ଅତାବିରା ପୋଲିସ ହାବୁଡରେ ଡକାୟତ ଗ୍ୟାଙ୍ଗ….


ବରଗଡ଼୮/୭(ବାସ୍ତବ ଟିଭି,ନବୀନ ଦାଶ):ଗତ ବିଳମ୍ବିତ ରାତିରେ ବରଗଡ଼ ଜିଲ୍ଲା ଅତାବିରା ପୋଲିସ ପାଟ୍ରୋଲିଙ୍ଗ ସମୟ ରେ କୌଣସି ସୂତ୍ର ରୁ ଖବର ପାଇ ତିନି ଜଣ ଡକାୟତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପୋଲିସ ସୂତ୍ରରୁ ଜଣା ପଡ଼ିଛି ଯେ ଏହି ଡକାୟତ ମାନେ ସରଣ୍ଡା ଓ ଚକୁଳି ମଝିରେ ୫୩ ନମ୍ୱର୍ ଜାତୀୟ ରାଜପଥ କଡ଼ରେ ଏକ ଖାଲି ସ୍କୁଟି ଛିଡ଼ା ହୋଇ ଥିବା ଦେଖି ସନ୍ଦେହ ବଶତଃ ପାଖକୁ ଯାଇ ଦେଖିଲା ବେଳକୁ ସଶସ୍ତ୍ର ପାଞ୍ଚ ଜଣ ଦୁର୍ବୃତ୍ତ ପାଖରେ ଥିବା ଏକ ବୁଦା ଭିତରେ ଲୁଚି ଥିଲେ।ପୋଲିସ କୁ ଦେଖି ସେମାନେ ଦୌଡ଼ି ପଳେଇ ଯିବା ଉଦ୍ୟମ କରୁଥିବା ବେଳେ ତିନି ଜଣକୁ ପୋଲିସ କାବୁ କରି ଗିରଫ କରିବା ସହ ସେମାନଙ୍କ ଠାରୁ ୭.୬୫ ଏମ୍ ଏମ୍ ର ଅଟୋମାଟିକ ବନ୍ଧୁକ,୨ ଟି ସାମସଙ୍ଗ ମୋବାଇଲ, ଗୋଟିଏ ଓପୋ ମୋବାଇଲ, ଗୋଟିଏ ଟି ଭି ଏସ ଜୂପିଟର ସ୍କୁଟି, ଗୋଟିଏ ପ୍ୟାକେଟ ଏଭରେଷ୍ଟ ଲଙ୍କା ପାଉଡର,ଗୋଟିଏ ଲୁହା ଭୁଜାଲି,ଏବଂ ୧୨୭୦ ଟଙ୍କା ନଗଦ ଜବତ କରିଛି।

ଏହି ତିନି ଜଣ ଦୁର୍ବୃତ୍ତ ହେଲେ ସାଗର ସୁନା, ଗୋଶାଳା କଦମପୂର୍,ଆଲୋକ କନ୍ଧ ଦୁର୍ଗା ପାଲି,ସମ୍ବଳପୁର ଆସିକି ଓରଫ ଆଶିଷ କନ୍ଧ ମୋଦି ପଡ଼ା ସମ୍ବଲପୁର ର ବୋଲି ଜଣାପଡିଛି।ପ୍ରକାଶ ଥାଉ କି ଏମାନେ କୌଣସି ସୂତ୍ରଧର ଙ୍କ ନିର୍ଦ୍ଦେଶ ରେ ବାହାର ରାଜ୍ୟରୁ ଆସୁଥିବା ଟ୍ରକ୍ ଗୁଡ଼ିକ ଯେଉଁ ଥିରେ ଚୋରା ବା ଦୁଇ ନମ୍ବରି ଜିନିଷ ଆସୁଥାଏ,ସେଇ ଗାଡ଼ି ଗୁଡ଼ିକୁ ଡକାୟତି କରିବା ତାଙ୍କ କାମ ବୋଲି ସେମାନେ ପ୍ରକାଶ କରିଥିବା ପୋଲିସ ତଦନ୍ତ ରୁ ଜଣା ପଡ଼ିଛି।

ତେବେ ଏହି ତିନି ଜଣଙ୍କ ନାମରେ କେସ ନମ୍ବର ୨୩୬ ତା ୭/୭/୨୨ ଭାରତୀୟ ପେନାଲ୍ କୋର୍ଟ ଧାରା ୨୫ କ୍ରମେ ୩୯୯/୪୦୨ ରେ ଏକ କେସ ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଥିବା ଜଣା ପଡିଛି।ବରଗଡ଼ ଏସ ପି ଙ୍କ ନିର୍ଦ୍ଦେଶ କ୍ରମେ ଏସ ଡି ପି ଓ ଦୀପକ ଗୋଛାୟତ, ଅତାବିରା ଥାନା ଅଧିକାରୀ ଅନିଲ କୁମାର ପ୍ରଧାନ,ଏସ ଆଇ ଯାଦବ ବାଗ,ବିପିନ ବାଗ,ପଙ୍କଜିନି ତ୍ରିପାଠୀ,ଶ୍ରୀବତ୍ସ ମିର୍ଦ୍ଧା,ଶ୍ରୀକାନ୍ତ ମିର୍ଦ୍ଧା ପ୍ରମୁଖ ଏକ ଦଳ ଗଠନ କରି ଏହି ଦୁର୍ବୃତ୍ତ ମାନଙ୍କୁ ଗିରଫ କରିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପୁଣି ଡରେଇଲା କରୋନା ଏହି ୩ ଟି ସହରରେ ମାସ୍କ ବାଧ୍ୟତାମୂଳକ,ମାସ୍କ ନ ପିନ୍ଧିଲେ ୫୦୦ ଟଙ୍କା ଜରିମାନା...

Sat Jul 9 , 2022
ଭୁବନେଶ୍ବର:ପୁଣି ଡରେଇଲା କରୋନା,ଏବେ କୋଭିଡ୍ ରେଡ୍ ଜୋନରେ ରାଜ୍ୟର ତିନିଟି ମୁଖ୍ୟ ସହର ରହିଛି ।ରାଜ୍ୟ ସରକାରଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁଯାଇ କୋଭିଡ୍ ରେଡ୍ ଜୋନକୁ ଫେରିଛି ରାଜଧାନୀ ।ଏହା ବ୍ୟତିର ପୁରୀ ଓ କଟକ ଜିଲ୍ଲା ବି ରେଡ୍ ଜୋନରେ ସାମିଲ ହୋଇଛି। ରାଜଧାନୀ ଭୁବନେଶ୍ବରରେ ଟିପିଆର ରେଟ୍ ୧୦.୬ ରହିଛି। ଏଣେ କଟକରେ ଏହା ୮.୧ ଓ ପୁରୀରେ ୭.୭ ରହିଛି। ଭୁବନେଶ୍ବରରେ କୋଭିଡ କଟକଣାକୁ […]

You May Like

Pin It on Pinterest