ହତ୍ୟା ନା’ ଆତ୍ମହତ୍ଯା ? ରହସ୍ଯ ଘେରରେ ଅରୁଣ ବାଙ୍କ ଙ୍କ ମୃତ୍ଯୁ ଘଟଣା…

ନବୀନ ଦାଶ(ବରଗଡ): ବରଗଡ଼ ଜିଲ୍ଳା ଅତାବିରା ବ୍ଲକ ଦେବାହାଲ ଅଫ ଲାଇନ ୫୯୧ ଖୁଣ୍ଟି ନଂ ପାଖରେ ଆଜି ଭୋର୍ ୫ ଟା ରେ ଜଣେ ବ୍ୟକ୍ତି ପୁରୀ ଦୁର୍ଗ ଇଣ୍ଟରସିଟି ରେଳ ରେ ପିଟି ହୋଇ ଛିଟିକି ପଡ଼ିଥିଲେ ।ଖବର ପାଇ ଦେବାହଲ ଷ୍ଟେସନ ମାଷ୍ଟର ଗିରିଜାନନ୍ଦ ଦାଶ ରେଙ୍ଗାଲିକ୍ୟାମ୍ପ ରେଳ ଗେଟ ରେ କାମ କରୁଥିବା କର୍ମଚାରୀ ଙ୍କୁ ସେହି ସୂଚନା ଦେଇଥିଲେ।ତେଣୁ ଉକ୍ତ କର୍ମଚାରୀ ଜଣକ ଘଟଣା ସ୍ଥଳକୁ ପହଞ୍ଚି ଆହତ ବ୍ୟକ୍ତି ଜଣକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ରେ ପ୍ରଥମେ ବରଗଡ଼ ର ଖେଦା ପାଲି ସରକାରୀ ଡାକ୍ତରଖାନl କୁ ନେଇ ଥିଲେ।

ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।ତେଣୁ ବରଗଡ଼ ରେଲୱେ ପୋଲିସ କୁ ଖବର କରାଯାଇ ଥିଲା।ରେଲୱେ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠେଇଦେଇ ଏହାର ତଦନ୍ତ ଆରମ୍ଭ କରିଦେଇଛନ୍ତି।ଅତାବିରା ପୋଲିସ ମଧ୍ୟ ଏହି ଖବର ପାଇ ଘଟଣା ସ୍ଥଳକୁ ପହଞ୍ଚି ଘଟଣାର ସତ୍ୟାସତ୍ୟ ଯାଞ୍ଚ ଆରମ୍ଭ କରିଦେଇଥିବା ଜଣାପଡିଛି।ମୃତ ବ୍ୟକ୍ତି ଜଣକ ଅତାବିରା ଆର୍ ଏମ୍ ସି ମାର୍କେଟ ପଡ଼ାର ଅରୁଣ ବାଙ୍କ(୨୨) ବୋଲି ଜଣାପଡିଛି।

ପ୍ରକାଶ ଥାଉ କି ରେଳରେ ବ୍ୟକ୍ତି ଜଣକ ପିଟି ହୋଇଥିବା ଖବର ପ୍ରଥମେ ପୁରୀ-ଦୁର୍ଗ ଇଣ୍ଟରସିଟି ର ରେଳ ଡ୍ରାଇଭର ଦେବାହଲ୍ ଷ୍ଟେସନ ମାଷ୍ଟର କୁ ଖବର ଦେଇଥିଲେ।ତେବେ ଏହି ଘଟଣା କୁ ନେଇ ବେଶ୍ ଚର୍ଚ୍ଚା ଧରିଛି ସାଧାରଣ ରେ।କିଛି ଲୋକ ଏହାକୁ ଅଭିସନ୍ଧି ମୂଳକ ହତ୍ୟା ବୋଲି କହୁଛନ୍ତି, କାରଣ ରେଳ ରେ ଧକ୍କା ହେବା ପରେ ମଧ୍ୟ ବ୍ୟକ୍ତି ଜଣକର ମୁଣ୍ଡରେ କିଞ୍ଚିତମାତ୍ର ଆଘାତ ଲାଗିଥିବା ତଥା ଜୀବନ୍ତ ଅବସ୍ଥା ରେ ଗୋଟିଏ ପାର୍ଶ୍ୱରେ ପଡିରହି ଥିବା ମନରେ ସନ୍ଦେହ ସୃଷ୍ଟି କରୁଛି।

ଏହା ବ୍ୟତୀତ ଗତକାଲି ସକାଳେ ଚାରି ପାଞ୍ଚଜଣ ସାଙ୍ଗସାଥୀ ସହ ମୃତ ଅରୁଣ ଝଗଡା କରୁଥିବା କିଛି ଲୋକ ପ୍ରକାଶ କରିଥିବା ମଧ୍ୟ ଚର୍ଚ୍ଚା ହେଉଛି।ଏସବୁକୁ ବିଶ୍ଳେଷଣ କଲେ ଏହା ଏକ ସୁଚିନ୍ତିତ ହତ୍ୟା ଘଟଣା ବୋଲି ମନେ ହୁଏ।କିନ୍ତୁ ଅନ୍ୟ ପଟେ ରେଳ ଚlଳକଙ୍କ କହିବା ଅନୁଯାୟୀ ସେ ରେଲରେ ଧକ୍କା ହୋଇ ଛିଟିକି ପଡ଼ିଥିଲେ।ତେଣୁ ଏହା ଦୁର୍ଘଟଣା ବୋଲି କୁହାଯାଇପାରେ।ତେବେ ଏହି ମୃତ୍ୟୁ ଘଟଣା ହତ୍ୟା ନା ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ରହସ୍ୟାବୃତ ହୋଇ ରହିଛି । ଏନେଇ ଭଟଲି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ରେଲୱେ ପୋଲିସ ପକ୍ଷରୁ ଖବର ମିଳିଛି।ତେବେ ଏହାର ପ୍ରକୃତ ଅନୁସନ୍ଧାନ କରାଯାଇ ଯଦି ଏହା ହତ୍ୟା ଅଟେ,ତେବେ ଘଟଣା ରେ ସଂଶ୍ଳିଷ୍ଟ ଥିବା ବ୍ୟକ୍ତି ମାନଙ୍କୁ ଉପଯୁକ୍ତ ଦଣ୍ଡ ବିଧାନ କରାଯାଉ ବୋଲି ସାଧାରଣ ରେ ଦାବି ହେଉଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୨୬ ବର୍ଷ ପୂର୍ବେ ନିଖୋଜ ଥିଲେ ପରିବାର ଲୋକେ ଶୁଦ୍ଧି ହୋଇ ସାରିଥିଲେ ; ଆଜି ସେ ଜୀବନ୍ତ ଘରକୁ ଫେରିଛନ୍ତି

Tue Jul 12 , 2022
ଏସ.ବାସ୍ତବ:ଜୀବନ କେତେବେଳେ କେଉଁ ଦୃଶ୍ୟ ଦେଖାଇବ, କିବା କେମିତି ଜାଣିବ | ସ୍ତ୍ରୀ ମଠାରୁ ସିନ୍ଦୁର ପୋଛି ସଂଖାକୁବି ଭାଙ୍ଗି ଦେଇଥିଲା | ବଡ ପୁଅ ସଞ୍ଜୟ ଦାସ ସାଂସାରିକ ରୀତି ନୀତିରେ,କରିଥିଲେ ଦସକ୍ରିୟ,ଦେଇ ଥିଲେ ପ୍ରୀତି ଭୋଜନ |ହେଲେ ସବୁ ଯେମିତି ଓଲଟ ପାଲଟି ହୋଇଗଲା | ୨୬ ବର୍ଷ ପୂର୍ବେ ତାଙ୍କ ଘରୁ ନିଖୋଜ ହୋଇଯାଇଥିବା ସ୍ଵପ୍ନେଶ୍ଵର ଦାସ ମୃତ ନୁହେଁ ବୋଲି ହଠାତ୍ ଜାଣିବାକୁ ପାଇଲେ […]

You May Like

Pin It on Pinterest