୧-କରୋନା ସଂକ୍ରମଣ – ଏକ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ।ତିନିହଜାର ୪୮୪ ଜଣଙ୍କର ମୃତ୍ୟୁ:ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
୨-୧୦ରୁ ଲଗାତର ତିନିଦିନ ଯାଏଁ ଘଡଘଡି ସହ ବର୍ଷା ସମ୍ଭାବନା।
୩-ହକି ଇଣ୍ଡିଆ ବାର୍ଷିକ ପୁରସ୍କାର : ଓଡ଼ିଶାକୁ ହକି ଇଣ୍ଡିଆ ପ୍ରେସିଡେଣ୍ଟର୍ସ ଟ୍ରଫି, ଦୀପ୍ଗ୍ରେସ ସମ୍ମାନୀତ।
୪-ନବୀନଙ୍କ ମହିଳା ଦିବସ ଭେଟି:ମିଶନ ଶକ୍ତି ଏବେ ସ୍ବତନ୍ତ୍ର ବିଭାଗ, ଶ୍ରେଷ୍ଠ ଅଙ୍ଗନବାଡ଼ି କେନ୍ଦ୍ର,SHG ଓ ବ୍ୟାଙ୍କକୁ ପୁରସ୍କାର।
୫-କନ୍ଧମାଳ:MGNREGS ଟଙ୍କା ଉଠାଇ ଫେରିବା ସମୟରେ , ସ୍ବାମୀ, ସ୍ତ୍ରୀଙ୍କୁ ଦୁର୍ବୃତଙ୍କ ଗୁଳିମାଡ,ଫୁଲବାଣୀ ଡାକ୍ତରଖାନାରେ ଭର୍ତି ।
୬-ଶରୀରରୁ ହୋଲି ରଙ୍ଗ ଛଡ଼ାଇବାର ଜବରଦସ୍ତ ଫର୍ମୁଲା: ରଙ୍ଗ ଖେଳିବା ପୂର୍ବରୁ ପ୍ରଥମେ ନିଜ ଶରୀରରେ ସୋରିଷ ତେଲ, ନଡ଼ିଆ ତେଲ କିମ୍ୱା କୌଣସି ମଶ୍ଚରାଇଜର କ୍ରିମ୍କୁ ଭଲଭାବରେ ମାଲିସ କରନ୍ତୁ।
୭-ଶ୍ରୀମନ୍ଦିର ପ୍ରଶାସନର ଭାଙ୍ଗିଲା ନିଦ । ୟେସ୍ ବ୍ୟାଙ୍କରୁ ଜଗନ୍ନାଥଙ୍କ ଟଙ୍କା ୟୁକୋ ବ୍ୟାଙ୍କ ଆକାଂଉଟକୁ ପଠାଇବା ପାଇଁ ଆରବିଆଇକୁ ଲେଖିଲା ଚିଠି, କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ଓଡିଶାର ଅର୍ଥମନ୍ତ୍ରୀ ।
୮-ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦେଶର ୧୫ ମହିଳାଙ୍କୁ ‘ନାରୀଶକ୍ତି ପୁରସ୍କାର’ ପ୍ରଦାନ କଲେ ରାଷ୍ଟ୍ରପତି।
୯-ରେଳବାଇରେ ଚାକିରି ସୁଯୋଗ: ଦଶମ ପାସ୍ ପାଇଁ ୨୭୯୨ ପଦରେ ନିଯୁକ୍ତି: https://er.indianrailways.gov.in।
୧୯-ଦୁବାଇ:ଅଙ୍କିତା ରାଇନାଙ୍କ ପାଇଁ ଫେଡ କପରେ ଭାରତ ରଚିଲା ଇତିହାସ।
୧୧-୩୦ ଘଣ୍ଟା ପଚରାଉଚରା ପରେ ୟେସ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୂରଙ୍କୁ ଗିରଫ କଲା ଇଡି।
୧୨-ଦିଲ୍ଲୀ ହିଂସାରେ ଆଇଏସଆଇଏସ୍ ସଂପୃକ୍ତି ସନ୍ଦେହ, ଜାମିଆ ନଗରରୁ ସନ୍ଦିଗ୍ଧ ଦମ୍ପତି ଗିରଫ।
୧୩-ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟ୍କୁ ୭ ମହିଳାଙ୍କୁ ଉତ୍ସର୍ଗ କଲେ ମୋଦି।



