲାରେ ମିଶାଏ। ତେଣୁ ମୋ ତରକାରି ଲୋକଙ୍କୁ ସୁଆଦିଆ ଲାଗେ। ଗୋଟିଏ ଗିନା ତରକାରୀ ୧୦ଟଙ୍କାରେ ବିକେ। ତରକାରୀର ସୁଆଦରେ କିଛି ପରିବର୍ତ୍ତନ ହୋଇନି, କାରଣ ଅଧିକ ସୁଆଦିଆ କରିବାକୁ କିଛି ପରୀକ୍ଷାନିରୀକ୍ଷା କରିନି। ଖୁସି ଲାଗେ, ଲୋକେ ଏବେବି ମୋ ରନ୍ଧା ତରକାରିକୁ ପସନ୍ଦ କରୁଛନ୍ତି। ଖାଉଛନ୍ତି ଓ ଘରଲୋକଙ୍କ ପାଇଁ ନେଇ ଯାଉଛନ୍ତି। ଏହା ମୋର ହିଁ ଖୁସି।’

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି ବ୍ଲକ ଭୁଇଁବୃତି ପଞ୍ଚାୟତରେ ଗୋଷ୍ଠୀ ସଙ୍ଘର୍ଷ:ରାଜନୈତିକ ଦଳର କର୍ମୀ ବାପ ଓ ପୁଅ ଆହାତ...

Sat Jul 2 , 2022
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ଥାନା ଅନ୍ତର୍ଗତ ଭୁଇଁବୃତି ଗାଁରେ ରାଜନୈତିକ ଗୋଷ୍ଟି ସଂଘର୍ଷ ଘଟି ଗୋଟିଏ ରାଜନୈତିକ ଦଳର ଜଣେ କର୍ମୀ ଓ ତାଙ୍କ ପୁଆ ଆହାତ ହୋଇଛନ୍ତି । ଚାନ୍ଦବାଲି ମଧୁବାବୁ ଛକ ନିକଟରେ ରାଜନୈତିକ ଶତୃତାକୁ ନେଇ କୁଦାଳ ବେଣ୍ଟ ଓ ଲୁହା ରଡ଼ରେ ଉଦକର ସେଠୀ ଓ ପୁଅକୁ ସେହି ଗାଁର ୩ ଜଣ ଅଭିଯୁକ୍ତ ମିଟୁ ସେଠୀ, କମ୍ବୁ ସେଠୀ ଓ ପ୍ରଫୁଲ ସେଠୀ ଆକ୍ରମଣ […]

You May Like

Pin It on Pinterest