ସାଲେପୁର କୁଅଁପାଳ ରାସ୍ତାରେ ମର୍ମାନ୍ତୁତ ସଡକ ଦୁର୍ଘଟଣା ହାଇୱା ଟ୍ରକ ଧକ୍କାରେ ୬ ବର୍ଷର ଶିଶୁ ପୁତ୍ର ମୃତ…

ଅଭୟ ସାହୁ (ମାହାଙ୍ଗା) ୭।୭:ସାଲେପୁର କୁଅଁପାଳ ରାସ୍ତାରେ ମର୍ମାନ୍ତୁତ ସଡକ ଦୁର୍ଘଟଣା ।ବାଲି ବୋଝେଇ ହାଇୱା ଟ୍ରକ ଧକ୍କାରେ ୬ ବର୍ଷର ଶିଶୁ ପୁତ୍ର ମୃତ ।ସାଲେପୁର କୋର୍ଟ ନିକଟରେ ଏଭଳି ଦୁର୍ଘଟଣା ଘଟିଛି । ମୃତକ ହେଲେ ପଟ୍ଟାମୁଣ୍ଡାଇ ଅଂଚଳର ବସନ୍ତ ନାୟକଙ୍କ ୬ବର୍ଷର ଶିଶୁ ପୁତ୍ର ଅମନ ନାୟକ । ଶିଶୁ ପୁତ୍ର ଅମନ, ବାପା-ମା’ଙ୍କ ସାଙ୍ଗରେ ନିଜ ମାମୁଁ ଘର ସାଲେପୁର ଲୁଣାହାର ଗାଁକୁ ଆସିଥିଲା ।

ଆଜି(ଗୁରୁବାର) ନିଜ ବାପା ବସନ୍ତ ନାୟକଙ୍କ ସାଙ୍ଗରେ ସାଲେପୁର ହାଟକୁ ଆସିଥିବା ବେଳେ ବାଲି ବୋଝେଇ ହାଇୱା ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଶିଶୁଟିର ମୃତ୍ୟୁ ହୋଇଥିଲା । ଶିଶୁ ପୁତ୍ରଟିକୁ ସାଲେପୁର ମେଡିକାଲକୁ ନିଆଯାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।

ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ସାଲେପୁର କୁଅଁପାଳ ରାସ୍ତାର ଲୁଣାହାର ଛକ ନିକଟରେ ଟାୟାର ଜାଳି କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି । ଘଟଣାସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ରାସ୍ତା ଅବରୋଧକାରୀଙ୍କୁ ବୁଝାସୁଝା କରୁଥିବା ସହ,ଦୁର୍ଘଟଣା ଘଟାଇଥିବା ହାଇୱାକୁ ଜବତ କରିଛି ପୋଲିସ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଜୁଲାଇ ୧୨ ରୁ ମିଥୁନରେ ଶୁକ୍ର-"ଲକ୍ଷ୍ମୀନାରାୟଣ ଯୋଗ"ସୃଷ୍ଟି ହେବ,କେଉଁ ରାଶି ପାଇଁ ୪ ଦିନ ଅତ୍ୟନ୍ତ ଲାଭପ୍ରଦ ?

Thu Jul 7 , 2022
ଡ଼.ନବକିଶୋର ମିଶ୍ର ଜ୍ୟୋତିଷ ଶାସ୍ତ୍ରରେ ଲକ୍ଷ୍ମୀ ନାରାୟଣ ଯୋଗ ଟଙ୍କା ପଇସା ଓ ସମାନ ଦୃଷ୍ଟିରୁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ | ଏଥର ଏହି ଯୋଗ ମିଥୁନରେ ୪ ଦିନ ଗଠନ ହେବାକୁ ଯାଉଛି। ଜୁଲାଇ ୧୩ ରୁ ଜୁଲାଇ ୧୬ ପର୍ଯ୍ୟନ୍ତ ଅନେକ ରାଶିଫଳ ଉପକୃତ ହେବ | ଆସନ୍ତୁ ଜାଣିବା କେଉଁ ୫ ଟି ରାଶି ଏହି ଯୋଗର ଶୁଭ ପ୍ରଭାବ ପାଇବ | […]

You May Like

Pin It on Pinterest