ଆଖଣ୍ଡଳମଣିଙ୍କ ଶ୍ରାବଣୀଯାତ୍ରା ପାଇଁ ପୀଠରେ ସମୀକ୍ଷା କଲେ ବାଲେଶ୍ବର ଆଇଜି ହିମାଂଶୁ ଲାଲ ଓ ଭଦ୍ରକ ଏସପି ଚରଣ ସିଂ ମୀନା…


:_ ଜଳପଥ ଓ ସ୍ଥଳପଥର ସୁରକ୍ଷା ପାଇଁ କଲେ ସମୀକ୍ଷା
:_ କାଉଡିଆଙ୍କ ଶୃଙ୍ଖଳିତ ଜଳଲାଗି ପାଇଁ ମନ୍ଦିର ଭିତରେ କଲେ କ୍ଷେତ୍ର ପରିଦର୍ଶନ

ଦେବକାନ୍ତ ମହାନ୍ତି (ଚାନ୍ଦବାଲି):ଆଖଣ୍ଡଳମଣିଙ୍କ ଚଳିତ ଶ୍ରାବଣୀଯାତ୍ରା ପାଇଁ ପୀଠରେ ସମୀକ୍ଷା କଲେ ବାଲେଶ୍ବର ଆଇଜି ହିମାଂଶୁ ଲାଲ ଓ ଭଦ୍ରକ ଏସପି ଚରଣ ସିଂ ମୀନା।

ପବିତ୍ର ଶ୍ରାବଣୀଯାତ୍ରାରେ ବାବାମଣିଙ୍କୁ ଜଳଲାଗି କରିବା ପାଇଁ ପୀଠକୁ ଆସିବାକୁ ଥିବା ହଜାରହଜାର କାଉଡିଆଭକ୍ତଙ୍କ ସୁରକ୍ଷା ନିମନ୍ତେ ଜଳପଥ ଓ ସ୍ଥଳପଥର ସୁରକ୍ଷା ପାଇଁ ସମୀକ୍ଷା କରିଥିଲେ। ସେହିପରି କାଉଡିଆଙ୍କ ଶୃଙ୍ଖଳିତ ଜଳଲାଗି ପାଇଁ ମନ୍ଦିର ଭିତରେ ଓ ବାହାରେ ସ୍ବତନ୍ତ୍ର ବ୍ଯାରିକେଡ ସହ ଉଜ୍ବଳ ଆଲୋକ ବ୍ଯବସ୍ଥା କରିବା ପାଇଁ ମନ୍ଦିର ପ୍ରଶାସନ ସହ ଆଲୋଚନା କରିଥିଲେ। ଆଇଜିଙ୍କ ଏହି ସମୀକ୍ଷାରେ ମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ସହ ସେବାୟତ ଉପସ୍ଥିତ ରହିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଲାୟନ୍ସ୍ କ୍ଲବ୍ ଅତାବିରା ପକ୍ଷରୁ ବୃକ୍ଷରୋପଣ କାର୍ଯ୍ଯକ୍ରମ...

Tue Jul 12 , 2022
ବରଗଡ଼:-୧୨.୭(ବାସ୍ତବ ଟିଭି)ବରଗଡ଼ ଜିଲ୍ଲା ଅତାବିରା ଏନ୍ ଏସି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଲାୟନ୍ସ କ୍ଳବ୍ ଅତାବିରା ର ସଭାପତି ଧିରେନ୍ଦ୍ର ରଥ ଙ୍କ ଅଧ୍ୟକ୍ଷତା ରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ରେ ପାଖାପାଖି ୮୦ରୁ ଉର୍ଦ୍ଧ୍ବ ଚାରା ରୋପଣ କରାଯାଇ କ୍ଳବ୍ ର ସଦସ୍ୟ ପ୍ରମୁଖ “ବୃକ୍ଷ ହିଁ ଜୀବନ” ବିଷୟରେ ଏକ ବାର୍ତ୍ତା ପ୍ରଦାନ କରି ଆଗକୁ ବହୁ […]

You May Like

Pin It on Pinterest