ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସୁଇପର ହିଁ ଭରସା,ଟର୍ଚ୍ଚ ଲାଇଟରେ ଚାଲିଛି ରୋଗୀ ସେବା…

ଦେବକାନ୍ତ ମହାନ୍ତି (ଚାନ୍ଦବାଲି): ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସୁଇପର ହିଁ ଭରସା ଡାକ୍ତରଙ୍କ ଅନୁପସ୍ଥିତିରେ ଡାକ୍ତରଖାନାର ସୁଇପର ରୋଗୀଙ୍କ ଚିକିତ୍ସାକରିବା ଯେତିକି ହାସ୍ୟାସ୍ପଦ,ସେତିକି ଦୁଖଦଃ ଓ ଚିନ୍ତା ଜଣକ ଘଟଣା । ରୋଗୀ ଙ୍କ ଚିକିତ୍ସା କରିବ ସୁଇପର ସେବି ମୋବାଇଲ ଟର୍ଚ୍ଚ ଲାଇଟରେ, ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଖବର ଅନୁଯାଇ,ଚାନ୍ଦବାଲି କୋର୍ଟର ପୁରୁଣା ଅଫିସ ଜିନିଷସବୁ ଏକ ପିକ୍‌ଅପ୍‌ ଗାଡ଼ିରେ ନୂଆ କୋଠାକୁ ନିଆଯାଉଥିବା ସମୟରେ,କୋର୍ଟ ପେସ୍କାର ରମେଶ ମାଝୀଙ୍କ ମୁଣ୍ଡରେ ନୂତନ କୋଠାର ବିମ୍‌ ବାଜି ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ତୁରନ୍ତ ତାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା। ଡାକ୍ତରଖାନାର ଡାକ୍ତର ସୌମ୍ୟରଞ୍ଜନ ସ୍ବାଇଁ ତାଙ୍କୁ ଚିକିତ୍ସା କରି ମୁଣ୍ଡରେ ଆଘାତ ଲାଗିଥିବାରୁ ଷ୍ଟିଚ୍‌ କରିବାକୁ କହି ଚାଲି ଯାଇଥିଲେ।

ସ୍ବାସ୍ଥ୍ୟକେନ୍ଦ୍ରରେ କେହି ନର୍ସ ନ ଥିବାରୁ ସେଠାରେ ଚିକିତ୍ସା ବେଳେ ମେଡିକାଲର ସୁଇପର ସୁବାସ ଦାସ ରମେଶଙ୍କ ମୁଣ୍ଡରେ ଗଭୀର କ୍ଷତକୁ ଷ୍ଟିଚ୍‌ କରିଥିଲେ। ଆଉ ଜଣେ ବ୍ୟକ୍ତି ଷ୍ଟିଚସୂତା, କଇଁଚି ବଢାଇ ଦେଉଥିଲେ। ଯଦିଓ ଡାକ୍ତରଖାନାରେ ବିଦ୍ୟୁତ ଥିଲା ତଥାପି ଦେଖାଯାଉନଥିବାରୁ ମୋବଇଲ ଟର୍ଚ୍ଚରେ ରୋଗୀଙ୍କର ଚିକିତ୍ସା ହେଉଥିଲା। ରମେଶଙ୍କ ମୁଣ୍ଡରେ ୧୨ଟି ଷ୍ଟିଚ ପଡିଥିଲା ଶେଷରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାକୁ କଟକ ସ୍ଥାନାନ୍ତରିତ କରାଯାଇଥିଲ।
ଏଠାରେ ପ୍ରଶ୍ନ ଉଠୁଛି ଡାକ୍ତର ଥାଉ ଥାଉ ଡାକ୍ତରଖାନାର ସୁଇପର ରୋଗୀ ସେବା କରିବା କେତେଦୂର ସମୁଚୀନ ? ଖାଲି ଛାଡିବାଲି ନୁହେଁ ସାରା ରାଜ୍ୟର ସ୍ବାସ୍ଥ୍ୟସେବାର ବାସ୍ତବ ସ୍ଥିତି ସ୍ପଷ୍ଟ ବାରି ହୋଇପଡୁଛି।

ପୂର୍ବରୁ ମଧ୍ୟ ଆମେ ଆପଙ୍କ ନଜରକୁ ଆଣିଛୁ ଯେ,ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ସୁଇପର ହାଡ଼ଭଙ୍ଗା ରୋଗୀକୁ ଚିକିତ୍ସା କରିବା, ଡାକ୍ତର ମୋବାଇଲ ଟର୍ଚ୍ଚରେ ରୋଗୀ ଚିକିତ୍ସା କରିବା ଘଟଣାରେ ଏଡିଏମଙ୍କ ତଦନ୍ତ ରିପୋର୍ଟ ଫାଇଲ ତଳେ ଚାପି ହୋଇ ରହିଥିବା ଘଟଣା ।ଆଉ ପୁଣି ଆଜି ଜଣେ ସୁଇପର ରୋଗୀ ଚିକିତ୍ସା କରିବା ଡାକ୍ତରଖାନାକୁ ବିବାଦକୁ ଟାଣି ଆଣିଛି। ଏନେଇ ଡାକ୍ତରଖାନାର ଡାକ୍ତର ଶ୍ରୀ ସ୍ବାଇଁଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ମୁଁ ରୋଗୀଙ୍କୁ ଚିକିତ୍ସା କରିସାରିଛି। କର୍ମଚାରୀ ଅଭାବରୁ ସୁଇପର ଷ୍ଟିଚ୍‌ ପକାଉଛନ୍ତି। ଏ ହେଉଛି ଆମ ସ୍ୱାସ୍ଥ ବ୍ୟବସ୍ଥା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ମାଆ ତାରାତାରିଣୀଙ୍କ ଦର୍ଶନ ପରେ ଗଲେ ଆଇନର...

Sun Jul 10 , 2022
ବ୍ରହ୍ମପୁର(ବାସ୍ତବବ୍ୟୁରୋ): ଆଜି ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ପ୍ରଥମେ ତାରାତାରିଣୀ ପୀଠରେ ମାଆଙ୍କୁ ଦର୍ଶନ ଏବଂ ପୂଜାର୍ଚ୍ଚନା କରିବା ପରେ, ବ୍ରହ୍ମପୁରଠାରେ ଆଇଜର୍ ସ୍ଥାୟୀ କ୍ୟାମ୍ପସ୍ ରେ ଛାତ୍ରାବାସ ଉଦଘାଟନ କରିଥିଲେ । ଦଳୀୟ କର୍ମକର୍ତ୍ତାଙ୍କ ସମାବେଶରେ ଯୋଗ ଦେଇ ମୋଦି ସରକାରଙ୍କ ବିକାଶ ମୂଳକ ବାର୍ତ୍ତାକୁ ଓଡିଶାରେ ପହଞ୍ଚାଇବାକୁ ଆହ୍ବାନ ଦେଇଥିଲେ । କେନ୍ଦ୍ର ଶିକ୍ଷା, […]

You May Like

Pin It on Pinterest