ଏଥର ମାଟ୍ରିକ ପରୀକ୍ଷାରେ ୯୦.୫୫ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ଏ-୧ ଗ୍ରେଡରେ ୮୧୧୯ ଜଣ…

ସଞ୍ଜୟ ଶତପଥୀ(କଟକ): ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ | ୫ ଲକ୍ଷ ୨୬ ହଜାର ୮୧୮ ପରୀକ୍ଷାର୍ଥୀ ଏଥର ପରୀକ୍ଷା ଦେଇଥିବା ବେଳେ ଏମାନଙ୍କ ମଧ୍ୟରୁ ୯୦.୫୫ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି | ଏ-୧ ଗ୍ରେଡରେ ୮୧୧୯ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ, ଏ-୨ରେ ୫୪ ହଜାର ୮୮୯ ଜଣ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି | ତେବେ ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୧୫୦୩ ଜଣ ଏ-୧ ଗ୍ରେଡ଼ ପାଇଥିବାବେଳେ ଏହା ତଳକୁ କଟକରେ(୯୪୯ଜଣ), ପୁରୀରେ(୭୮୨ଜଣ) ଏ-୧ ଗ୍ରେଡ଼ ପାଇଛନ୍ତି |

ସେହିପରି ଜଗତସିଂହପୁରରେ (୨୧୪ଜଣ), କେନ୍ଦ୍ରାପଡାରେ(୨୫୩ଜଣ), ଯାଜପୁରରେ ୪୭୧ଜଣ, ଅନୁଗୁଳରେ ୨୪୦ ଜଣ, ଢେଙ୍କାନାଳରେ ୧୭୦ଜଣ, ଖୋର୍ଦ୍ଧାରେ ୬୩୦ଜଣ, ନୟାଗଡରେ ୨୨୪ ଜଣ, ଭଦ୍ରକରେ ୩୨୯ଜଣ, କେଉଁଝରରେ ୩୦୧ଜଣ, ମୟୁରଭଞ୍ଜରେ ୨୩୨ଜଣ, ଗଜପତିରେ ୭ ଜଣ, ଗଞ୍ଜାମରେ ୬୨୧ ଜଣ, ବୌଦ୍ଧରେ ୨୧ଜଣ, କନ୍ଧମାଳରେ ୨୬ ଜଣ, କଳାହାଣ୍ଡିରେ ୬୧ଜଣ, ନୂଆପଡାରେ ୩ ଜଣ, ବରଗଡରେ ୨୭୯ଜଣ ଏ-୧ ଗ୍ରେଡ଼ ପାଇଛନ୍ତି |

ସମ୍ବଲପୁରରେ ୯୫ଜଣ, ଦେବଗଡରେ ୬୦ଜଣ, ଝାରସୁଗୁଡ଼ାରେ ୭୯ଜଣ, ବଲାଙ୍ଗୀରରେ ୧୧୪ଜଣ, ସୁବର୍ଣ୍ଣପୁରରେ ୯୧ଜଣ, ସୁନ୍ଦରଗଡରେ ୧୮୦ଜଣ, କୋରାପୁଟରେ ୩୦ଜଣ, ମାଲକାନଗିରିରେ ୨୦ଜଣ, ନବରଙ୍ଗପୁରରେ ୮୮ଜଣ, ରାୟଗଡାରେ ୪୬ଜଣ ଏ-୧ ଗ୍ରେଡ଼ ପାଇଛନ୍ତି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସାଲେପୁର କୁଅଁପାଳ ରାସ୍ତାରେ ମର୍ମାନ୍ତୁତ ସଡକ ଦୁର୍ଘଟଣା ହାଇୱା ଟ୍ରକ ଧକ୍କାରେ ୬ ବର୍ଷର ଶିଶୁ ପୁତ୍ର ମୃତ...

Thu Jul 7 , 2022
ଅଭୟ ସାହୁ (ମାହାଙ୍ଗା) ୭।୭:ସାଲେପୁର କୁଅଁପାଳ ରାସ୍ତାରେ ମର୍ମାନ୍ତୁତ ସଡକ ଦୁର୍ଘଟଣା ।ବାଲି ବୋଝେଇ ହାଇୱା ଟ୍ରକ ଧକ୍କାରେ ୬ ବର୍ଷର ଶିଶୁ ପୁତ୍ର ମୃତ ।ସାଲେପୁର କୋର୍ଟ ନିକଟରେ ଏଭଳି ଦୁର୍ଘଟଣା ଘଟିଛି । ମୃତକ ହେଲେ ପଟ୍ଟାମୁଣ୍ଡାଇ ଅଂଚଳର ବସନ୍ତ ନାୟକଙ୍କ ୬ବର୍ଷର ଶିଶୁ ପୁତ୍ର ଅମନ ନାୟକ । ଶିଶୁ ପୁତ୍ର ଅମନ, ବାପା-ମା’ଙ୍କ ସାଙ୍ଗରେ ନିଜ ମାମୁଁ ଘର ସାଲେପୁର ଲୁଣାହାର ଗାଁକୁ ଆସିଥିଲା […]

You May Like

Pin It on Pinterest