
ନବୀନ ଦାଶ(ଅତାବିରା):ବରଗଡ଼ ଜିଲ୍ଲା ଅତାବିରା ମଧ୍ୟ ଦେଇ ଅସମ୍ପୂର୍ଣ୍ଣ ତଥା ତ୍ରୁଟି ପୂର୍ଣ୍ଣ ୫୩ନଂ ଚାରି ଥାକିଆ ମୁଖ୍ୟ ଜାତୀୟ ରାଜପଥ ଭେଦ କରି ଯାଇଛି।ରାଜରାସ୍ତା ରେ ଦିନରାତି ହଜାର ହଜାର ସଂଖ୍ୟାରେ ଛୋଟ ମୋଟ ଗାଡ଼ି ମଟର ଠାରୁ ଆରମ୍ଭ କରି ବଡ ବଡ ଭାରିଯାନ ସହ ଲୋକେ ଯିବା ଆସିବା କରିଥାନ୍ତି।ଏବେ ପୁଣି କିଛି ଅସାଧୁ ବ୍ୟକ୍ତି ବିଶେଷ ମାନେ ନିଜ ସ୍ବାର୍ଥ ହାସଲ ପରେ ଗାଈ ଗୋରୁ ଛାଡ଼ି ରାଜରାସ୍ତା ଉପରେ ଛାଡ଼ି ଦେଉଥିବାରୁ ନିରୀହ ଜୀବନ ଦୁର୍ଘଟଣା ଶିକାର ହେଉଥିବା ଅଞ୍ଚଳରେ ବେଶ୍ ନଜିର ରହିଛି।
ଯାହାକୁ ନେଇ ଅନେକ ଥର ସମାଜ ସେବୀ,ବଦାନ୍ୟ ବ୍ୟକ୍ତି ତଥା ବଜରଙ୍ଗ ଦଳ ର କର୍ମୀ ମାନଙ୍କ ସହାୟତା ରେ ଅନେକ ଥର ଦୁର୍ଘଟଣା ଗ୍ରସ୍ତ ହୋଇ ଗାଈ ଗୋରୁ ଚିକିତ୍ସିତ ହୋଇ ବର୍ତ୍ତି ଯାଇଥିବା ବେଳେ ଅନେକ ସ୍ଥାନରେ ମୃତ୍ୟୁ ବରଣ କରିଛନ୍ତି।ସେହିପରି ବିଭିନ୍ନ ସମୟରେ ଅତାବିରା ଅଞ୍ଚଳ ଟ୍ରାଫିକ ସମସ୍ୟା ଜର୍ଜରିତ ହୋଇ ଲୋକେ ତଥା ସ୍କୁଲ ପିଲା ଯିବା ଆସିବା ରେ ସୁରକ୍ଷିତ ମଣୁ ନାହାନ୍ତି।ଏନେଇ ଅନେକ ଥର ପ୍ରଶାସନ ର ଦୃଷ୍ଟି ଗୋଚର ହେଉଥିଲେ ମଧ୍ୟ କାହାରି ଦରଦ ନାହିଁ।
ଏହି ରାସ୍ତା ଦେଇ ନିଇତି ବଡ ବଡ ଅଧିକାରୀ ତଥା ଜନ ପ୍ରତିନିଧି ମାନେ ଯିବା ଆସିବା କରି ଆସୁଥିଲେ ହେଁ ଗୋରୁ ପଲ ରାଜରାସ୍ତା ଉପରେ ଦିନ ରାତି ପଡ଼ି ରହୁଛନ୍ତି।ଏଥିପ୍ରତି ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ନିଜ ସ୍ବାର୍ଥ ହାସଲ କରି ରାଜରାସ୍ତା ରେ ବେଫିକର ଭାବେ ଗାଈ ଗୋରୁ ଙ୍କୁ ଛାଡି ଦେଇ ଚେଇଁ ଶୋଉଥିବା ବ୍ୟକ୍ତି ମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବେସାହାରା ଗାଈ ଗୋରୁ ଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ବୁଦ୍ଧିଜିବୀ ମହଲରେ ଦାବୀ ହେଉଛି।