ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାୟଗଡା ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି,ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପଦ ପାଇଁ ସମର୍ଥନ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ…

ପ୍ରମୋଦ ନାୟକ(ଭୁବନେଶ୍ୱର):ରାୟଗଡା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି ମଙ୍ଗଳବାର ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ରାଷ୍ଟ୍ରପତି ଭାବେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ କରିବା ପାଇଁ ଅନୁରୋଧ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦ୍ରୌପଦୀ ମୁର୍ମୁ ଓଡିଶାର ଝିଅ। ଓଡ଼ିଶାର ସ୍ୱାଭିମାନ.ତାଙ୍କ ପାଇଁ ପ୍ରତ୍ୟେକ ଓଡିଆ ଗର୍ବିତ। ଓଡିଶାର ସବୁ ଭୋଟ ତାଙ୍କ ପାଖକୁ ଯିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଓ ତାଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କୁ ସମ୍ମାନ ଜଣାଇ ଶ୍ରୀ ମୁଦୁଲି କହିଲେ ଯେ ଶ୍ରୀମତୀ ମୁର୍ମୁ
ଆମ ଆଦିବାସୀ ସମାଜର ଗର୍ବ ଓ ଗୌରବ। ତାଙ୍କୁ ସମର୍ଥନ ଦେଇ ମୁଁ ନିଜକୁ ଗୌରବାନ୍ବିତ ମନେ କରୁଛି ବୋଲି ସେ କହିଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରୁଚିକାମହାନ୍ତିଙ୍କୁ ନ୍ୟାୟ ଦେବା ଦାବୀରେ ଏସ୍ଏଫ୍ଆଇ ଓ ଡିୱାଇଏଫ୍ଆଇ ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ...

Wed Jul 6 , 2022
ପ୍ରମୋଦ ନାୟକ(ଭୁବନେଶ୍ବର): ମଙ୍ଗଳବାର ଏସ୍ଏଫ୍ଆଇ ଓ ଡିୱାଇଏଫ୍ଆଇ ପକ୍ଷରୁ,ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟର ମୃତ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦେବା ଦାବୀରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମୃତ୍ୟୁ ପାଇଁ ଦାୟୀ ଅଭିଯୁକ୍ତ ୩ ଛାତ୍ରୀଙ୍କୁ ଅବିଳମ୍ବେ ଗିରଫ, ଶିକ୍ଷାନୁଷ୍ଠାନଗୁଡିକୁ ରାଗିଂମୁକ୍ତ କରିବା ପାଇଁ ବିଧାନସଭାରେ ସ୍ୱତନ୍ତ୍ର ଆଇନ ପ୍ରଣୟନ କରି କାର୍ଯ୍ୟକାରୀ କରିବା। ବିଜେବି ମହାବିଦ୍ୟାଳୟ ଅଧ୍ୟକ୍ଷ ଓ ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ଜଷ୍ଟିସ […]

You May Like

Pin It on Pinterest