
ପ୍ରମୋଦ ନାୟକ(ଭୁବନେଶ୍ବର): ଆଜିଠାରୁ ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନର ଆରମ୍ଭ । ଏହି ଅଧିବେଶନ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନରେ ଅର୍ଥାତ ଆଜି ବିଭାଗୀୟ ଷ୍ଟାଣ୍ଡିଂ କମିଟିଗୁଡ଼ିକର ରିପୋର୍ଟ ଗୃହରେ ଉପସ୍ଥାପନ ହେବ।
୧୪ରୁ ୨୯ ତାରିଖ ଯାଏ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା କରାଯିବ। ୩୦ ତାରିଖରେ ୨୦୨୨-୨୩ ବଜେଟ୍ ଉପରେ ବ୍ୟୟମଞ୍ଜୁରି ବିଲ୍ ପାରିତ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ସୂଚନାଯୋଗ୍ୟ ଯେ ଗତ ୨ ତାରିଖରୁ ବଜେଟ୍ ଅଧିବେଶନ ଆରମ୍ଭ ହୋଇ ସେହି ଦିନ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହୋଇଥିଲା।ବିଧାନସଭା ଅଧିବେଶନର ପ୍ରଥମ ପର୍ଯ୍ୟାୟ ୬ ଜୁଲାଇରେ ଶେଷ ହୋଇଥିଲା।
ପ୍ରଥମ ପର୍ଯ୍ୟାୟ ଅଧିବେଶନରେ କେବଳ ଗୋଟିଏ ଦିନ ପ୍ରଶ୍ନକାଳ ପ୍ରଭାବିତ ହୋଇଥିବା ବେଳେ ,ଦ୍ୱିତୀୟ ପର୍ଯ୍ୟାୟରେ କିପରି ପ୍ରଶ୍ନକାଳ ଶୃଙ୍ଖଳିତ ହେବ ସେ ନେଇ ପ୍ରୟାସ କରାଯିବ ବୋଲି କହିଛନ୍ତି ବାଚସ୍ପତି। ଦ୍ୱିତୀୟ ପର୍ଯ୍ୟାୟରେ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ବିରୋଧୀ।କଂଗ୍ରେସ, ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗରେ ଛାତ୍ରୀଙ୍କ ମା ଙ୍କୁ ଉଠାଇ ନେବା ଓ ଚାଷୀ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରିବ ।
ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି, ମହିଳା ସୁରକ୍ଷା ,ଚୋରି,ଡକାୟତି ଓ ଚାଷୀ ଆତ୍ମହତ୍ୟା କୁ ମୁଖ୍ୟ ମୁଡା କରି ବିଜେପି ଘେରିବ ସରକାରଙ୍କୁ ।ସବୁ କ୍ଷେତ୍ରରେ ସରକାର ବିଫଳ। ରୁଚିକା ପ୍ରସଙ୍ଗ ବି ଉଠାଇବ ଦଳ। ଗୃହ କାର୍ଯ୍ୟ ଅଧିକ ସମୟ ଚାଲିବ ବୋଲି ଆଶା ରଖୁଛୁ। କିନ୍ତୁ ଗୁରୁତର ପ୍ରସଙ୍ଗକୁ ସରକାର ଏଡ଼େଇଗଲେ ପ୍ରତିବାଦ କରାଯିବ ବୋଲି କହିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର।