
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ଥାନା ଅନ୍ତର୍ଗତ ଭୁଇଁବୃତି ଗାଁରେ ରାଜନୈତିକ ଗୋଷ୍ଟି ସଂଘର୍ଷ ଘଟି ଗୋଟିଏ ରାଜନୈତିକ ଦଳର ଜଣେ କର୍ମୀ ଓ ତାଙ୍କ ପୁଆ ଆହାତ ହୋଇଛନ୍ତି । ଚାନ୍ଦବାଲି ମଧୁବାବୁ ଛକ ନିକଟରେ ରାଜନୈତିକ ଶତୃତାକୁ ନେଇ କୁଦାଳ ବେଣ୍ଟ ଓ ଲୁହା ରଡ଼ରେ ଉଦକର ସେଠୀ ଓ ପୁଅକୁ ସେହି ଗାଁର ୩ ଜଣ ଅଭିଯୁକ୍ତ ମିଟୁ ସେଠୀ, କମ୍ବୁ ସେଠୀ ଓ ପ୍ରଫୁଲ ସେଠୀ ଆକ୍ରମଣ କରିଥିଲେ । ମଧୁବାବୁ ଛକରେ ସ୍ଥାନୀୟ ବାସୀ ଘେରିଯିବାରୁ ଅଭିଯୁକ୍ତ ମାନେ ଆକ୍ରମଣ କରି
ଫେରାର ହୋଇଯାଥିଲେ । ଘଟଣା ସ୍ଥଳରୁ ସ୍ଥାନୀୟ ବାସୀ ବାପ ଓ ପୁଅଙ୍କୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତୀ କରିଥିଲେ । ଏଥିନେଇ ଆହାତ ବିଜେପି କର୍ମୀ ଉଦକର ସେଠୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୋଗ ଆଧାରରେ ଖୋଳତାଡ଼ ଆରମ୍ଭ କରିଛି ।



