ଦ୍ରୌପଦୀ ମୁର୍ମୁଙ୍କ ପାଇଁ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ,ନରସିଂହ ମିଶ୍ରଙ୍କୁ ଭେଟିଲେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ …

ଭୁବନେଶ୍ବର: ଓଡ଼ିଆ ଝିଅ,ଓଡ଼ିଶାର ଗର୍ବ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଯେଭଳି ଦଳ ଗତ ନିର୍ବିଶେଷରେ ସମସ୍ତେ ଭୋଟ ଦିଅନ୍ତି ସେ ନେଇ ବିଜୁ ଜନତା ଦଳର ଅଭିଯାନ ଆରମ୍ଭ ହୋଇଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏହି ଅଭିଯାନର ମଙ୍ଗ ଧରିଛନ୍ତି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସହ କଥା ହୋଇଛନ୍ତି।

ଆଜି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ,ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନରସିଂହଙ୍କୁ ଭେଟି ଆଲୋଚନା କରିଛନ୍ତି। ବିଜେଡିର ବରିଷ୍ଠ ଉପସଭାପତି ଏବଂ ମନ୍ତ୍ରୀଙ୍କୁ କଂଗ୍ରେସର ବିଧାୟକ ଏବଂ ପିସିସି ସଭାପତିଙ୍କୁ ଭେଟିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସିପିଆଇଏମ୍‌ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ମଧ୍ୟ ଦଳର ନେତା ଭେଟିବେ। ଦଳମତ। ନିର୍ବିଶେଷରେ ଦ୍ରୈପଦୀ ମୁର୍ମୁଙ୍କୁ ସମସ୍ତେ ଭୋଟ ଦେବେ ସେନେଇ ବିଜେଡି ଉଦ୍ୟମ ଜାରି ରଖିଛି ।

ଖବର ଅନୁଯାଇ,ଆଜି ରାୟଗଡାର ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ କରିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଦ୍ରୌପଦୀ ମୁର୍ମୁ ଓଡିଶାର ଝିଅ। ଓଡ଼ିଶାର ସ୍ୱାଭିମାନ। ତାଙ୍କ ପାଇଁ ପ୍ରତ୍ୟେକ ଓଡିଆ ଗର୍ବିତ। ଓଡିଶାର ସବୁ ଭୋଟ ତାଙ୍କ ପାଖକୁ ଯିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଓ ତାଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ସମ୍ମାନ ଜଣାଇ ଶ୍ରୀ ମୁଦୁଲି କହିଲେ ଯେ ଶ୍ରୀମତୀ ମୁର୍ମୁ ଆମ ଆଦିବାସୀ ସମାଜର ଗର୍ବ ଓ ଗୌରବ। ତାଙ୍କୁ ସମର୍ଥନ ଦେଇ ମୁଁ ନିଜକୁ ଗୌରବାନ୍ବିତ ମନେ କରିବି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଏଠାରେ କଣ୍ଡୋମ ଏକ ପ୍ୟାକେଟର ମୂଲ୍ୟ ୬୦,୦୦୦ ଟଙ୍କା, ଯେଉଁଠାରେ କିଶୋରୀ ବାଳିକାମାନଙ୍କ ମଧ୍ୟରେ ଗର୍ଭଧାରଣ ସର୍ବାଧିକ ବଢୁଛି ଲୋକଙ୍କ ଚିନ୍ତା

Wed Jul 6 , 2022
ଏସ.ବାସ୍ତବ: ଅନେକ ଦେଶରେ ସରକାର ବିନା ମୂଲ୍ୟରେ କଣ୍ଡୋମ ଯୋଗାଇଥାନ୍ତି, କିନ୍ତୁ ଏପରି ଏକ ଦେଶ ଅଛି ଯେଉଁଠାରେ କଣ୍ଡୋମର ଏକ ପ୍ୟାକ୍ ମୂଲ୍ୟ ପ୍ରାୟ ୬୦ ,୦୦୦ ଟଙ୍କା । ଏହି ଦେଶ ହେଉଛି ଭେନେଜୁଏଲା | ଯଦିଓ ଲୋକଙ୍କୁ ମହଙ୍ଗା ବ୍ରାଣ୍ଡେଡ୍ କଣ୍ଡୋମ ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡେ, କିନ୍ତୁ ଭେନେଜୁଏଲାରେ ଏକ ପ୍ୟାକ୍ କଣ୍ଡୋମ ୬୦,୦୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି | ଏହା […]

You May Like

Pin It on Pinterest