ରାଜ୍ୟରେ ପୁଣି ଡରେଇଲା କରୋନା ଗ୍ରାଫ୍ ଗତ ୨୪ ଘଣ୍ଟା ମଧ୍ୟରେ ୮୦୦ ଟପିଛି ସଂକ୍ରମିତଙ୍କ ସଂଖ୍ୟା…

ଭୁବନେଶ୍ୱର ୧୪।୦୭ : ରାଜ୍ୟରେ ପୁଣି ଡରେଇଲା କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ୮୦୦ ଟପିଛି କରୋନା ସଂକ୍ରମିତ ଚିହ୍ନଟ ସଂଖ୍ୟା ।ଗତକାଲି ୭୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୦୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ମିଳିଥିବା ସୂଚନା ଅନୁଯାଇ, ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୭୧ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୩୩୩ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୭୧ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୯୬୧୩୨କୁ ବୃଦ୍ଧି ପାଇଛି ।

ଗତ ୨୪ ଘଂଟାରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୩ଜଣ, ବାଲେଶ୍ୱର ଜିଲ୍ଲାରୁ ୧୧ଜଣ, ବରଗଡ଼ ଜିଲ୍ଲାରୁ ଜଣେ, ଭଦ୍ରକ ଜିଲ୍ଲାରୁ ୯ଜଣ, ବଲାଙ୍ଗୀର ଜିଲ୍ଲାରୁ ୫ଜଣ, ବୌଦ୍ଧ ଜିଲ୍ଲାରୁ ୨ଜଣ, କଟକ ଜିଲ୍ଲାରୁ ୧୧୯ଜଣ, ଦେଓଗଡ଼ ଜିଲ୍ଲାରୁ ଜଣେ, ଗଜପତି ଜିଲ୍ଲାରୁ ୫ଜଣ, ଜଗତସିଂହପୁର ଜିଲ୍ଲାରୁ ୧୮ଜଣ, ଯାଜପୁର ଜିଲ୍ଲାରୁ ୧୯ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୯ଜଣ, କଳାହାଣ୍ଡି ଜିଲ୍ଲାରୁ ୮ଜଣ, କନ୍ଧମାଳ ଜିଲ୍ଲାରୁ ଜଣେ, କେନ୍ଦୁଝର ଜିଲ୍ଲାରୁ ୫ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୦୭ଜଣ, କୋରାପୁଟ ଜିଲ୍ଲାରୁ ୬ଜଣ, ମାଲକାନଗିରି ଜିଲ୍ଲାରୁ ଜଣେ, ମୟୁରଭଞ୍ଜ ଜିଲ୍ଲାରୁ ୨୮ଜଣ, ନୟାଗଡ଼ ଜିଲ୍ଲାରୁ ୧୭ଜଣ, ନୂଆପଡ଼ା ଜିଲ୍ଲାରୁ ୯ଜଣ, ପୁରୀ ଜିଲ୍ଲାରୁ ୨୮ଜଣ, ରାୟଗଡ଼ା ଜିଲ୍ଲାରୁ ୨ଜଣ, ସମ୍ବଲପୁର ଜିଲ୍ଲାରୁ ୩୦ଜଣ, ସୋନପୁର ଜିଲ୍ଲାରୁ ୯ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୮୦ଜଣ, ଷ୍ଟେଟ ପୁଲ୍‌ରୁ ୭୧ଜଣ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୯୬୧୩୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୨୬୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୮୨୬୯୦ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୨୨୯୫୪୩୮ସାମ୍ପୁଲ ଟେଷ୍ଟ୍ ହୋଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୭ ଜଣ ଚିହ୍ନଟ ହୋଇଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଉଦ୍ଧବ ଠାକରେଙ୍କ ସମର୍ଥନ ପରେ ମଧ୍ୟ ଦୌପ୍ରଦୀ ମୁର୍ମୁଙ୍କୁ ଭେଟିବାକୁ ନିମନ୍ତ୍ରଣ ମିଳିଲା ନାହିଁ...

Thu Jul 14 , 2022
ଏସ.ବାସ୍ତବ:ରାଷ୍ଟ୍ରପତି ପ୍ରାର୍ଥୀ ଦୌପ୍ରଦୀ ମୁର୍ମୁଙ୍କ ସମର୍ଥନ ଘୋଷଣା କରିଥିବା ଶିବସେନା ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଖବର ମୁତାବକ, ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ମର୍ମୁଙ୍କୁ ଭେଟିବାକୁ ଡକାଯାଇ ନଥିଲା। ଏନଡିଏ ପ୍ରାର୍ଥୀମାନେ ଗୁରୁବାର ମୁମ୍ବାଇରେ ପହଞ୍ଚିଛନ୍ତି। ଏହି ସମୟରେ ସେ ରାଜ୍ୟର ସମସ୍ତ ବିଧାୟକ ଏବଂ ସାଂସଦଙ୍କୁ ଭେଟିବେ। ଠାକରେ ମୁର୍ମୁ ଙ୍କୁ ସମର୍ଥନ ଘୋଷଣା ପରେ ରାଜନୈତିକ କରିଡରରେ ଆଲୋଚନା ତୀବ୍ର ହୋଇଛି। ଟାଇମ୍ସ ଅଫ୍ […]

You May Like

Pin It on Pinterest