ଚାନ୍ଦବାଲି ବ୍ଲକ ଜଳେଶ୍ଵର ପୁର ପଞ୍ଚାୟତରେ ରାଜନୈତିକ ଗୋଷ୍ଠୀ ସଙ୍ଘର୍ଷ ଜଣେ ଗୁରୁତର…

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ବାଂଶଡ଼ା ଥାନା ଅନ୍ତର୍ଗତ ଜଳେଶ୍ଵରପୁର ପଂଚାୟତରେ ରାଜନୈତିକ ଗୋଷ୍ଟି ସଂଘର୍ଷ ଘଟି ଜଣେ ବ୍ୟକ୍ତିକୁ ଗୋଢ଼େଇ ଗୋଢ଼େଇ ହାଣିବା ପରେ ସେ ଗରୁତ୍ଵର ଆହାତ ହୋଇଛନ୍ତି । ପଂଚାୟତ ନିର୍ବାଚନ ପରେ କଂଗ୍ରେସ ଓ ବିଜେଡ଼ି କର୍ମୀଙ୍କ ମଧ୍ୟରେ ଗୋଷ୍ଟି ସଂଘର୍ଷ ଘଟିବା ପରେ ସେଥିରେ ଉଭୟ ପକ୍ଷରୁ ଆହାତ ହୋଇଥିଲେ , ପୁଣି ଆଜି ସେହି ହିଂସା ପୂନର୍ବାର ଦେଖାଦେଇଛି ।

କଂଗ୍ରେସ କର୍ମୀ ଅରବିନ୍ଦ ଭଳ ଦିଗଛିଆରୁ ନିଜ ଗାଁ ଜଳେଶ୍ୱରପୁର ।ଫେରୁଥିବାବେଳେ ବାଟରେ ୭ ଅଭିଯୁକ୍ତ ଖଣ୍ଡା ଓ ବାଡ଼ିରେ ଆକ୍ରମଣ କରିବାରୁ ଅରବିନ୍ଦ ଜିବନ ବିକଳରେ ବିଲକୁ ଦୌଡ଼ିଥିଲେ ମଧ୍ୟ ଅଭିଯୁକ୍ତ ମାନେ ତାଙ୍କୁ ଗୋଢ଼େଇ ଗାଢ଼େଇ ଅକ୍ରମଣ କରିଥିଲେ । ଘଟଣା ସ୍ଥଳରେ ଖବର ପାଇ ଅରବିନ୍ଦଙ୍କ ପରିବାର ଲୋକେ
ପହଁଚିବା ପୂର୍ବରୁ ସେମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇ ଥିଲେ । ଗରୁତ୍ୱର ଅବସ୍ଥାରେ ଅରବିନ୍ଦଙ୍କୁ ଉଦ୍ଧାର କରି ୧୦୮ ଯୋଗେ ଚାନ୍ଦବାଲି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତୀ କରାଯିବା ପରେ ବାଂଶଡ଼ା ଥାନାରେ ଅଭିଯୋଗ କରାଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜରାସ୍ତାରେ ଯାଯାବର ଗୋରୁପଲ ବଢୁଛି ଦୁର୍ଘଟଣାର ଆଶଙ୍କା....

Sun Jul 3 , 2022
ନବୀନ ଦାଶ(ଅତାବିରା):ବରଗଡ଼ ଜିଲ୍ଲା ଅତାବିରା ମଧ୍ୟ ଦେଇ ଅସମ୍ପୂର୍ଣ୍ଣ ତଥା ତ୍ରୁଟି ପୂର୍ଣ୍ଣ ୫୩ନଂ ଚାରି ଥାକିଆ ମୁଖ୍ୟ ଜାତୀୟ ରାଜପଥ ଭେଦ କରି ଯାଇଛି।ରାଜରାସ୍ତା ରେ ଦିନରାତି ହଜାର ହଜାର ସଂଖ୍ୟାରେ ଛୋଟ ମୋଟ ଗାଡ଼ି ମଟର ଠାରୁ ଆରମ୍ଭ କରି ବଡ ବଡ ଭାରିଯାନ ସହ ଲୋକେ ଯିବା ଆସିବା କରିଥାନ୍ତି।ଏବେ ପୁଣି କିଛି ଅସାଧୁ ବ୍ୟକ୍ତି ବିଶେଷ ମାନେ ନିଜ ସ୍ବାର୍ଥ ହାସଲ ପରେ ଗାଈ […]

You May Like

Pin It on Pinterest