ଲାଦେର ପାଲି ଛକ ରେ ଭାରସାମ୍ୟ ହରାଇ ଓଲଟିଲା ଟେମ୍ପୁ,୬ଅଙ୍ଗନୱାଡି କର୍ମୀ ଗୁରୁତର,୩ ଆହତ…

ନବୀନ ଦାଶ(ଅତାବିରା):ବରଗଡ଼ ଜିଲ୍ଲା ଅତାବିରା ଏନ୍ ଏସି ମଧ୍ୟ ଦେଇ ଯାଇଥିବା ଅସମ୍ପୂର୍ଣ୍ଣ ତଥା ମରଣ ଯନ୍ତା ୫୩ନଂ ଚାରି ଥାକିଆ ମୁଖ୍ୟ ଜାତୀୟ ରାଜପଥ ସମ୍ବଲପୁର-ବରଗଡ଼ ୱେ ଲାଦେର ପାଲି ମୁଖ୍ୟ ଛକଠାରେ ଏକ ଅଙ୍ଗନୱାଡି କର୍ମୀ ବାହି ତିନି ଚକିଆ ଦୃତ ଗାମୀ ଟେମ୍ପୁ ଓଲଟିଲା। ଟେମ୍ପୁରେ ଅତାବିରା ରୁ ମିଟିଂ ସାରି ଅଙ୍ଗନୱାଡି କର୍ମୀ ମାନେ ପତ୍ରାପାଲି ଅଭିମୁଖେ ନିଜ ନିଜ ଘରକୁ ଫେରିବା ବାଟରେ ଭାରସାମ୍ୟ ହରାଇ ଟେମ୍ପୁ ଟି ଓଲଟି ପାଖାପାଖି ୮ରୁ ୧୦ ମିଟର ରାଜରାସ୍ତା ଉପରେ ଘୋଷାଡି ହୋଇ ପଡିଥିଲା।

ସେଥିରେ ୯ ଜଣ ଅଙ୍ଗନ ୱାଡି କର୍ମୀ ମାନଙ୍କ ମଧ୍ୟରୁ ୩ଜଣ ଗୁରୁତର ହୋଇ ପଡ଼ିଥିବା ବେଳେ ଅନ୍ୟ ୬ଜଣ ଆହତ ଙ୍କ ମଧ୍ୟରୁ ୩ଜଣ କର୍ମୀ ପ୍ରାରମ୍ଭିକ ଚିକିତ୍ସିତ ହୋଇ ଘରକୁ ଫେରିଥିବା ଜଣା ପଡିଛି।ଦ୍ୱିପହର ବେଲା ପାଖାପାଖି ୨ଟା ୨୫ମିନିଟ ସମୟରେ ରାଜରାସ୍ତାରେ ଗାଡ଼ି ମଟର ତଥା ଲୋକଙ୍କ ଯାତାୟାତ କମ୍ ଥିବାବେଳେ ଅଳ୍ପକେ ବର୍ତ୍ତି ଯାଇଥିଲେ ଗାଡ଼ି ଚାଲକ ଓ ଯିବା ଆସିବା ଲୋକେ।ଯାହା ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କ ସହାୟତା ରେ ଟେମ୍ପୁ ରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ଉଦ୍ଧାର କରି ୧୦୮ ଓ ପୋଲିସ କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ ପରେ ବିଲମ୍ବତା ଯୋଗୁଁ ବହୁ କଷ୍ଟରେ ରାସ୍ତା ରେ ଯିବା ଆସିବା କରୁଥିବା ଟେମ୍ପୁ ମାନଙ୍କ ସାହାଯ୍ୟ ରେ ସ୍ଥାନୀୟ ସରକାରୀ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦିଆଯାଇଥିଲା।

ସେଠାରେ ପ୍ରାଥମିକ ଚିକିତ୍ସା ପରେ ୬ଜଣ ଗୁରୁତର ଓ ଆହତ କର୍ମୀ ମାନଙ୍କ ଅବସ୍ଥା ଦେଖି ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ବଡ ମେଡିକାଲ କୁ ପଠାଇ ଦିଆ ଯାଇଛି।ଏନେଇ ଅତାବିରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାରମ୍ଭିକ ତଦନ୍ତ ସହ ଟେମ୍ପୁ କୁ ଜବତ୍ କରି ଗାଡ଼ି ଚାଳକ ଙ୍କୁ ଥାନାରେ ଅଟକ ରଖି ଅଧିକ ରୁ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି ବ୍ଲକ୍ ଜଳେଶ୍ବର ପୁର ସମବାୟ ସମିତି ନିର୍ବାଚନରେ ବାଜି ମାରିଲା କଂଗ୍ରେସ...

Sat Jul 16 , 2022
ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ଚାନ୍ଦବାଲି ବ୍ଲକ ଜଳେଶ୍ୱରପୁରରେ ସମବାୟ ନିର୍ବାଚନରେ ବାଜିମାରିଲା କଂଗ୍ରେସ : ସଭାପତି ଭାବେ ନିର୍ବାଚିତ ହେଲେ ସୁଦର୍ଶନ ମାଉନ୍ତ l ଚାନ୍ଦବାଲି ବ୍ଲକର ମୌସୁଧା ପଂଚାୟତ ଓ ଜଲେଶ୍ବରପୁର ପଂଚାୟତକୁ ନେଇ ଜଳେଶ୍ବରପୁର ସେବା ସମବାୟ ଗଠିତ । ଦ୍ୱିତୀୟ ପର୍ଯ୍ୟୟ ସମବାୟ ନିର୍ବାଚନରେ ଜଳେଶ୍ୱରପୁର ସେବା ସମବାୟରେ କଂଗ୍ରେସ ଦଳ ବାଜି ମାରି ନେଇଛି , ସଭାପତି ଭାବେ ସାଷକ ଦଳକୁ ହରାଇ କଂଗ୍ରେସ ଦଳର […]

You May Like

Pin It on Pinterest