ଚରିତ୍ରକୁ ସନ୍ଦେହ କରି,ନୃଶଂସ ଭାବେ ସ୍ତ୍ରୀର ବେକ କାଟି ହତ୍ୟା କରିଛି ସ୍ୱାମୀ…

ଦୁଶାସନ ପୃଷ୍ଟି (ଢେଙ୍କାନାଳ):ଚରିତ୍ରକୁ ସନ୍ଦେହ କରି, ଢ଼େଙ୍କାନାଳ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଚାଞ୍ଚଲ୍ୟକର ଘଟଣା। ନୃଶଂସ ଭାବେ ସ୍ତ୍ରୀର ବେକ କାଟି ହତ୍ୟା କରିଛି ସ୍ୱାମୀ। କେବଳ ସେତିକି ନୁହେଁ, ହତ୍ୟା ପରେ ସ୍ତ୍ରୀ କଟାମୁଣ୍ଡକୁ ଧରି ଦୀର୍ଘ ୧୨ କିଲୋମିଟର ରାସ୍ତା ଚାଲିବା ପରେ ଲୋକଙ୍କ ହାତରେ ଧରାପଡ଼ିଛି। ଏହି ଘଟଣା ଆଜି ସକାଳୁ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହିଭଳି ହୃଦୟ ବିଦାରକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଚନ୍ଦ୍ରଶେଖରପୁର ଗ୍ରାମରେ । ଗ୍ରାମର ନାକଫୋଡି ମାଝୀ(ଜନ୍ଦା) ସ୍ତ୍ରୀ ଚଞ୍ଚଳା ମାଝୀଙ୍କର ଗତକାଲି ବେକ କାଟି ନୃଶଂସ ଭାବେ ହତ୍ୟା କରିଥିବାର ଜଣାପଡ଼ିଛି। ମୁଣ୍ଡ କାଟିବା ପରେ ଚନ୍ଦ୍ରଶେଖରପୁର ନିକଟରୁ ହାତରେ କଟାମୁଣ୍ଡ ଧରି ଦୀର୍ଘ ବାର କିଲୋମିଟର ପର୍ଯ୍ୟନ୍ତ ପାଦରେ ଚାଲିଚାଲି ଆସୁଥିବା ବେଳେ ସ୍ଥାନୀୟ ବାସିନ୍ଦା ଜଙ୍ଖିରା ନିକଟରେ ଅଟକାଇଥିଲେ। ପରେ ଗଂଦିଆ ଥାନା ପୁଲିସ ଜଙ୍ଖିରା ନିକଟରେ ପହଞ୍ଚି କଟାମୁଣ୍ଡକୁ ଜବତ କରିବା ସହ ପରେ ପିଶାଚ ସ୍ୱାମୀକୁ ଅଟକ ରଖି ତଦନ୍ତ ଜାରି ରଖିଛି।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ, ପାରିବାରିକ କଳହ କାରଣରୁ ସ୍ବାମୀ ଏହିଭଳି ନୃଶଂସ ହତ୍ୟାକାଣ୍ଡ ଘଟାଇଥିବା ଜଣାଯାଇଛି। ଅଭିଯୁକ୍ତ ସ୍ୱାମୀ ନାକଫୋଡି ମାଝୀ ପରକୀୟା ପ୍ରୀତିକୁ ସନ୍ଦେହ କରି ସ୍ତ୍ରୀକୁ ହତ୍ୟା କରିଥିବା କୁହାଯାଉଛି। ସୂଚନାନୁଯାୟୀ, ସଚଳାଙ୍କର ଗୋଟିଏ ଝିଅ ବିବାହ କରି ସାରିଥିବା ବେଳେ ପୁଅ ବାହାରେ ରହି କାମ କରୁଛନ୍ତି । ସ୍ୱାମୀ ସ୍ତ୍ରୀ ଘରେ ରହୁଥିବାବେଳେ ସଚଳାଙ୍କ ଚରିତ୍ରକୁ ସନ୍ଦେହ କରି ଉଭୟ ପତି ପତ୍ନୀ ମଧ୍ୟରେ ଅନେକ ସମୟରେ ଝଗଡା ହୋଇଥାଏ। ଫଳରେ ପତ୍ନୀଙ୍କ ଚରିତ୍ରରେ ବିତ ସ୍ପୃହ ହୋଇ ନାକ ଫୋଡି ତାଙ୍କ ପତ୍ନୀଙ୍କୁ ଏପରି ଜଘନ୍ୟ ଭାବେ ହତ୍ୟା କରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୫ ମାସ ପରେ ୧ ଲକ୍ଷ ୩୪ ହଜାରରୁ ଅଧିକ କରୋନା ସକ୍ରିୟ ମାମଲା : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫ ,୫୦୫ ନୂଆ ମାମଲା ପଶ୍ଚିମବଙ୍ଗରେ ସର୍ବୋଚ୍ଚ...

Fri Jul 15 , 2022
ଏସ.ବାସ୍ତବ:ଦେଶରେ କରୋନା ମାମଲା ପୁଣି ଥରେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫ ,୫୦୫ ଟି ନୂଆ ମାମଲା ଚିହ୍ନଟ ହୋଇଛି। ଗୋଟିଏ ଦିନ ପୂର୍ବରୁ ଏହି ସଂଖ୍ୟା ୨୦ ,୧୩୯ ଥିଲା, ଯାହା ଫେବୃଆରୀ ଠାରୁ ସର୍ବାଧିକ ଥିଲା | ଗୁରୁବାର ଦିନ ୨୭ ଜଣ ରୋଗୀ କରୋନାରେ ମୃତ୍ୟୁ ବରଣ କରିଥିବାବେଳେ ୧୨ ,୭୩୯ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ନୂତନ ମାମଲା […]

You May Like

Pin It on Pinterest