
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ଭଦ୍ରକ ମୁଖ୍ୟ ରାସ୍ତା ଶଗଡିଆ ନିକଟରେ ଏକ ପିକପ ଭ୍ୟାନ ଧକ୍କାରେ ଦୁଇଟି ଗୋରୁ ମୃତ୍ୟୁ ବରଣ କରିଥିବା ବେଳେ ଏକ ବୋଲେରୋ ଗାଡି ଧକ୍କାରେ ମଧ୍ୟ୍ୟ ଗୋଟିଏ ଗୋରୁ ମୃତ ହୋଇଥିଲା , ଏହାର ପ୍ରତିବାଦରେ ସ୍ଥାନୀୟବାସୀଙ୍କ ପକ୍ଷରୁ ରାସ୍ତାରୋକ ସହ ଚାଳକକୁ ମାଡ ମାରିଥିଲେ l
ସ୍ଥାନୀୟବାସୀ ମୁଖ୍ୟ ରାସ୍ତାରେ ଭାରିଜାନ ବନ୍ଦ କରି ରସ୍ତାରୋକ କରିବାରୁ ପୋଲିସ ନକେଦମ ହୋଇଥିଲା l ସ୍ଥାନୀୟ ଜନ ପ୍ରତିନିଧି ଓ ପୋଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଦୀର୍ଘ ତିନି ଘଣ୍ଟା ପରେ ସ୍ଥିତି ସୁଧାର ହୋଇଥିଲା l ଏଥିରେ ଉତ୍ୟକ୍ତ ଲୋକଙ୍କ ମାଡ଼ରେ ମଧ୍ୟ ତିନି ଜଣ ଚାଳକ ଆହାତ ହୋଇ ଚାନ୍ଦବାଲି ମେଡିକାଲରେ ଚିକିତ୍ସାତ ହୋଇଛନ୍ତି