
ନବରଙ୍ଗପୁର:୦୩/୦୭-ସ୍ମାର୍ଟ ସ୍କୁଲରୁ ସ୍ମାର୍ଟ ଚୋରି,ଧୁମ୍ ଫିଲ୍ମ୍ ଷ୍ଟାଇଲରେ ଚୋର କଲେ ଚୋରି । ଚୋରି କରି ବ୍ଲାକ ବୋର୍ଡ ରେ ଲେଖିଲେ ଇଟ୍ସ୍ ଧୁମ୍ ୪ କମିଙ୍ଗ୍ ସୁନ୍ । ଏପରି ଲେଖିଗଲେ “ସ୍କୁଲ ପିଲା ଧରିପାରିଲେ ଧର ” । ଯାହା ଏବେ ଚର୍ଚ୍ଚା ପାଲଟିଛି । ଏପରି ଲେଖି ପୋଲିସକୁ ଖୁଲମ ଖୁଲା ଚ୍ୟାଲେଞ୍ଜ କରିଗଲେ ଚୋର l ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ଇନ୍ଦ୍ରାବତୀ ସ୍ଥିତ ଖାତିଗୁଡ଼ା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ଏଭଳି ଏକ ଘଟଣା ଘଟିଛି।
ଗତ ଶୁକ୍ରବାର ଦିନ ରଥଯାତ୍ରା ପାଇଁ ସ୍କୁଲ ଛୁଟି ଥିବାରୁ ସ୍କୁଲ ବନ୍ଦ ରହିଥିଲା । ଏହାର ପରଦିନ ଅର୍ଥାତ୍ ଶନିବାର ଦିନ ସ୍କୁଲ ଫାଟକ ଖୋଲିବା ବେଳେ ବିଦ୍ୟାଳୟର ମୁଖ୍ୟ ଫାଟକର ଚାବି ଭଙ୍ଗା ଯାଇଥିବାର ଦେଖାଯାଇଥିଲା ।ଏହା ସହ ପ୍ରଧାନଶିକ୍ଷକଙ୍କ କକ୍ଷରେ ଥିବା ୨ଟି ତାଲା ଭାଙ୍ଗି କମ୍ପ୍ୟୁଟର, ପ୍ରିଣ୍ଟର୍ କମ୍ ଜେରକ୍ସ ମେସିନ୍ ଏବଂ ସାଉଣ୍ଡ ବକ୍ସ, ଏନଂଫଲ୍ଫେୟାର ତାର, କାର୍ଡ ଏବଂ ମାଇଂୟର ଫୋନ ଚୋରି କରିଥିଲେ। ଚୋରି ହୋଇଥିବା ଏହି କମ୍ପ୍ୟୁଟରରେ ସ୍କୁଲର ବିଭିନ୍ନ ତଥ୍ୟ, ପରୀକ୍ଷା ସମ୍ବନ୍ଧୀୟ ତଥ୍ୟ ସହ ସ୍କୁଲ ଛାତ୍ରଛାତ୍ରୀଙ୍କ ବିଭିନ୍ନ ତଥ୍ୟ ରହିଥିଲା । ଚୋରି କରି ଚମ୍ପଟ ମାରିବା ପୂର୍ବରୁ ଦୁର୍ବୃତ୍ତ ପୁଲିସ ତଥା ସ୍କୁଲ କର୍ତ୍ତୃପକ୍ଷଙ୍କୁ ଚ୍ୟାଲେଞ୍ଜ ଦେବା ପାଇଁ ବ୍ଳାକ୍ ବୋର୍ଡରେ ଇଟ୍ସ ମି ଧୁମ-୪ ଲେଖିଥିଲେ। ଏପରିକି ଦୁର୍ବୃତ୍ତମାନେ କମିଙ୍ଗ୍ ଶୁନ୍, ସ୍କୁଲ ପିଲା ଧରିପାରିଲେ ଧର ଏବଂ ଆମେ ପୁଣି ଆସିବୁ ବୋଲି ଲେଖି ଚାଲି ଯାଇଥିଲେ l
ଏଥିସହ ବ୍ଲାକ ବୋର୍ଡରେ କିଛି ମୋବାଇଲ ନମ୍ୱର୍ ଲେଖିଛନ୍ତି । ଯେଉଁଥିରେ ସ୍କୁଲ ଶିକ୍ଷକଙ୍କ ନମ୍ୱର୍ ମଧ୍ୟ ରହିଛି । ରଥଯାତ୍ରା ପାଇଁ ସ୍କୁଲ ଛୁଟି ଥିବାରୁ ଶନିବାର ସକାଳେ ବିଦ୍ୟାଳୟ କର୍ତ୍ତୃପକ୍ଷ ବିଦ୍ୟାଳୟରେ ପହଞ୍ଚିବା ପରେ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ଜାଣିବାକୁ ପାଇବା ସହ ଚୋରମାନେ ବ୍ଲାକ୍ ବୋର୍ଡରେ ଲେଖିଥିବା ଲେଖାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଖାତିଗୁଡ଼ା ଥାନାରେ ଅଭିଯୋଗ କରିବା ପରେ ପୋଲିସ ପହଞ୍ଚି ତଦନ୍ତ କରୁଛି l
ହେଲେ ଦୁର୍ବୃତ୍ତମାନେ ଖୁଲମ ଖୁଲା ଚ୍ୟାଲେଞ୍ଜ ସହଜରେ ହଜମ ହେଉନି ।ସେମାନଙ୍କୁ ଖୋଜି ବାହାର କରିବା ବର୍ତ୍ତମାନ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଥିବା ବେଳେ ଏଭଳି ଘଟଣା ଲୋକଲୋଚନକୁ ଆସିଲା ପରେ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ବର୍ତ୍ତମାନ ଖାତିଗୁଡା ଥାନା ପକ୍ଷରୁ ତଦନ୍ତ ଚାଲିଛି ଓ ଘଟଣା ସ୍ଥଳରେ ସାଇଁଟିଫିକ ଟିମ ଓ ପୋଲିସ ସନ୍ଧାନୀ କୁକୁରର ସାହାଯ୍ୟ ନେଇ ତଦନ୍ତ ଜାରିରଖିଛି ।
ହେଲେ ଏ କଥାବି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି କି ,ସ୍ମାର୍ଟ କ୍ଲାସରୁମରେ ସରକାର ସ୍କୁଲ ମାନଙ୍କରେ ଆଖିବୁଜା ଟଙ୍କା ଖର୍ଚ୍ଚ କରି,ଘରୋଇ ସ୍କୁଲ ସହ ପ୍ରତିଯୋଗିତା କରୁଥିବା ବେଳେ ,ସ୍କୁଲ ସୁରକ୍ଷା ବିଷୟରେ ଚିନ୍ତା କରବା ଜରୁରୀ ନୁହେଁକି ?



