ଇସ୍ତଫା ଦେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ବାସ୍ତବ ବ୍ୟୁରୋ-ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇ ଦେଇଛନ୍ତି। ଭାଜପା ଟିକଟରୁ ସେ ରାଜ୍ୟ ସଭାକୁ ଯିବେ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି କିଛି ସମୟ ଆଗରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଛନ୍ତି। ସେ ଆଜି କଂଗ୍ରେସ ଛାଡ଼ି ବିଧିବଦ୍ଧଭାବେ ବିଜେପିରେ ଯୋଗ ଦେବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଆହୁରି ମଧ୍ୟ କୁହାଯାଉଛି ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପି ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ଯିବେ। ଏହାଛଡ଼ା ମୋଦୀ ସରକାରରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମନ୍ତ୍ରୀ ପଦ ଦିଆଯିବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Wed Mar 11 , 2020
୧-କରୋନା ଅପଡେଟ : ୧୦୫ ଦେଶକୁ ବ୍ୟାପିଲା ସଂକ୍ରମଣ, ମୃତ୍ୟୁ ସଂଖ୍ୟା ୩୮୧୭। ଇତିହାସର ପ୍ରଥମ ବିଶ୍ୱବ୍ୟାପୀ ମହାମାରୀ। ୨-ବାଲେଶ୍ବର:ଇମାମି ପେପର ମିଲରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା କୋଟି କୋଟି ଟଙ୍କାର ସଂପତ୍ତି। ୩-କଟକ:ଓଡ଼ିଶାରେ କରୋନା; ଅବଜରଭେସନରେ ଅଛନ୍ତି ୧୩୩ ସନ୍ଦିଗ୍ଧ। ୪-ଖାନନଗରକୁ ଉଠିଯିବ କଟକ ବାଦାମବାଡ଼ି ବସଷ୍ଟାଣ୍ଡ।ବିଶ୍ୱନାଥ ପାଠାଗାର ନିକଟ ୩୦ ଏକର ଜମିକୁ ବସ୍‌ଷ୍ଟାଣ୍ଡକୁ ସ୍ଥାନାନ୍ତର କରାଯିବ। ୫-ଭଦ୍ରକ: ନରସିଂହପୁରରେ ମାତାଲିଙ୍କୁ ସାବାଡ କଲେ ମହିଳା, ଆଡ୍ଡା […]

You May Like

Pin It on Pinterest