ଛାତ୍ରୀ ରୂଚିକା ମହାନ୍ତି ଆତ୍ମହତ୍ଯାର ତଦନ୍ତ ଘଟଣାରେ ପୋଲିସ୍ ର ନିଷ୍କ୍ରିୟତାକୁ ନେଇ ପୋଲିସ୍ ମହାନିର୍ଦ୍ଦେଶକ ଙ୍କୁ ଦାବୀପତ୍ର ପ୍ରଦାନ…

ସଞ୍ଜୟ ଶତପଥୀ(କଟକ):ବର୍ତ୍ତମାନ ର ସାରା ରାଜ୍ଯରେ ଚର୍ଚ୍ଚା ର ବିଷୟ ପାଲଟିଯାଇଥିବା ଭୁବନେଶ୍ୱର ସ୍ଥିତ ବକ୍ସି ଜଗବନ୍ଧୁ ବିଦ୍ଯାଧର ମହାବିଦ୍ୟାଳୟର +୩ ବର୍ଷ ର ଛାତ୍ରୀ ରୂଚିକା ମହାନ୍ତି ଙ୍କ ଆତ୍ମହତ୍ଯା ଘଟଣାର ୪୮ ଘଣ୍ଟା ବିତିଯାଇଥିଲେ ମଧ୍ଯ ପୋଲିସ୍ ର ତଦନ୍ତ ରେ ନିଷ୍କ୍ରିୟତା କୁ ନେଇ ବିରାଟ ପ୍ରଶ୍ନବାଚୀ ସ୍ରୁଷ୍ଟି ହୋଇଛି।ଆତ୍ମହତ୍ୟା କରିଥିବା ଛାତ୍ରୀ ରୁଚିକା ମହାନ୍ତି ଙ୍କ ସୁଇସାଇଡ୍ ନୋଟ୍ ଅନୁଯାୟୀଏହି ଆତ୍ମହତ୍ଯା ଘଟଣାର ଅସଲ କାରଣ ଖୋଜିବାକୁ,ଅପରାଧୀମାନଙ୍କୁ କଠୋର ଦଣ୍ଡ ଦେବାକୁ ତଥା ଉଚିତ୍ ନ୍ଯାୟ ପାଇବାକୁ ରୁଚିକାଙ୍କ ବାପା ଓ ମାଆ କଲେଜ ସମ୍ମୁଖ ରେ ଧାରଣାରେ ବସିବା ଘଟଣାକୁ ଆହୁରି ତୀବ୍ର କରିଦେଇଛି।

ଏହି ପରିପ୍ରେକ୍ଷୀରେ ଓଡିଶା ହିନ୍ଦୁ ସେନାର ଛାତ୍ର ସଂଗଠନ ଆଜି କଟକର ବକ୍ସିବଜାରସ୍ଥିତ ଓଡିଶା ପୋଲିସ୍ ମହାନିର୍ଦ୍ଦେଶକ ଙ୍କୁ ଭେଟି ମେଧାବୀ ଛାତ୍ରୀ,ବାପାମାଆ ଙ୍କ ର ଏକମାତ୍ର ସାହାଭରସା ଥିବା ତଥା ବିଶେଷ କରି ଭବିଷ୍ଯତରେ ଜଣେ ଭାରତୀୟ ପୋଲିସ୍ ସେବା ଅଧୀକାରୀ ହେବାର ସ୍ବପ୍ନ ଦେଖୂଥୂବା ରୁଚିକା ମହାନ୍ତି ଙ୍କ ଆତ୍ମହତ୍ଯା ଘଟଣାର ବିଧୂବଦ୍ଧ ତଦନ୍ତ ପୂର୍ବକ ଦୋଷୀକୁ କଠୋର ଦଣ୍ଡ ବିଧାନ କରିବାକୁ ଦାବୀ ପତ୍ର ଦେବାସହ ମହାବିଦ୍ୟାଳୟ ମାନଙ୍କ ରେ ଚାଲିଥିବା ମାନସିକ ନିର୍ଯାତନା କୁ ବନ୍ଦ କରିବା ଲାଗି ପଦକ୍ଷେପ ନେବାକୁ ନିବେଦନ କରିଥୂଲେ।

ଏହି ଦାବୀ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ରେ ହିନ୍ଦୁ ସେନାର ରାଜ୍ଯ ସଭାପତି ଶ୍ରୀ ଦେବାଶିଷ ରାଉତ ନେତୃତ୍ବ ନେଇଥିବା ବେଳେ ସମାଜସେବୀ ଶ୍ରୀ ସଞ୍ଜିତ୍ ସାମଲ, ଶ୍ରୀ ସୁଜିତ ଦାସ, ଶ୍ରୀ ସାହିଲ୍ ସିଂହ, ଶ୍ରୀ ଆଦିତ୍ୟ କୁମାର ଦାସ, ଶ୍ରୀ ଶୁଭମ୍ ନାୟକ, ଶ୍ରୀ ଲୋକେଶ ସାହୁ ଓ ବହୁ ଛାତ୍ର ଯୋଗଦେଇଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା କରିବା ଲାଗି କ୍ଯାଣ୍ଟନମେଣ୍ଟ ଥାନା ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଥିଲା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବୋଲେରୋ ଓ ପିକପ୍ ଭ୍ୟାନ ଧକ୍କାରେ ୩ ଟି ଗୋରୁ ମୃତ, ପ୍ରତିବାଦରେ ରାସ୍ତାରୋକ ସହ ଚାଳକକୁ ମାଡ...

Tue Jul 5 , 2022
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ଭଦ୍ରକ ମୁଖ୍ୟ ରାସ୍ତା ଶଗଡିଆ ନିକଟରେ ଏକ ପିକପ ଭ୍ୟାନ ଧକ୍କାରେ ଦୁଇଟି ଗୋରୁ ମୃତ୍ୟୁ ବରଣ କରିଥିବା ବେଳେ ଏକ ବୋଲେରୋ ଗାଡି ଧକ୍କାରେ ମଧ୍ୟ୍ୟ ଗୋଟିଏ ଗୋରୁ ମୃତ ହୋଇଥିଲା , ଏହାର ପ୍ରତିବାଦରେ ସ୍ଥାନୀୟବାସୀଙ୍କ ପକ୍ଷରୁ ରାସ୍ତାରୋକ ସହ ଚାଳକକୁ ମାଡ ମାରିଥିଲେ l ସ୍ଥାନୀୟବାସୀ ମୁଖ୍ୟ ରାସ୍ତାରେ ଭାରିଜାନ ବନ୍ଦ କରି ରସ୍ତାରୋକ କରିବାରୁ ପୋଲିସ ନକେଦମ ହୋଇଥିଲା l ସ୍ଥାନୀୟ […]

You May Like

Pin It on Pinterest