ହତ୍ୟାକାଣ୍ଡ ପଛରେ କାରଣ ?

ଅବସରପ୍ରାପ୍ତ ପୋଲିସ୍ ଇନିସପେକ୍ଟରଙ୍କ ସହ ପତ୍ନୀକୁ ହତ୍ୟା, ହତ୍ୟାକାଣ୍ଡ ପଛରେ କ’ଣ ରହିଛି କାରଣ ? ଏବେବି ରହସ୍ୟ ଘେରରେ ମୃତ ଦମ୍ପତିଙ୍କ ହତ୍ୟା । କୋରାପୁଟ ଜିଲ୍ଲା ଜୟପୁରରେ ଚାଞ୍ଚଲ୍ୟ ଖେଳାଇଛି ଡବଲ ମର୍ଡର ଘଟଣା । ଜୟପୁର ଜୟନଗରରେ ରହୁଥିବା ଅବସରପ୍ରାପ୍ତ ପୋଲିସ ସବ୍ଇନ୍ସପେକ୍ଟର ଏମ୍.କେ. ରହମନ ଓ ତାଙ୍କ ପତ୍ନୀ ହଫିଜ୍ ବିବିଙ୍କୁ ହତ୍ୟା କରାଯାଇଥିବା ପ୍ରଚାର ପରେ ଲୋକ ଜମା ହୋଇଯାଇଥିଲେ । ରାତିରେ ସମ୍ପର୍କୀୟଙ୍କ ଘରକୁ ଯାଇଥିବା ପୁଅ ଲତିଫ୍ ସକାଳେ ନିଜ ଘରେ ପହଞ୍ଚି ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ।

ପୋଲିସ ଆ।ରମ୍ଭ କରିଛି ତଦନ୍ତ । ଏମ୍.କେ. ରହମନଙ୍କ ମୃତଦେହ ମଝିଘରେ ପଡ଼ିଥିବା ବେଳେ ତାଙ୍କ ପତ୍ନୀଙ୍କ ମୃତଦେହ ପ୍ରଥମ ଘରେ ପଡ଼ିଥିଲା । ଉଭୟଙ୍କ ଶରୀରରେ ଏକାଧିକ କ୍ଷତଚିହ୍ନ ରହିଛି । ଘରୁ ଏକ ଟାଙ୍ଗିଆ ମିଳିଥିବା ବେଳେ ହତ୍ୟାରେ ତାହା ବ୍ୟବହାର ହୋଇଛି କି ନାହିଁ, ପୋଲିସ ଯାଞ୍ଚ କରୁଛି । ଏହି ହତ୍ୟା ନେଇ ନାନା ପ୍ରଶ୍ନ ଉଠୁଛି । ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ କି? ଘରୁ ଚୋରି ହୋଇଛି ବୋଲି ପୁଅ କହୁଥିବା ବେଳେ ପୋଲିସ ମନା କରୁଛି । ଜନଗହଳି ଅଞ୍ଚଳରେ ହତ୍ୟାକାଣ୍ଡ ଘଟିଲା, କିନ୍ତୁ ଆକ୍ରମଣ ବେଳେ କେହି ବୃଦ୍ଧ ଦମ୍ପତିଙ୍କ ଚିତ୍କାର ଶୁଣିପାରିଲେନି କିପରି ? ହତ୍ୟା ପୂର୍ବରୁ ମୃତକଙ୍କ ମୁହଁ ବାନ୍ଧି ଦିଆଯାଇଥିଲା କି ? ପାରିବାରିକ କଳହ ଓ ପୂର୍ବ ଶତ୍ରୁତା ସମେତ ବିଭିନ୍ନ ଦିଗରୁ ପୋଲିସ ତଦନ୍ତ କରୁଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିଜେପି ପାଇଁ ଅଣ୍ଟା ଭିଡୁଛନ୍ତି ଦାମ !

Sat Mar 9 , 2019
ଭୁବନେଶ୍ୱର(ବାସ୍ତବ ଟିଭି): ବିଜେପିରେ ଏବେ ଏବେ ବୈଜୟନ୍ତ ସାମିଲ ହୋଇଥିବା ନେଇ ଚର୍ଚ୍ଚା ନଥମୁଣୁ ପୁଣି ବଢିଲାଣି ଦାମଙ୍କୁ ନେଇ ଚର୍ଚ୍ଚା । ଦାମ ବାବୁ ଇସାରାରେ ଇସାରାରେ କଂଗ୍ରେସ କିମ୍ବା ବିଜେପିରେ ମିଶିବାକୁ କହିଛନ୍ତି । ତେବେ ସ୍ପଷ୍ଟ କହିନଥିଲେ ବି ତଥାପି ସେ କହିଛନ୍ତି ପ୍ରସ୍ତାବ ଯଦି ଆସେ ତାହାହେଲେ ସେ ଚିନ୍ତା କରିବେ । ଏବଂ ବିଜେପିରେ ମିଶିବାକୁ ନେଇ କିନ୍ତୁ ଦାମ ବାବୁ ରୋକ୍ […]
dama

You May Like

Pin It on Pinterest